ଶେରଗଡ଼ରେ "ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ" ଅଭିଯାନର ଶୁଭାରମ୍ଭ ।
ଶେରଗଡ଼ରେ "ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ" ଅଭିଯାନର ଶୁଭାରମ୍ଭ ।
ଶେରଗଡ , ୧୯-୦୫-୨୦୨୬ : ଗଞ୍ଜାମ ଜିଲ୍ଲାକୁ ସ୍ବଚ୍ଛ, ସୁନ୍ଦର ଓ ପ୍ଲାଷ୍ଟିକମୁକ୍ତ କରି ଗଢି ତୋଳିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଆରମ୍ଭ ହୋଇଛି “ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ” ଅଭିଯାନ।
ବିଶେଷ କରି ଗ୍ରାମାଞ୍ଚଳରେ ସ୍ବଚ୍ଛତା ପ୍ରତି ସଚେତନତା ସୃଷ୍ଟି କରିବା ସହ *"ମିଶନ୍ ଜିରୋ ପ୍ଲାଷ୍ଟିକ ଭିଜିବିଲିଟି"*ର ସଫଳତା ପାଇଁ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କ୍ରମରେ ଶେରଗଡ଼ଠାରେ ମଧ୍ୟ ଏହି ସ୍ବଚ୍ଛତା ଅଭିଯାନର ଶୁଭାରମ୍ଭ ବେଶ୍ ଧୂମଧାମରେ ହୋଇଯାଇଛି।
ଶେରଗଡ଼ ପଞ୍ଚାୟତର ପ୍ରସିଦ୍ଧ ହାଟ ବନ୍ଧ ନିକଟରୁ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି। ପରିବେଶକୁ ପ୍ଲାଷ୍ଟିକ ପ୍ରଦୂଷଣରୁ ରକ୍ଷା କରିବା ଏବଂ ଗୋ-ମାତା ଓ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ଏହି ଅଭିଯାନରେ ସର୍ବସାଧାରଣ ସ୍ଥାନ, ଦୋକାନ ବଜାର ଏବଂ ରାସ୍ତାଘାଟରେ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହା ବଦଳରେ କପଡ଼ା ବ୍ୟାଗ୍ ଏବଂ ପୁନଃ ବ୍ୟବହାର ଯୋଗ୍ୟ ସାମଗ୍ରୀ ଆପଣେଇବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
ଏହି ଅଭିଯାନକୁ ଏକ ଗଣ-ଆନ୍ଦୋଳନର ରୂପ ଦେବା ପାଇଁ ପ୍ରତ୍ୟେକ ମଙ୍ଗଳବାର 'ଆମ ଗାଁ' କାର୍ଯ୍ୟକ୍ରମ ଜରିଆରେ ନିଜ ନିଜ ଗାଁ ପାଇଁ ସ୍ବେଚ୍ଛାକୃତ ଭାବେ ସମୟ ଦେବାକୁ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଆହ୍ୱାନ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଯୁବବର୍ଗ ଓ ଛାତ୍ରଛାତ୍ରୀମାନେ ମଧ୍ୟ ବିଶେଷ ଭାବେ ସାମିଲ ହୋଇଛନ୍ତି।
ଏହି ଅଭିଯାନର ଶୁଭାରମ୍ଭ ସମୟରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୀମାଞ୍ଚଳ ର , ସଶାଙ୍କ ଶେଖର ପାଢ଼ୀ , rwss - ସନାତନ ଗୌଡ଼ , ଶେରଗଡ଼ ଅଞ୍ଚଳର ସରପଞ୍ଚ , ସାମ୍ବାଦିକା ବନ୍ଧୁ , ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ MBK ସମସ୍ତ ଜନସାଧାରଣ ମାନେ ଉପସ୍ଥିତ ରହିଥିଲେ । ଜିଲ୍ଲା ପ୍ରଶାସନର ଏହି ପ୍ରଶଂସନୀୟ ପଦକ୍ଷେପ ଆଗାମୀ ଦିନରେ ଗଞ୍ଜାମକୁ ଏକ ସ୍ବଚ୍ଛ ଓ ପ୍ଲାଷ୍ଟିକମୁକ୍ତ ଜିଲ୍ଲା ଭାବେ ଗଢିତୋଳିବାରେ କେତେ ସଫଳ ହେଉଛି, ତାହା ଦେଖିବାକୁ ବାକି ରହିଲା।
What's Your Reaction?
Like
1
Dislike
1
Love
1
Funny
0
Angry
0
Sad
0
Wow
0