ଭଏସ୍ ଅଫ୍ ମିଡିଆ ଧରାକୋଟ ବ୍ଲକ ସଙ୍ଗଠନ ଓ ଅଫିସ ଉଦଘାଟନ ।

Oct 3, 2026 - 06:08
Oct 3, 2026 - 06:09
 0  14
ଭଏସ୍ ଅଫ୍ ମିଡିଆ ଧରାକୋଟ ବ୍ଲକ    ସଙ୍ଗଠନ ଓ ଅଫିସ ଉଦଘାଟନ  ।

ଭଏସ୍ ଅଫ୍ ମିଡିଆ ଧରାକୋଟ ବ୍ଲକ ସଙ୍ଗଠନ ଓ ଅଫିସ ଉଦଘାଟନ ।

 ଗଂଜାମ , ଧରାକୋଟ,2/10/26 : ଧରାକୋଟ ନିକଟସ୍ଥ ପୁଟୁ ସ୍ଥିତ ପ୍ରସିଦ୍ଧ ଶୈବପୀଠ ମୁକ୍ତେଶ୍ୱର ମନ୍ଦିର ପରିସରରେ ଆନ୍ତର୍ଜାତିକ ଭଏସ୍ ଅଫ୍ ମିଡିଆ ଧରାକୋଟ ବ୍ଲକ ୟୁନିଟ ଗଠନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଭଏସ୍ ଅଫ୍ ମିଡିଆର ରାଜ୍ୟ ସଭାପତି ଡକ୍ଟର ପ୍ରଭାତ କୁମାର ମିଶ୍ର, ରାଜ୍ୟ ଉପ ସଭାପତି ଅଜିତ କୁମାର ସାହୁ, ଖୋର୍ଦ୍ଧା ଜିଲ୍ଲା ସହ ସମ୍ପାଦକ ନୃସିଂହ ଚରଣ ଦାସ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ କାଳୀ ଚରଣ ବ୍ରହ୍ମା,ତ୍ରିଲୋଚନ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଧରାକୋଟ ବ୍ଲକ ପାଇଁ ଭଏସ ଅଫ ମିଡିଆ ର ନୂତନ କମିଟି ଗଠନ କରାଯାଇଥିଲା । ଏଥିରେ ସଭପତି ଭାବରେ ହୃଦାନନ୍ଦ ଜେନା,ଉପ ସଭାପତି ଭାବେ ଅଶେଷ ପାତ୍ର,ସମ୍ପାଦକ ଭାବେ କାଳୁଚରଣ ମହାପାତ୍ର,ସହ ସମ୍ପାଦକ ଭାବରେ ପୂର୍ଣ୍ଣ ଚନ୍ଦ୍ର ନାୟକ,କୋଷାଧ୍ୟକ୍ଷ ଭାବେ ଶଙ୍କର ପାଣିଗ୍ରାହୀ,ଉପଦେଷ୍ଟା ଭାବରେ ଗିରିଜା ପ୍ରସାଦ ରଥ,ରୁଦ୍ର ନାରାୟଣ ପଣ୍ଡା ଙ୍କୁ ମନୋନୀତ ହୋଇଥିଲେ। ଆଜିର ବୈଠକରେ ରାଜ୍ୟ ସଭାପତି ସଂଗଠନ ଦ୍ୱାରା ମିଳୁଥିବା ସମସ୍ତ ସୁବିଧା ଯଥା ସାମ୍ବାଦିକ ମାନଙ୍କ ସ୍ୱତନ୍ତ୍ର ସୁରକ୍ଷା ଆଇନ,ସାମ୍ବାଦିକ ବୀମା,ପିଲାମାନଙ୍କ ପାଠ୍ୟ ଉପକରଣ,୬୦ ବର୍ଷ ପରେ ସାମ୍ବାଦିକ ଭତ୍ତା ସହ ଅନେକ ବିଷୟ ଉପରେ ଆଲୋକ ପାତ କରିଥିଲେ । ବୈଠକରେ ସଦସ୍ୟ ବଳରାମ ସାହୁ,ଶ୍ରୀକାନ୍ତ ସାବତ, ପଞ୍ଚୁ ନାରାୟଣ ପାତ୍ର, ସଞ୍ଜୀବ ପଣ୍ଡା,ବିଶ୍ୱାସ ପାତ୍ର,ସଞ୍ଜିତ ସ୍ୱାଇଁ , ଶିଶିର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ତାଳପାଟଣା ଠାରେ ଭଏସ ଅଫ ମିଡିଆ ର ନୂତନ କାର୍ଯ୍ୟଳୟ ରାଜ୍ୟ ସଭାପତି ଙ୍କ ଦ୍ଵାରା ଉଦ୍ଘାଟିତ ହେଇଥିଲା। ସନ୍ଦିପ୍ ସାର୍ ସମସ୍ତ ସଦସ୍ୟ ଙ୍କୁ ହୃଦୟ ରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ ଜଣାଇଛନ୍ତି। ଅତି ଗୁରୁତ୍ୱପୂର୍ଣ୍ଣ ମିଶ୍ର ସାର୍ ଙ୍କ ସକ୍ଷମ ମାର୍ଗଦଶନ ଓ ନେତୃତ୍ଵ ଅତ୍ୟନ୍ତ ଉତ୍କୃଷ୍ଟ କାର୍ଯ୍ୟ କୁ ଉଚ୍ଚ ପ୍ରଶଂସିତ କରିଛନ୍ତି।

ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0