ପୁରୁଷୋତ୍ତମପୁର ବ୍ଲକ ରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମଶୁଭାରମ୍ଭ |
ପୁରୁଷୋତ୍ତମପୁର ବ୍ଲକ ରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଶୁଭାରମ୍ଭ |
ପୁରୁଶୋତ୍ତମପୁର, ୨୫/୦୬ (ଜାଗୃତି ଖବର): ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଗତ ୧୨ ତାରିଖ ଦିନ ହୋଇ ତୃତୀୟ ବର୍ଷରେ ପଦାର୍ପଣ କରିଛି। ଏହି ଦୁଇ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟ ସମେତ ବ୍ଲକରେ ହୋଇଥିବା ବିଭିନ୍ନ ଲୋକାଭିମୁଖୀ ଜନ କଲ୍ୟାଣ ଯୋଜନା ଗୁଡ଼ିକର ସଫଳତାକୁ ନେଇ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ପ୍ରଶାସନ ପକ୍ଷରୁ ଚାରି ଦିବସୀୟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ଆଜି ଶେଷ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ବ୍ଳକ ପରିସର ରେ ଅଧକ୍ଷା ପିଙ୍କି ବେହେରା ଓ ବିଡ଼ିଓ ଦେବାଶିଷ ସାମଲ ଙ୍କ ମିଳିତ ସଂଯୋଜନା ରେ ଆରମ୍ଭ କରାଯାଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେଖଲ୍ଲି--
କୋଟ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣ ଚନ୍ଦ୍ର ସେଠୀ ଯୋଗଦେଇ ଥିଲା ବେଳେ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୁବ ନେତା ନିର୍ମଳ ଚନ୍ଦ୍ର ସାହୁ ଯୋଗ ଦେଈ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମଟିର ଶୁଭ ଉଦ୍ଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମ କ୍ରମରେ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ, ସଭ୍ୟା, ସିଡିପିଓ ଲଳିତା ମଲ୍ଲିକ, ଏମ୍ବିକେ ସିଆରପି, ଅଙ୍ଗନ ୱାଡି କର୍ମୀ, ପାଣ୍ଡିଆ ସରପଞ୍ଚ ପ୍ରତିନିଧି କୈଳାଶ ଚନ୍ଦ୍ର ସେଠୀ, ଅଧକ୍ଷା ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା,ସିଡିପିଓ ଲଳିତା ମଲ୍ଲିକ, ଏ ଇ ଓ ନାଗ ଭୂଷଣ ଯାଦବ, ସମସ୍ତ ସମନ୍ୱିତ ବିଭାଗ ସୁପର ଭାଇଜର ଷ୍ଟାଫ, ଓ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ, ବଜେପି ନେତା ଅଜିତ କୁମାର ପଣ୍ଡା, ଚନ୍ଦନ ନାୟକ , ଏବଂ ବ୍ଳକର ସମସ୍ତ ଯେଇ, ପିଇଓ ମାନେ , ବିପିଏମ ମିନେନ୍ଦ୍ର ଦଳେଇ , ବିପିସି ସାଇଦତ୍ତ ବେହେରା, ପି ଓ, ସମାଜ ମଙ୍ଗଳ ଅଧିକାରୀ, କ୍ଲର୍କ, ବି ଏସ ଏସ ଓ,
ସମସ୍ତ ବ୍ଳକ ଷ୍ଟାଫ ଷ୍ଟାଫ ଉପସ୍ଥିତ ରହି ସରକାର ଙ୍କ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |
ଏହି ଅବସରରେ ସରକାରଙ୍କ ୨ ବର୍ଷର ବିଭିନ୍ନ କ୍ଷେତ୍ରରେ ହୋଇଥିବା ଏବଂ କରାଯାଇ ଥିବା କଲ୍ୟାଣମୂଳକ ଯୋଜନା ଗୁଡ଼ିକର ରୁପେଲି ପରଦା ଏବଂ ବିଭିନ୍ନ ବିଭାଗର ଷ୍ଟଲ୍ ଦ୍ୱାରା ପ୍ରଦର୍ଶନ କରାଯିବା ସହିତ ସରକାରଙ୍କ ଉକ୍ତ ଯୋଜନା ଗୁଡ଼ିକ ଦ୍ୱାରା ସର୍ବସାଧାରଣ କିଭଳି ଭାବେ ଲାଭାନ୍ୱିତ, ସଠିକ୍ ବ୍ୟବହାର କରି ନିଜର ଆର୍ଥିକ କ୍ଷେତ୍ର ରେ ସ୍ୱାବଲମ୍ବ ହୋଇପାରିବେ, ଏବଂ ଜନ ଜାତି ଏବଂ ପଛୁଆ ଜନଜାତି ଯୁବକ, ଯୁବତୀ ଓ ଛାତ୍ର, ଛାତ୍ରୀଙ୍କ ପାଠ ପଢ଼ା ନିମିତ୍ତ ସବୁ ପ୍ରକାର ସୁବିଧା ସହଯୋଗ କରିବେ ବୋଲି ମଞ୍ଚାସିନ ଅତିଥି ଓ ଦୁଇ ବିଧାୟକ ମତବ୍ୟକ୍ତ କରଥିଲେ | ଏହା ସହ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଅନ୍ନପୂର୍ଣ୍ଣା କାର୍ଡ, ଭତା କାର୍ଡ, ଆବାସ ଯୋଜନା କାର୍ଡ ସହିତ ଅଙ୍ଗନ ୱାଡି କର୍ମୀ ମାନଙ୍କୁ ସ୍ମାର୍ଟ ଫୋନ ବଣ୍ଟନ କରାଯାଇଥିଲା | ଏହିପରି ବିଜ୍ଞାପିତ ଅଫିସ ତରଫରୁ ମଧ୍ୟ ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଓ କାର୍ଯ୍ୟକ୍ରମ ନିର୍ବାହୀ ଅଧିକାରୀ ଙ୍କ ମିଳିତ ସଂଯୋଜନା ରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ବିଧାୟକ ପ୍ରତିନିଧି ସୁଦର୍ଶନ ବେହେରା, ଆସ୍କା ଏମପି ଅନିତା ସୁଭଦର୍ଶିନୀ ଙ୍କ ପ୍ରତିନିଧି ବିଶ୍ୱଜିତ ମହାପାତ୍ର, ମଞ୍ଚାସିନ ରହିଥିଲା ବେଳେ ସମସ୍ତ କାଉନ ସିଲର, ବିଜ୍ଞାପିତ ଅଞ୍ଚଳ ର ସମସ୍ତ ଷ୍ଟାଫ ଯୋଗ ଦେଇଥିଲେ | ସେଠାରେ ମଧ୍ୟ ଅଧକ୍ଷ ଙ୍କ ସହ ମଞ୍ଚାସିନ ଅତିଥି ମାନେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକ ପାତ କରିଥିଲେ ।
ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0