ପ୍ରକୃତି ମିତ୍ର ହେଲେ ରମ୍ଭା ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ l
ପ୍ରକୃତି ମିତ୍ର ହେଲେ ରମ୍ଭା ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ l
ରମ୍ଭା : ବିଶ୍ୱ ପରିବେଶ ଦିବସ ଅବସରରେ ରମ୍ଭା ପି.ଏମ.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି । ଓଡ଼ିଶା ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ଦିଗରେ ବ୍ୟାପକ ବୃକ୍ଷରୋପଣ ଓ ଜନଜାଗରଣ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଏକକ ବ୍ଲକ୍ ସ୍ତରୀୟ ବିଦ୍ୟାଳୟ ଭାବେ ଏହି ବିଦ୍ୟାଳୟକୁ ମନୋନୀତ କରାଯାଇଛି । ସେଥିପାଇଁ ବିଶ୍ୱ ପରିବେଶ ଦିବସରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ଗୋପୀନାଥ ବେହେରାଙ୍କୁ ଜିଲାସ୍ତରୀୟ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବନଖଣ୍ଡ ବନାଞ୍ଚଳ ଅଧିକାରୀ, ବ୍ରହ୍ମପୁରଙ୍କ ଦ୍ଵାରା ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ୨୦,୦୦୦/- ଟଙ୍କାର ଚେକ୍ ସହିତ ଓଡ଼ିଶା ରାଜ୍ୟ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ୍ ସିଂ ଖୁଣ୍ଟିଆ ଏବଂ ରାଜ୍ୟ ପ୍ରମୁଖ ଶାସନ ସଚିବ ଭାସ୍କର ଶର୍ମାଙ୍କ ଦ୍ୱାରା ସlର୍ଟିଫିକେଟ ପ୍ରଦାନ କରାଯାଇଛି । ଉକ୍ତ ସମ୍ମାନ ପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ,ଏସ୍ ଏମ୍ ସି ସଭାପତି/କର୍ମକର୍ତ୍ତା ଏବଂ ବିଦ୍ୟାଳୟ ଶୁଭାକାଂକ୍ଷୀଙ୍କ ସହଯୋଗରେ ସମ୍ଭବ ହେବା ସହ ବିଦ୍ୟାଳୟ ତଥା ରମ୍ଭା ସହର ପରିବେଶକୁ ଏକ ସବୁଜିମାରେ ଗଢ଼ି ତୋଳିବା ପାଇଁ ମତପୋଷଣ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସନ୍ନି ଖୋଖର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ସରୋଜ କୁମାର ସାବତ, ସମ୍ମାନିତ ଅତିଥି ଉତ୍ତର ଓଡିଶା ଡ଼ି. ଏଫ. ଓ ହିମାଂଶୁ ଶେଖର ମହାନ୍ତି, ଅଷ୍ଟମ ବାଟାଲିୟନ ଛତ୍ରପୁରର କମାଣ୍ଡାଣ୍ଟ ସାରଦା ପ୍ରସାଦ ଦାସଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକ ଗୋପୀନାଥ ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା l
ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0