ବରିଷ୍ଠ ସାମ୍ବାଦିକ ରାଜୀବ ପ୍ରଧାନଙ୍କ ପରଲୋକ ଶୋକାକୁଳ ସାମ୍ବାଦିକ ଜଗତ ।

Oct 9, 2026 - 22:59
 0  23
ବରିଷ୍ଠ ସାମ୍ବାଦିକ ରାଜୀବ ପ୍ରଧାନଙ୍କ ପରଲୋକ ଶୋକାକୁଳ ସାମ୍ବାଦିକ ଜଗତ ।

ବରିଷ୍ଠ ସାମ୍ବାଦିକ ରାଜୀବ ପ୍ରଧାନଙ୍କ ପରଲୋକ ଶୋକାକୁଳ ସାମ୍ବାଦିକ ଜଗତ ।

ଶେରଗଡ,୦୯/୧୦/୨୦୨୬(ରିପୋର୍ଟର - ଜାଗୃତି ଖବର) : ଓଡ଼ିଶା ସାମ୍ବାଦିକତା ଜଗତରେ ଏକ ଅପୂରଣୀୟ କ୍ଷତି। ପରଲୋକରେ ବରିଷ୍ଠ ସାମ୍ବାଦିକ ରାଜୀବ ପ୍ରଧାନ। ଶେରଗଡ଼ ସାମ୍ବାଦିକ ସଂଘକୁ ପୁଣି ଏକ ବଡ଼ ଝଟକା ଲାଗିଛି। ମାସକ ମଧ୍ୟରେ ଦୁଇ ଜଣ ବରିଷ୍ଠ ସାମ୍ବାଦିକଙ୍କ ପରଲୋକ ସଂଘର ସଦସ୍ୟମାନଙ୍କୁ ମର୍ମାହତ କରିଛି।ଦୀର୍ଘଦିନ ଧରି ଅସୁସ୍ଥ ଥିବା ରାଜୀବ ପ୍ରଧାନ ବ୍ରହ୍ମପୁରସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଗଣମାଧ୍ୟମ ଜଗତ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସାମ୍ବାଦିକତା କ୍ଷେତ୍ରରେ ରାଜୀବ ପ୍ରଧାନ ଜଣେ ଜଣାଶୁଣା ଓ ନିଷ୍ଠାପର ଚେହେରା ଥିଲେ। ଦୀର୍ଘ ବର୍ଷ ଧରି ସେ ସତ୍ୟ, ନିରପେକ୍ଷ ଓ ବସ୍ତୁନିଷ୍ଠ ଖବର ପରିବେଷଣ କରି ଲୋକପ୍ରିୟତା ହାସଲ କରିଥିଲେ। ଅନେକ ପ୍ରମୁଖ ଗଣମାଧ୍ୟମ ସଂସ୍ଥାରେ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବା ସହ ନୂଆ ପିଢ଼ିର ସାମ୍ବାଦିକମାନଙ୍କ ପାଇଁ ଜଣେ ଦିଗଦର୍ଶକ ପାଲଟିଥିଲେ। ତାଙ୍କର ସରଳ ବ୍ୟବହାର, ସ୍ପଷ୍ଟବାଦୀ ମନୋଭାବ ଓ ନିର୍ଭୀକ ସାମ୍ବାଦିକତା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା।

ତାଙ୍କ ଅକାଳ ବିୟୋଗରେ ବରିଷ୍ଠ ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରାଯାଇଛି। ତାଙ୍କ ଶେଷ ଦର୍ଶନ ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତି ଓ ସାମ୍ବାଦିକ ସାଥୀମାନେ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0