ବିଧାୟକ ନୀଳମଣି ବିଷୋୟୀଙ୍କ କ୍ଷୋଭ ସୋରଡା ସାଗରବନ୍ଧ କାହା ଅଧୀନରେ?

Aug 20, 2026 - 18:09
 0  13
ବିଧାୟକ ନୀଳମଣି ବିଷୋୟୀଙ୍କ କ୍ଷୋଭ  ସୋରଡା ସାଗରବନ୍ଧ କାହା ଅଧୀନରେ?

ବିଧାୟକ ନୀଳମଣି ବିଷୋୟୀଙ୍କ କ୍ଷୋଭ ସୋରଡା ସାଗରବନ୍ଧ କାହା ଅଧୀନରେ?   

ସୋରଡା, ୨୦/୮/ ୨୬ ( ରିପୋର୍ଟର - ସଂଜୟ ପଣ୍ଡା) : ଓଡ଼ିଶା ବିଧାନସଭା ଗୃହ କମିଟି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିବେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ କୁହାଯାଇଥିବା ବେଳେ ସୋରଡା ନିର୍ବାଚନ ମଣ୍ଡଳୀର ବହୁ ଉନ୍ନୟନ କାର୍ଯ୍ୟରେ ଘୋର ବିଭ୍ରାଟ ସୃଷ୍ଟି ହୋଇଥିବା କଥା ବିଧାୟକ ନୀଳମଣି ବିଷୋୟୀ ଗତ ବୁଧବାର ଭଞ୍ଜନଗର ଠାରେ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। ଏପରିକି ଏହି ନିର୍ବାଚନ ମଣ୍ଡଳୀର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ବେନିୟମ ଭାବେ ପରିବର୍ତ୍ତନ କର୍ଯାଇଛି ବୋଲି ଶ୍ରୀ ବିଷୋୟୀ ଅଭିଯୋଗ କରିଛନ୍ତି। ସୋରଡ଼ା ସହର ମଧ୍ୟରେ ଅବସ୍ଥିତ ବହୁ ପୁରାତନ ସାଗରବନ୍ଧ ଦୀର୍ଘ ଦିନ ଧରି ସୋରଡା ଏନ୍ ଏ ସି ଅଧୀନରେ ରହି ଆସିଥିବା ବେଳେ ବର୍ତ୍ତମାନ ଆଉ ଏନ୍ ଏ ସି ଅଧୀନରେ ନଥିବା ଚର୍ଚ୍ଚା ହେଉଛି । ବର୍ତ୍ତମାନ ସାଗର ବନ୍ଧ କାହା ଅଧୀନରେ ଅଛି ଓ ଏହାର ମାଲିକାନା ସତ୍ତ୍ୱ କାହାର ବୋଲି ବିଧାୟକ ଶ୍ରୀ ବିଷୋୟୀ ପ୍ରଶ୍ନ କରିଛନ୍ତି। ସେହିଭଳି ପ୍ରତି ଦୁଇ ମାସରେ ଥରେ ପଞ୍ଚାୟତ ସମିତି ବୈଠକ ହେବାର ବିଧିବଦ୍ଧ ନିୟମ ଥିଲେ ହେଁ ଦୀର୍ଘ ଦିନ ଧରି ସୋରଡା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇ ପାରିନାହିଁ। ଦୀର୍ଘ ୨ ବର୍ଷ ୧୦ ମାସ ୨୭ ଦିନ ପରେ ୨୦.୦୮.୨୦୨୬ ତାରିଖରେ ପ୍ରଥମ ଥର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଭାରତ ସ୍ୱାଧୀନତା ପର ଠାରୁ ସୋରଡା ନିର୍ବାଚନ ମଣ୍ଡଳୀର ବହୁ ଉପାନ୍ତ ଅଞ୍ଚଳକୁ ଏଯାବତ୍ ରାସ୍ତାଘାଟ, ପାନୀୟଜଳ ଓ ବିଦ୍ୟୁତ ସାତ ସପନ ହୋଇ ରହିଥିବା ବେଳେ ପ୍ରାୟ ୩ ବର୍ଷ ପାଖାପାଖି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ନ ହେବା ଅତ୍ୟନ୍ତ ପରିତାପର ବିଷୟ । ଏପରିକି ଗ୍ରାମାଞ୍ଚଳ ଲୋକଙ୍କ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ସେମାନଙ୍କ ବିକାଶ ଓ ସରକାରୀ ଯୋଜନାର ସଫଳ ରୂପାୟନ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ସେହିପରି ଖୁଣ୍ଟେଶ୍ଵରୀ ମନ୍ଦିର ଫାଟକରେ ନିୟୋଜିତ ସୁରକ୍ଷା କର୍ମୀ ସରକାରୀ ନା ବେସରକାରୀ ଭାବରେ ଦ୍ଵାରା ପରିଚାଳିତ, ସେ ଅଜ୍ଞ ଥିବା କଥା ପ୍ରେସ ବିବୃତିରେ ଦର୍ଶାଇଛନ୍ତି । ତେବେ ବିଧାୟକ ହେବା ପରଠାରୁ ସ୍ବାସ୍ଥ୍ୟ,ପ୍ରତ୍ୟେକ ଅଞ୍ଚଳକୁ ଗମନା ଗମନ, ଶିକ୍ଷାର ଉନ୍ନତି ନିମନ୍ତେ ପ୍ରୟାସ ଜାରି ରଖିଥିବା କହିଥିବା ବେଳେ ଆଗାମୀ ଦିନରେ ଏହାକୁ ତ୍ୱରାନ୍ୱିତ କରାଯିବ ବୋଲି ବିବୃତି ରଖିଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0