ବାଲ୍ୟବିବାହ ମୁକ୍ତ ସମାଜ ଗଠନ ପାଇଁ ଶେରଗଡ଼ରେ ପୋଲିସ ଓ ଶିକ୍ଷାନୁଷ୍ଠାନର ମିଳିତ ସଚେତନତା ।

Oct 10, 2026 - 21:40
 0  3
ବାଲ୍ୟବିବାହ ମୁକ୍ତ ସମାଜ ଗଠନ ପାଇଁ ଶେରଗଡ଼ରେ ପୋଲିସ ଓ ଶିକ୍ଷାନୁଷ୍ଠାନର ମିଳିତ ସଚେତନତା ।

ବାଲ୍ୟବିବାହ ମୁକ୍ତ ସମାଜ ଗଠନ ପାଇଁ ଶେରଗଡ଼ରେ ପୋଲିସ ଓ ଶିକ୍ଷାନୁଷ୍ଠାନର ମିଳିତ ସଚେତନତା ।

ଶେରଗଡ , ୧୦/୧୦/୨୦୨୬ ( ରିପୋର୍ଟର - ବାପୁନି ସେଠୀ) :  ଶେରଗଡ  ସ୍ଥିତ ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମଧ୍ୟ

ମିକ ବିଦ୍ୟାଳୟ ର ସଭା କକ୍ଷ ରେ ଶେରଗଡ଼ ପୋଲିସ ଏବଂ ଅନୁଷ୍ଠାନ ର ଯୁବ ରେଡ କ୍ରସ ଓ ଜାତୀୟ ସେବା ସଂସ୍ଥା ଅନୁକୂଲ୍ୟ ରେ, ଅନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ଓ ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ ସମ୍ପର୍କ ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

 ଅନୁଷ୍ଠାନ ର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଶିଶିର କାନ୍ତ ତ୍ରିପାଠୀ ଏହି ସଭାରେ ଅଧକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଥାନା ଅଧିକାରୀ ଶ୍ରୀ ଜ୍ଞାନରଞ୍ଜନ ସେଠୀ ମହୋଦୟ ଯୋଗଦେଇ କନ୍ୟା ସନ୍ତାନ ମାନଙ୍କ ସୁରକ୍ଷା ଓ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ। ନିଜ ବକ୍ତବ୍ୟ ରେ ଅନ୍ୟତମ ପୋଲିସ ଅଧିକାରୀ ଶ୍ରୀ ରାଜା ରଞ୍ଜନ ନାୟକ ବାଲ୍ୟ ବିବାହ ନିରୋଧ ଆଇନ ବିଷୟ ରେ ବୁଝାଇଥିଲେ। ହେଲ୍ପ ଲାଇନ ନମ୍ବର 1098 କୁ ବ୍ୟବହାର କରି ସଚେତନ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ।ଏହି ଆଲୋଚନା ରେ ଅଂଶ ଗ୍ରହଣ କରି ପ୍ରାଣିବିଜ୍ଞାନ ଅଧ୍ୟାପକ ଡକ୍ଟର ମନୋଜ କୁମାର ପଣ୍ଡା ବାଲ୍ୟ ବିବାହ ଯୋଗୁଁ ହେଉ ଥିବା ଶାରୀରିକ ସମସ୍ୟା ସମ୍ପର୍କରେ ବୁଝାଇଥିଲେ।

ବାଣିଜ୍ୟ ବିଭାଗ ଅଧାପକ ଶ୍ରୀ ଶ୍ରୀକାନ୍ତ କୁମାର ପଣ୍ଡା ବାଲ୍ୟ ବିବାହର ଆଇନ ଗତ ବିଷୟ ଆଲୋଚନା କରିଥିଲେ। ପଦାର୍ଥ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ଡକ୍ଟର ରିତା ରାଣୀ ସ୍ୱାଇଁ ଏ ଦିଗ ରେ ସଚେତନ ହେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଜାତୀୟ ସେବା ସଂସ୍ଥା ର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ବି. ଶିବାଜୀ ପାତ୍ର ବାଲ୍ୟ ବିବାହର ଐତିହାସିକ ପୃଷ୍ଟ ଭୂମି ଓ ସାମାଜିକ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ଯୁବରେଡ କ୍ରସ ର ସହ ସଂଯୋଜିକା ଅଧିକାରୀ ତଥା ଗଣିତ ଅଧ୍ୟାପିକା ସୁଶ୍ରୀ ଜ୍ୟୋତ୍ସ୍ନା ରାଣୀ ପାଣିଗ୍ରାହୀ ବାଲ୍ୟ ବିବାହ ସମସ୍ୟା ର ପ୍ରତିକାର ବିଷୟ ରେ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

କାର୍ଯ୍ୟକ୍ରମ ରେ ବ୍ଲକ ସିଡିପିଓ ଅଫିସ ତରଫରୁ ଅଧିକାରୀ ଶ୍ରୀ ଶିବ ଶଙ୍କର ଅଚାରୀ ନିଜର ସୁଚିନ୍ତିତ ମତାମତ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଏବଂ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଶେଷ ରେ ସମସ୍ତେ ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ ପାଇଁ ଶପଥ ପାଠ କରିଥିଲେ। ସଭା ଶେଷ ରେ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ ହୋଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0