ମା ଅଳେଇ ସେବା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବୃଦ୍ଧା, ବୃଦ୍ଧ ମାନଙ୍କୁ ବର୍ଷା କାଳୀନ ଛତା ବଣ୍ଟନ ।

May 17, 2026 - 23:30
 0  6
ମା ଅଳେଇ ସେବା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବୃଦ୍ଧା, ବୃଦ୍ଧ ମାନଙ୍କୁ ବର୍ଷା କାଳୀନ ଛତା ବଣ୍ଟନ  ।

ମା ଅଳେଇ ସେବା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବୃଦ୍ଧା, ବୃଦ୍ଧ ମାନଙ୍କୁ ବର୍ଷା କାଳୀନ ଛତା ବଣ୍ଟନ  ।

ଜଗତସିଂହପୁର , ୧୮-୦୫-୨୦୨୬ : ପୂର୍ବ ସରକାର ଙ୍କ ସମୟରେ ବୃଦ୍ଧା ବୃଦ୍ଧ ମାନଙ୍କୁ ଖରା ଓ ବର୍ଷା ଦାଉରୁ ରକ୍ଷା ପାଇବା ନିମନ୍ତେ  ଛତା ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା କିନ୍ତୁ ବର୍ତମାନ ର ସରକାର ସେଥିରୁ ନିବୃତ ରହିବାରୁ  ବାଲିକୁଦା ବ୍ଲକ ଅନ୍ତର୍ଗତ ବାହାରଣା ସ୍ଥିତ ମା ଅଳେଇ ଦେବୀ ପୀଠ ରେ ମା ଅଳେଇ ସେବା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବାହାରଣା ପଂଚାୟତ ରେ  ବାର୍ଦ୍ଧକ୍ୟ ଭତା ପାଉଥିବା ସମସ୍ତ ବୃଦ୍ଧ, ବୃଦ୍ଧା ମାନଙ୍କୁ ଗ୍ରୀଷ୍ମ ଏବଂ ବର୍ଷା କାଳୀନ ଛତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ନିରଞ୍ଜନ ମହାନ୍ତି ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସର୍ବୋଦ୍ୱୟ ମଣ୍ଡଳ ସଭାପତି ରବି ମହାନ୍ତି ମୁଖ୍ୟ ବକ୍ତା ଭାବେ ରାଜ୍ୟ ଉପୋଭୋକ୍ତା ସୁରକ୍ଷା ଅଭିଯାନ ସଭାପତି ଗୋବିନ୍ଦ ଓଝା | ସଂମ୍ମାନିତ ଅତିଥିଭାବେ ସୁନା ଭଉଣୀ ସାହିତ୍ୟ ପତ୍ରିକା ର ସମ୍ପାଦିକା ବିଜୟିନୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ |

ମା ଅଳେଇ ଦେବୀ ସେବା ଫାଉଣ୍ଡେସନ ଟ୍ରଷ୍ଟ ଅଧକ୍ଷ ଉମେଶ ଚନ୍ଦ୍ର ଗଛାୟତ ଟ୍ରଷ୍ଟ ର ଆଭିମୁଖ୍ୟ ସମ୍ପର୍କ ରେ ଉଦବୋଧନ ଦେଇଥିଲେ | ଏହି ଉପଲକ୍ଷେ ବାହାରଣା ପଂଚାୟତ ର ଶତାଧିକ ବୃଦ୍ଧ ବୃଦ୍ଧା ମାନଙ୍କୁ ଛତା ବଣ୍ଟନ କରାଯାଇଥିଲା | ଏ ସମସ୍ତ କାର୍ଯ୍ୟକ୍ରମ କୁ ଅଞ୍ଜନ କୁମାର ପରିଡା, ଅକ୍ଷୟ କୁମାର ରାଉତ, ଜମେଶ ଗଛାୟତ, ଦେବେନ୍ଦ୍ର ରାଉତ, ରାଜେନ୍ଦ୍ର ପାଣି, ତପନ କୁମାର ମହାନ୍ତି, ମାନସ କୁମାର ପରିଡା, ଲକ୍ଷ୍ମୀପ୍ରିୟା ସେଠି, ମୋନାଲିସା ରାଉତ, ମଞ୍ଜୁଲତା ମଲ୍ଲିକ, ସସ୍ମିନୀ କୁମାର ସାହୁ, ସୁବାଷ ମାଣିଆ ପ୍ରମୁଖ ପରିଚାଳନା କରିଥିଲେ | 

ଜଗତସିଂହପୁର ଗଣେଶ ପାଣିଗ୍ରାହୀଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1