ଟିମ୍ ଇଣ୍ଡିଆରେ ଗଞ୍ଜାମର ପୁଅ ଅନ୍ତର୍ଜାତୀୟ ପାରା ସିଟିଙ୍ଗ୍ କ୍ରିକେଟ୍ ଖେଳିବେ ଚିକିଟିର ଲକ୍ଷ୍ମଣ ରେଡ୍ଡୀ ।

Aug 27, 2026 - 22:36
 0  3
ଟିମ୍ ଇଣ୍ଡିଆରେ ଗଞ୍ଜାମର ପୁଅ ଅନ୍ତର୍ଜାତୀୟ ପାରା ସିଟିଙ୍ଗ୍ କ୍ରିକେଟ୍ ଖେଳିବେ ଚିକିଟିର ଲକ୍ଷ୍ମଣ ରେଡ୍ଡୀ ।

ଟିମ୍ ଇଣ୍ଡିଆରେ ଗଞ୍ଜାମର ପୁଅ ଅନ୍ତର୍ଜାତୀୟ ପାରା ସିଟିଙ୍ଗ୍ କ୍ରିକେଟ୍ ଖେଳିବେ ଚିକିଟିର ଲକ୍ଷ୍ମଣ ରେଡ୍ଡୀ ।

ଚିକିଟି , ୨୭/୦୮/୨୦୨୬ ( ଜାଗୃତି ଖବର ) : ଇଚ୍ଛାଶକ୍ତି ଓ ନିରନ୍ତର ପରିଶ୍ରମ ଆଗରେ ହାର୍ ମାନିଛି ଶାରୀରିକ ଅସମର୍ଥତା। ଅନ୍ତର୍ଜାତୀୟ ମଞ୍ଚରେ ଦେଶ ପାଇଁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ ଝାଟିପଦର ଗାଁର ପୁଅ କୋଟା ଲକ୍ଷ୍ମଣ ରେଡ୍ଡୀ। ଆଗାମୀ ଅନ୍ତର୍ଜାତୀୟ ପାରା ସିଟିଙ୍ଗ୍ କ୍ରିକେଟ୍ ପ୍ରତିଯୋଗିତା ରେ ସେ ଟିମ୍ ଇଣ୍ଡିଆ ପାଇଁ ଖେଳିବାର ସୁଯୋଗ ପାଇଛନ୍ତି।

ଏହି ଚାରିଦେଶୀୟ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ ବାଂଲାଦେଶ, ଶ୍ରୀଲଙ୍କା ଏବଂ ନେପାଳର ଦଳଗୁଡ଼ିକ ମୁହାଁମୁହିଁ ହେବେ।

ଜଣେ ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା କ୍ରିକେଟ୍ ପ୍ରତି ଲକ୍ଷ୍ମଣଙ୍କ ଆଗ୍ରହ ଓ ଭଲପାଇବା କେବେ କମି ନଥିଲା। ଶାରୀରିକ ପ୍ରତିବନ୍ଧକକୁ ଖାତିର ନକରି ସେ ନିଜର ଅଭ୍ୟାସ ଓ ନିରନ୍ତର ପରିଶ୍ରମ ଜାରି ରଖିଥିଲେ। ପୂର୍ବରୁ ଜାତୀୟ ସ୍ତରରେ ନିଜର ଦମଦାର ପ୍ରଦର୍ଶନ ବଳରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଲକ୍ଷ୍ମଣ, ଏବେ ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଗୌରବ ଆଣିବାକୁ ପ୍ରସ୍ତୁତ।

ଲକ୍ଷ୍ମଣଙ୍କ ଏହି ବିଶାଳ ସଫଳତା ପରେ ତାଙ୍କ ଜନ୍ମମାଟି ଝାଟିପଦର ସମେତ ସମଗ୍ର ଚିକିଟି ଅଞ୍ଚଳରେ ଖୁସିର ମାହୋଲ ଖେଳିଯାଇଛି। ସ୍ଥାନୀୟ ଲୋକେ ଓ ଶୁଭେଚ୍ଛୁମାନେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟାଇଛନ୍ତି। ଗଞ୍ଜାମ ମାଟିର ଏହି ପ୍ରତିଭାବାନ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍ ମଞ୍ଚରେ ଭାରତ ତଥା ଓଡ଼ିଶାର ନାଁ ଗୌରବାନ୍ୱିତ କରିବେ ବୋଲି ସମସ୍ତେ ଆଶା ବ୍ୟକ୍ତ କରିଛନ୍ତି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0