ଶେରଗଡ଼ ବ୍ଲକର ବିଭିନ୍ନ ଗଣେଶ ମଣ୍ଡପ ପରିଦର୍ଶନ କଲେ ନିରଞ୍ଜନ ଜେନା, ପ୍ରଭୁ ଗଜାନନଙ୍କ ଦର୍ଶନ ସହ ନେଲେ ଆଶୀର୍ବାଦ ।

Sep 19, 2026 - 23:57
 0  39

ଶେରଗଡ , ୧୯/୦୯/୨୦୨୬ (ରିପୋର୍ଟର -  ବାପୁନି ସେଠୀ) : ପବିତ୍ର ଗଣେଶ ପୂଜା ଅବସରରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ବିଭିନ୍ନ ଗ୍ରାମରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଏହି ଅବସରରେ ସମାଜସେବୀ ନିରଞ୍ଜନ ଜେନା (ବା କାଳିଆ ଜେନା) ଶେରଗଡ଼ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ଗସ୍ତ କରି ପ୍ରଭୁ ଗଜାନନଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି।

ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ବିଭିନ୍ନ ଗ୍ରାମ ଓ ପଞ୍ଚାୟତରେ ଚାଲିଥିବା ପବିତ୍ର ଗଣେଶ ପୂଜାରେ ସାମିଲ ହୋଇଛନ୍ତି ସମାଜ ସେବି ଶ୍ରୀ ନିରଞ୍ଜନ ଜେନା , ଯିଏ କି କାଳିଆ ଜେନା ଭାବେ ବେଶ୍ ପରିଚିତ। ସେ ନିଜର ସହଯୋଗୀ ମାନଙ୍କ ସହିତ ବ୍ଲକର ଗୋଟିଏ ପରେ ଗୋଟିଏ ଗ୍ରାମ ଯଥା - ଚିକିଲି , ମହୁପଦର , କରଡା କଣା , ବାରସୀଙ୍ଗି ଏହି ପରି ବିଭିନ୍ନ ଗ୍ରାମ ଯାଇ ପୂଜା ମଣ୍ଡପଗୁଡ଼ିକରେ ପ୍ରଭୁ ସିଦ୍ଧିବିନାୟକଙ୍କୁ ଦର୍ଶନ କରିଥିଲେ।

ଏଥିରେ ଯୋଗ ଦେଇଥିଲେ ଶ୍ରୀ ଜିତେନ୍ଦ୍ର ମହାରଣା , ଅଜିତ ଜେନା , ଗୁରୁନାଥ ପଲାଇ , ସଞ୍ଜୟ ଜେନା ସମେତ ଅନେକ ସହଯୋଗୀ ମାନେ ଯୋଗଦେଇଥିଲେ ।ଏହି ଗସ୍ତ ସମୟରେ ସେ ପୂଜା କମିଟିର କର୍ମକର୍ତ୍ତା ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପ୍ରଭୁ ଗଜାନନଙ୍କ ଆଶୀର୍ବାଦରୁ ଶେରଗଡ଼ ବ୍ଲକବାସୀଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସୁ ବୋଲି ସେ ପ୍ରାର୍ଥନା କରିଥିଲେ। 

ନିରଞ୍ଜନ ଜେନାଙ୍କ ଏହି ପରିଦର୍ଶନ ସମୟରେ ସ୍ଥାନୀୟ ଗ୍ରାମବାସୀ ଓ ପୂଜା କମିଟିର ସଦସ୍ୟମାନେ ତାଙ୍କୁ ଉଛାହର ସହିତ ସମ୍ବର୍ଦ୍ଧନା ଜଣାଇଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0