ବିଦ୍ୟୁତ ଓ ପାନୀୟ ଜଳ ସମସ୍ୟାକୁ ନେଇ ଜାତୀୟ ରାଜପଥ ଅବରୋଧ, ପୋଲିସ ହସ୍ତକ୍ଷେପରେ ସ୍ୱାଭାବିକ ହେଲା ଯାତାୟାତ
ବିଦ୍ୟୁତ ଓ ପାନୀୟ ଜଳ ସମସ୍ୟାକୁ ନେଇ ଜାତୀୟ ରାଜପଥ ଅବରୋଧ, ପୋଲିସ ହସ୍ତକ୍ଷେପରେ ସ୍ୱାଭାବିକ ହେଲା ଯାତାୟାତ
ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସାହସପୁର ହାଟପଦା ଜେଲ ସାମ୍ନା ଠାରେ ମଙ୍ଗଳବାର ବହୁ ସଂଖ୍ୟକ ମହିଳା ଓ ପୁରୁଷ ଦୁଇ ଦିନ ଧରି ବିଦ୍ୟୁତ ସରବରାହ ଓ ପାନୀୟ ଜଳ ସେବା ବନ୍ଦ ରହିଥିବା ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ଅଟକି ରହିବା ସହ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା।
ଖବର ପାଇ ପାଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସେମାନଙ୍କୁ ବୁଝାଇଥିଲେ। ପରେ ରାସ୍ତା ଅବରୋଧ ହଟିବା ସହ ଯାତାୟାତ ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି। ସମସ୍ୟାର ଶୀଘ୍ର ସମାଧାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ରିପୋର୍ଟ : ଅଶୋକ କୁମାର ସାହୁ ଜାଗୃତି ଖବର
What's Your Reaction?
Like
3
Dislike
0
Love
0
Funny
0
Angry
0
Sad
0
Wow
0