ଚିକିଟିରେ ଓଡ଼ିଶା ଡିଜିଟାଲ ମିଡ଼ିଆ ଗଞ୍ଜାମ ଶାଖା ପକ୍ଷରୁ ବନ୍ଧୁ ମିଳନ ଅନୁଷ୍ଠିତ ।
ଚିକିଟିରେ ଓଡ଼ିଶା ଡିଜିଟାଲ ମିଡ଼ିଆ ଗଞ୍ଜାମ ଶାଖା ପକ୍ଷରୁ ବନ୍ଧୁ ମିଳନ ଅନୁଷ୍ଠିତ ।
ଚିକିଟି, ୨୧/୦୬ (ଜାଗୃତି ଖବର ) : ଓଡ଼ିଶା ଡିଜିଟାଲ ମିଡ଼ିଆ ଗଞ୍ଜାମ ଶାଖା ପକ୍ଷରୁ ଚିକିଟି ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ରୂପେ ଡିଜିଟାଲ ମିଡ଼ିଆ ରାଜ୍ୟ ସଭାପତି ଶ୍ରୀ ମନୋଜ ଶତପଥି ଯୋଗ ଦେଇଥବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଶ୍ରୀମତୀ ମୀରା ବାଇ ଦେଓ, ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଶ୍ରୀ ବିଭୂଧେନ୍ଦ୍ର ପାଢ଼ୀ, ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ଅର୍ଜୁନ ପଣ୍ଡା, ଡିଜିଟାଲ ମିଡ଼ିଆ ଗଞ୍ଜାମ ଜିଲ୍ଳା ସଭାପତି ଶ୍ରୀ ଅମରେନ୍ଦ୍ର ପଟ୍ଟନାୟକ, ଚିକିଟି ଡିଜିଟାଲ ପ୍ରିଣ୍ଟ ମିଡ଼ିଆ ସଭାପତି ଶ୍ରୀ ନିଗମାନନ୍ଦ ପଣ୍ଡା ଏବଂ ସଙ୍ଘର ରାଜ୍ୟ ତଥା ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରଭୃତି ମଞ୍ଚାସିନ ହୋଇଥିଲେ।ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଡିଜିଟାଲ ମିଡ଼ିଆ ପ୍ରତିନିଧି, ସାମ୍ବାଦିକ ଓ ଏଥିରେ ଯୋଗଦେଇ ପରସ୍ପର ମଧ୍ୟରେ ଭାବ ବିନିମୟ କରିଥିଲେ।
କାର୍ଯ୍ୟକ୍ରମରେ ଡିଜିଟାଲ ସାମ୍ବାଦିକତାର ବର୍ତ୍ତମାନ ସ୍ଥିତି, ଚ୍ୟାଲେଞ୍ଜ ଏବଂ ଭବିଷ୍ୟତ ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।ସର୍ବଦା ସତ୍ୟ ଘଟଣା ଉପରେ ଖବର କରିବା ସହ ସଦସ୍ୟ ମାନଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ଏବଂ ସାମ୍ବାଦିକତାର ନୈତିକ ମୂଲ୍ୟବୋଧ ଓ ନିରପେକ୍ଷତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପରିଶେଷରେ ଅଞ୍ଚଳର ଯୁବ କଥାକାର ଶ୍ରୀ ମନୋଜ କୁମାର କୁଣ୍ଡ ସାମ୍ବାଦିକତାର ସଂଜ୍ଞା ବିଷୟରେ ଆଲୋଚନା କରିବା ସହ ସାମ୍ବାଦିକତା ଉପରେ ଏକ ବିପ୍ଲବୀ କବିତା ଆବୃତ୍ତି କରିଥିଲେ। ଦୀପକ ଚୌଧୁରୀ, ଅରୁଣ କୁମାର ପଣ୍ଡା, ଶ୍ରୀବଛ ସାହୁ,ଆଇନ ପରାମର୍ଶ ସଦସ୍ୟ ମାନସ ରଞ୍ଜନ ପାଢ଼ୀ, ରତିକାନ୍ତ ପାଢ଼ୀ, ନରସିଂହ ବେହେରା,ଏବଂ ସାମ୍ବାଦିକ ଦୁର୍ଗାମାଧବ ମହାରଣା ସମସ୍ତ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇ ବନ୍ଧୁ ମିଳନ କାର୍ଯ୍ୟକ୍ରମର ସମାପନ କରିଥିଲେ।
ଗଂଜାମ ଜିଲ୍ଲାରୁ ବାପୁନି ସେଠୀଙ୍କ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0