ଗଞ୍ଜାମ ଜିଲ୍ଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଖେଳ ଶିକ୍ଷକ।
ଗଞ୍ଜାମ ଜିଲ୍ଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଖେଳ ଶିକ୍ଷକ।
ଶେରଗଡ , ୦୮-୦୮-୨୦୨୬ (ଜାଗୃତି ଖବର) : ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। କର୍ତ୍ତବ୍ୟରେ ଅବହେଳା ଏବଂ ପେଶାଗତ ନୈତିକତା ଭଙ୍ଗ ଅଭିଯୋଗରେ ଜଣେ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଷେରଗଡ଼ ବ୍ଲକ୍ ଅନ୍ତର୍ଗତ ବାରମୁଣ୍ଡଳି ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ (PET) ଶ୍ରୀ ସୁଶାନ୍ତ କୁମାର ଜେନାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।
ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଶ୍ରୀ ସୁଶାନ୍ତ କୁମାର ଜେନାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର କରାଯାଉଥିବାରୁ ତାଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି।
ଆଦେଶପତ୍ର ଅନୁସାରେ, ନିଲମ୍ବନ ସମୟରେ ତାଙ୍କର ମୁଖ୍ୟାଳୟ ଷେରଗଡ଼ ବ୍ଲକ୍ ଶିକ୍ଷା ଅଧିକାରୀ (BEO) ଙ୍କ କାର୍ଯ୍ୟାଳୟରେ ନିର୍ଦ୍ଧାରଣ କରାଯାଇଛି। ତେବେ ନିୟମାନୁସାରେ ସେ ଏହି ସମୟ ମଧ୍ୟରେ ଖୋରାକୀ ଭତ୍ତା ପାଇବାକୁ ହକ୍ଦାର ହେବେ।
ଏହି ସମ୍ପର୍କିତ ନିର୍ଦ୍ଦେଶନାମାର ପ୍ରତିଲିପି ସମ୍ପୃକ୍ତ ଶିକ୍ଷକ, ବାରମୁଣ୍ଡଳି ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଷେରଗଡ଼ BEO ଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇ ଦିଆଯାଇଛି।
ଶିକ୍ଷାନୁଷ୍ଠାନରେ ଅନୁଶାସନ ଓ ନୈତିକତା ବଜାୟ ରଖିବା ପାଇଁ ଜିଲ୍ଲା ଶିକ୍ଷା ବିଭାଗର ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଅନ୍ୟମାନଙ୍କ ପାଇଁ ଏକ କଡ଼ା ସନ୍ଦେଶ ବୋଲି କୁହାଯାଉଛି।
ଗଞ୍ଜାମ ଜିଲ୍ଲାରୁ ବାପୁନି ସେଠୀଙ୍କ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0