ପାଣି ପାଇଁ ହାହାକାର BDO ଙ୍କ ଦ୍ୱାରସ୍ଥ ହେଲେ ଶତାଧିକ ମହିଳା ଓ ପୁରୁଷ 🚨 ।
ପାଣି ପାଇଁ ହାହାକାର BDO ଙ୍କ ଦ୍ୱାରସ୍ଥ ହେଲେ ଶତାଧିକ ମହିଳା ଓ ପୁରୁଷ 🚨 ।
ଶେରଗଡ , ୩୦-୦୫-୨୦୨୬(ଜାଗୃତି ଖବର) : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ଏବେ ଜଳାଭାବ ଚିତ୍ର ସବୁଆଡ଼େ ଚିନ୍ତାର କାରଣ ପାଲଟିଛି। ବିଶେଷ କରି ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ଅନ୍ତର୍ଗତ ବାରସୀଙ୍ଗି ଗ୍ରାମରୁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଦୀର୍ଘ ଦିନ ହେବ ବିଶୁଦ୍ଧ ପାନୀୟ ଜଳ ଟୋପାଏ ପାଇଁ ଏଠାକାର ଗ୍ରାମବାସୀ ଡହଳବିକଳ ହେଉଛନ୍ତି। ଗ୍ରାମରେ ଥିବା ସରକାରୀ ଜଳ ପ୍ରକଳ୍ପ ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ, ଲୋକଙ୍କୁ ଦୂରଦୂରାନ୍ତରୁ ପାଣି ବୋହି ଆଣିବାକୁ ପଡ଼ୁଛି।
ବାରମ୍ବାର ପ୍ରଶାସନକୁ ଗୁହାରି କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ଗ୍ରାମବାସୀଙ୍କ ଧୈର୍ଯ୍ୟର ବାନ୍ଧ ଭାଙ୍ଗିଛି। ଶତାଧିକ ମହିଳା ଓ ପୁରୁଷ ସଂଘଠିତ ହୋଇ ସିଧାସଳଖ ଶେରଗଡ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବା BDO ଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ଗ୍ରାମର ଜାନକୀ ସାହୁ, ଝିଲ୍ଲୀ ଗୌଡ଼, ବାୟାଣୀ ପ୍ରଧାନ, ଚାନ୍ଦିନୀ ଗୌଡ଼, ଝିଲ୍ଲୀ ସାହୁ, ଝୁମୁରୀ ନାୟକ, ତନୁଜା ସେଠୀ, ରୀନା ସେଠୀଙ୍କ ସମେତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ପ୍ରମୁଖ ଉପସ୍ଥିତ ରହି ପ୍ରଶାସନ ଆଗରେ ନିଜର ଦୁଃଖ ଜଣାଇଥିଲେ।
ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି ଏବଂ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି। ଏହି ସମସ୍ୟାର କେବେ ସମାଧାନ ହେଉଛି, ତାହା ଦେଖିବାକୁ ବାକି ରହିଲା।
ଗଞ୍ଜାମ ଜିଲ୍ଲାରୁ ବାପୁନି ସେଠୀଙ୍କ ରିପୋର୍ଟ, ଜାଗୃତି ଖବର।
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
1
Wow
1