ଯୁବ ପିଢ଼ି ସ୍ୱାବଲମ୍ବୀ ହେଲେ ସମୃଦ୍ଧ ହେବ ଓଡିଶା ଶେରଗଡ଼ରେ ବ୍ଲକସ୍ତରୀୟ ସମାବେଶ ଅନୁଷ୍ଠିତ ।
ଯୁବ ପିଢ଼ି ସ୍ୱାବଲମ୍ବୀ ହେଲେ ସମୃଦ୍ଧ ହେବ ଓଡିଶା ଶେରଗଡ଼ରେ ବ୍ଲକସ୍ତରୀୟ ସମାବେଶ ଅନୁଷ୍ଠିତ ।
ଶେରଗଡ , ୨୨/୦୬(ଜାଗୃତି ଖବର) : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ପରିସରରେ ବ୍ଲକସ୍ତରୀୟ 'ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ସମାବେଶ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ (BDO) ତୃପ୍ତିମୟୀ ଜେନାଙ୍କ ଅଧ୍ୟକ୍ଷତାରେ ଏହି ସଭା ଆୟୋଜିତ ହୋଇଥିଲା।
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶିଶିର ମିଶ୍ର ଯୋଗଦେଇ କହିଥିଲେ ଯେ, ଏକ ବିକଶିତ ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତି ହେଉଛି ମେରୁଦଣ୍ଡ। ଯୁବ ପିଢ଼ିଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ।
ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରିଣୀ ଅର୍ପିତା ପ୍ରିୟଦର୍ଶିନୀ ଏବଂ ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଭିନ୍ନ ଆଇଟିଆଇ (ITI) ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ MSME, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗ ଓ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା।
ଶେରଗଡ଼ ଦକ୍ଷତା ବିକାଶ କେନ୍ଦ୍ର ତରଫରୁ ପ୍ରତିନିଧି ବିଭୁତି ଭୂଷଣ ସ୍ୱାଇଁ ଏବଂ ପରିଚାଳକ ବିକାଶ କୁମାର ସ୍ୱାଇଁ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥି
ଲେ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0