ଆଡପଡା ଗ୍ରାମରେ ୭ ଦିନ ଧରି ବିଦ୍ୟୁତ ସେବା ବନ୍ଦ, ସପଷ୍ଟେସନ୍‌ରେ ତାଲା ପକାଇ ଧାରଣାରେ ବସିଲେ ଗ୍ରାମବାସୀ

Jun 30, 2026 - 19:28
 0  41

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡପଡା ଗ୍ରାମରେ ଗତ ୭ ଦିନ ଧରି ବିଜୁଳି ଟ୍ରଷଫମର ପୋଡିଯିବା କାରଣ ରୁ ଉପର ସାଇ ଏବଂ ତଳ ସାହି ବିଦ୍ୟୁତ ସେବା ବନ୍ଦ ରହିଥିବାରୁ ଗ୍ରାମବାସୀ ଅତ୍ୟନ୍ତ ଦୁର୍ଭୋଗର ସମ୍ମୁଖୀନ ହୋଇଛନ୍ତି। ବିଦ୍ୟୁତ ବିହୀନ ଅବସ୍ଥାରେ ପାଣି ସମସ୍ୟା, ଦୈନିକ କାମକାଜରେ ବାଧା ସହ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ମଧ୍ୟ ବିଘ୍ନ ସୃଷ୍ଟି ହୋଇଛି।

ପୁନଃପୁନି ବିଦ୍ୟୁତ ବିଭାଗକୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ନ ହେବାରୁ ଆଜି ଗ୍ରାମର ଶତାଧିକ ଲୋକ ଏକତ୍ରିତ ହୋଇ ବିଦ୍ୟୁତ ଷ୍ଟେସନ୍‌ରେ ତାଲା ପକାଇ ଗେଟ ସାମ୍ନାରେ ଧାରଣାରେ ବସି ରହିଛନ୍ତି।

ଆନ୍ଦୋଳନକାରୀମାନେ ତୁରନ୍ତ ବିଦ୍ୟୁତ ସେବା ପୁନଃସ୍ଥାପନ କରିବାକୁ ଦାବି କରିଛନ୍ତି। ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଗ୍ରାମବାସୀ ସତର୍କ କରିଛନ୍ତି।

ରିପୋର୍ଟ : ଅଶୋକ କୁମାର ସାହୁ 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0