ଘରେ ଘରେ ତ୍ରିରଙ୍ଗା ଓ ବିଭାଜନର ବିଭୀଷିକା: ବ୍ରହ୍ମପୁରରେ ଆଞ୍ଚଳିକ ସମ୍ମିଳନୀ ଉଦ୍‌ଘାଟିତ

Aug 23, 2026 - 11:16
 0  6
ଘରେ ଘରେ ତ୍ରିରଙ୍ଗା ଓ ବିଭାଜନର ବିଭୀଷିକା: ବ୍ରହ୍ମପୁରରେ ଆଞ୍ଚଳିକ ସମ୍ମିଳନୀ ଉଦ୍‌ଘାଟିତ
ଘରେ ଘରେ ତ୍ରିରଙ୍ଗା ଓ ବିଭାଜନର ବିଭୀଷିକା: ବ୍ରହ୍ମପୁରରେ ଆଞ୍ଚଳିକ ସମ୍ମିଳନୀ ଉଦ୍‌ଘାଟିତ

ଘରେ ଘରେ ତ୍ରିରଙ୍ଗା ଓ ବିଭାଜନର ବିଭୀଷିକା: ବ୍ରହ୍ମପୁରରେ ଆଞ୍ଚଳିକ ସମ୍ମିଳନୀ ଉଦ୍‌ଘାଟିତ ।

ବ୍ରହ୍ମପୁର , ୨୩/୦୮/୨୦୨୬ (ଜାଗୃତି ଖବର ) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର କେନ୍ଦ୍ରୀୟ ସଂଚାର ବ୍ୟୁରୋ, ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଛି ଏକ ସ୍ୱତନ୍ତ୍ର ତ୍ରିଦିବସୀୟ ସମ୍ମିଳନୀ। "ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର ଦ୍ଵାଦଶ ବର୍ଷ ପୂର୍ତ୍ତି ତଥା ଘରେ ଘରେ ତ୍ରିରଙ୍ଗା ଏବଂ ବିଭାଜନର ବିଭୀଷିକା" ଶୀର୍ଷକ ଏହି ସଚେତନତା କାର୍ଯ୍ୟକ୍ରମ ରଙ୍ଗେଇଲୁଣ୍ଡା ବ୍ଲକ ଭାବିନିପୁର ଗ୍ରାମ ପଞ୍ଚାୟତ ପରିସରରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି।

୨୦୪୭ ମସିହା ସୁଦ୍ଧା 'ବିକଶିତ ଭାରତ' ଲକ୍ଷ୍ୟ ହାସଲ ପାଇଁ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। କେନ୍ଦ୍ର ସରକାରଙ୍କ ୧୨ ବର୍ଷର ଶାସନକାଳ ମଧ୍ୟରେ ହୋଇଥିବା ବିଭିନ୍ନ ଜନହିତକର ଯୋଜନା — ଯେପରିକି ସ୍ୱଚ୍ଛ ଭାରତ, ଆୟୁଷ୍ମାନ ଭାରତ, ପି.ଏମ୍ କିଷାନ, ଜନଧନ, ଆବାସ ଯୋଜନା ଓ 'ମେକ୍ ଇନ୍ ଇଣ୍ଡିଆ'ର ସଫଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି। ଏହାସହ 'ଘରେ ଘରେ ତ୍ରିରଙ୍ଗା' ମାଧ୍ୟମରେ ଦେଶପ୍ରେମର ଭାବନା ଉଜ୍ଜୀବିତ କରିବା ଏବଂ 'ବିଭାଜନର ବିଭୀଷିକା'କୁ ସ୍ମରଣ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି।

ଉଦ୍‌ଘାଟନୀ ଦିବସରେ ଗଞ୍ଜାମ ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର ହିମାଞ୍ଚଳ ସାହୁ, ବ୍ରହ୍ମପୁର ପୋଷ୍ଟାଲ୍ ଇନ୍ସପେକ୍ଟର କିରଣ ପ୍ରସାଦ ପାତ୍ର ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ପୂର୍ବ ଜୋନ୍ ଡି.ଜି. ଟି.ଭି.କେ. ରେଡ୍ଡୀ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ପୂର୍ବ ଜୋନ୍ ଡି.ଜି. ଏବଂ ପଦ୍ମଶ୍ରୀ ସୀମାଞ୍ଚଳ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଫଟୋ ପ୍ରଦର୍ଶନୀ, ଚାରାରୋପଣ, ସାଂସ୍କୃତିକ ନାଟକ, କୁଇଜ୍ ପ୍ରତିଯୋଗିତା, ମ୍ୟାଜିକ୍ ସୋ ଏବଂ ସଚେତନତା ମୂଳକ ପଦଯାତ୍ରା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ବ୍ରହ୍ମପୁରରୁ କୃଷ୍ଣ ଚନ୍ଦ୍ର ସାମନ୍ତରାୟଙ୍କ ରିପୋର୍ଟ, ଜାଗୃତି ଖବର।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0