ଶେରଗଡ଼ ପଞ୍ଚାୟତ ସମିତିର ଅଭିନବ ପ୍ରୟାସ: ବିଶ୍ୱ ପରିବେଶ ଦିବସରେ ସଫା ହେଲା ୫୦ ଗାଡ଼ି ବର୍ଜ୍ୟବସ୍ତୁ ।

Jun 4, 2026 - 17:52
Jun 4, 2026 - 17:53
 0  44
ଶେରଗଡ଼ ପଞ୍ଚାୟତ ସମିତିର ଅଭିନବ ପ୍ରୟାସ: ବିଶ୍ୱ ପରିବେଶ ଦିବସରେ ସଫା ହେଲା ୫୦ ଗାଡ଼ି ବର୍ଜ୍ୟବସ୍ତୁ ।


ଶେରଗଡ , ୦୪-୦୬-୨୦୨୬(ଜାଗୃତି ଖବର) : ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବ୍ୟାପକ ସଫେଇ ଓ ସଚେତନ କାର୍ଯ୍ୟକ୍ରମ ଶେରଗଡ଼  ପଞ୍ଚାୟତ ସମିତି ଅନ୍ତର୍ଗତ 22 ଗୋଟି ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତ୍ୟେକ ପଞ୍ଚାୟତରେ ସମିତି ତରଫରୁ ଦିଆଯାଇଥିବା ନୋଡାଲ ଅଫିସର ମାନେ ଉପସ୍ଥିତ ରହି ପଞ୍ଚାୟତ ସ୍ତରୀୟ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଓ ଗ୍ରାମର ଭଦ୍ର ବ୍ୟକ୍ତି ସହ ପଞ୍ଚାୟତ ରାଜ ପ୍ରତିନିଧି ମାନଙ୍କ ସହ ମିଶି ଉତ୍ସାହର ସହ ପରିଚାଳନା କରିଥିଲେ ।
ଏହି ଅବସରରେ ଗ୍ରାମର ସଚେତନ ରାଲି ଓ ଶପଥ ପାଠ କରା ଯାଇଥିଲା । ଶେରଗଡ ପଞ୍ଚାୟତ ସମିତି ନୋଡାଲ ଅଫିସର ଭାବେ ଗ୍ରାମ୍ୟ ଜଳ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସୀମାଞ୍ଚଳ ବେହେରା ଦଳେଇ ବିଭିନ୍ନ ପଞ୍ଚାୟତ ଭ୍ରମଣ କରି କାର୍ଯ୍ୟକ୍ରମର ସୁ ପରିଚାଳନା ତଦାରଖ କରିଥିଲେ ।
ଏହି ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ତୃପ୍ତିମଇ ଜେନା ମହୁପଦର ପଞ୍ଚାୟତରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ ସହ ଗ୍ରାମ ପରିଭ୍ରମଣ ଓ ସଫେଇ କାର୍ଯ୍ୟକ୍ରମ କରି ମହିଳା ମାନେ ଏ ଦିଗରେ ଅଗ୍ରଣୀ ଭୂମିକା ନେବାକୁ ଅନୁରୋଧ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମ ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଯୋଗୁଁ ଶେରଗଡ଼ ଗ୍ରାମର ରାମଚଣ୍ଡୀ ରସ୍ତାରେ ଦୀର୍ଘ ଦୁଇବର୍ଷ ଧରି ଗଦା ହୋଇ ରହିଥିବା ଆବର୍ଜନା ଗତକାଲି ଠାରୁ ରାତ୍ରି ୧୦ ପର୍ଯ୍ୟନ୍ତ ସଫା କରାଯାଇ ପ୍ରାୟ ୫୦ ଗାଡ଼ି ଆବର୍ଜନା ନେଇ MCC ରେ ପକାଯାଇଥିଲା । ଏହି ପରି ସଫେଇ କାର୍ଯ୍ୟକ୍ରମ କୁ ଜନସାଧାରଣ ଙ୍କ  ତରଫରୁ ସଂପୂଣ୍ଣ ସହଯୋଗ କରିଥିଲେ ଓ ଶୁଭେଚ୍ଛା ଜଣାଇଥିଲେ ।
ପଞ୍ଚାୟତ ସମିତି ତରଫରୁ, ଜଳ ପରିମଳ ସହକାରୀ ଯନ୍ତ୍ରୀ  ଶଶାଙ୍କ ଶେଖର ପାଢ଼ୀ, ସହକାରୀ ଯନ୍ତ୍ରୀ ବିଭୁ ପ୍ରସାଦ ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରାକାର ଜେନା, ସମିତି କୋଡିନେଟର ସତ୍ୟନାରାୟଣ ଗୌଡ଼ ପରିଚାଳନା କରିଥିଲେ ।

ଗଞ୍ଜାମ ଜିଲ୍ଲା ଶେରଗଡ ରୁ ବାପୁନି ସେଠୀଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 4
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1