ଉପାନ୍ତ କେ ଜକର ଗାଁ ର ସମସ୍ୟା ପରଖିଲା ପ୍ରେସ କ୍ଲବ
1.
ଉପାନ୍ତ କେ ଜକର ଗାଁ ର ସମସ୍ୟା ପରଖିଲା ପ୍ରେସ କ୍ଲବ
ସାନଖେମୁଣ୍ଡି, : ଗ୍ରାମାଞ୍ଚଳ ରେ ବିକାଶ ପାଇଁ ସରକାରୀ ଯୋଜନା ର ଅଭାବ ନାହିଁ କିନ୍ତୁ ପ୍ରଶାସନିକ ଓ ରାଜନୈତିକ ଇଛା ଶକ୍ତି ର ଅଭାବ ଯୋଗୁଁ ଅବହେଳିତ ଅବସ୍ଥାରେ ରହିଛି ସାନଖେମୁଣ୍ଡି ବ୍ଲକ ଟି ଗୋବିନ୍ଦପୁର ପଂଚାୟତ ର ଆଦିବାସୀ ଅଧ୍ୟୁଷିତ କେ ଜକର ଗ୍ରାମ! 22 ଟି ପରିବାର ର ଶହେ ରୁ ଉର୍ଦ୍ଧ୍ଵ ଜନସଂଖ୍ୟା ବିଶିଷ୍ଟ ଗ୍ରାମ ମୌଳିକ ସମସ୍ୟା ରେ ଜର୍ଜରିତ! ଘଞ୍ଚ ପାହାଡ଼ ରେ କେବଳ ପାଦ ଚଲା ରାସ୍ତା ଗାଁ କୁ ରାସ୍ତା ନଥିବାରୁ ସ୍ୱାସ୍ଥ୍ୟ ସେବା ଏଠି ଅପହଞ୍ଚ! ଗାଁ ରେ ବିଦ୍ୟାଳୟ କିମ୍ବା ଅଙ୍ଗନବାଡ଼ି ନ ଥିବାରୁ ଶିକ୍ଷା କ୍ଷେତ୍ରରୁ ଏହି ଗ୍ରାମ ବଞ୍ଚିତ! ବର୍ଷା ହେଲେ ଗାଁ ରେ ହିଁ ଲୋକେ ବନ୍ଦୀ ହୁଅନ୍ତି! ଏଭଳି ବାହ୍ୟ ଜଗତରୁ ବିଛିନ୍ନ ବିକାଶ ଠାରୁ ବହୁ ଦୂରରେ ଥିବା ଗ୍ରାମକୁ ପ୍ରେସ କ୍ଲବ ସାନଖେମୁଣ୍ଡି ପକ୍ଷରୁ ସପ୍ତାହାନ୍ତ ଗାଁ ଦୁଃଖ ସୁଖ ରେ ସାମ୍ବାଦିକ କାର୍ଯ୍ୟକ୍ରମ ରେ ପହଞ୍ଚି ଗ୍ରାମର ସ୍ଥିତି ପରଖିବା ସହ ଛୋଟ ଶିଶୁ ମାନଙ୍କୁ ଶିକ୍ଷା ଉପକରଣ ଓ ବୟସ୍କ ଙ୍କୁ ଛତା ବିତରଣ କରାଯାଇଛି!ସାମ୍ବାଦିକତା କେବଳ ଖବର ସଂଗ୍ରହ ଓ ପ୍ରକାଶନରେ ସୀମିତ ନ ରହି ସମାଜର ଅବହେଳିତ ଓ ପଛୁଆ ବର୍ଗଙ୍କ ସମସ୍ୟାକୁ ସାମ୍ନାକୁ ଆଣିବାର ଏକ ମାଧ୍ୟମ ବୋଲି ପୁଣିଥରେ ପ୍ରମାଣ କରିଛି ପ୍ରେସ କ୍ଲବ ସାନଖେମୁଣ୍ଡି। କ୍ଲବର ସଦସ୍ୟମାନେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଟି. ଗୋବିନ୍ଦପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ କେ. ଜକର ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସୁଖ-ଦୁଃଖ ବୁଝିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ପ୍ରେସ କ୍ଲବର ସାମର୍ଥ୍ୟ ଅନୁସାରେ ଗ୍ରାମର ଛୋଟ ଛୋଟ ପିଲାମାନଙ୍କୁ ଖାତା, ପେନ ଓ ପେନସିଲ ଭଳି ଶିକ୍ଷା ଉପକରଣ ବଣ୍ଟନ କରାଯାଇଥିବା ବେଳେ ବୟସ୍କ ବ୍ୟକ୍ତିମାନଙ୍କୁ ଛତା ଓ ଜୋତା ପ୍ରଦାନ କରାଯାଇଥିଲା। ଏହି ମାନବିକ ପଦକ୍ଷେପକୁ ଗ୍ରାମବାସୀମାନେ ସ୍ୱାଗତ କରିବା ସହ ପ୍ରେସ କ୍ଲବ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ। ଗ୍ରାମବାସୀଙ୍କ ସହ ଆଲୋଚନା ସମୟରେ ଅନେକ ଗୁରୁତର ସମସ୍ୟା ସାମ୍ନାକୁ ଆସିଥିଲା। ସ୍ୱାଧୀନତାର ୭୫ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଗ୍ରାମକୁ ଯିବା ପାଇଁ ଆଜି ପର୍ଯ୍ୟନ୍ତ ଏକ ସୁବ୍ୟବସ୍ଥିତ ପକ୍କା ରାସ୍ତା ନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ସେହିପରି ସ୍ୱାସ୍ଥ୍ୟ, ଶିକ୍ଷା ଓ ଯୋଗାଯୋଗ ଭଳି ମୌଳିକ ସୁବିଧାରୁ ଗ୍ରାମବାସୀମାନେ ବଞ୍ଚିତ ରହିଥିବା ବେଳେ ଅନେକ ସରକାରୀ ଯୋଜନା ଓ ସୁବିଧା ମଧ୍ୟ ସେମାନଙ୍କ ପାଖରେ ପହଞ୍ଚିପାରି ନଥିବା ଜଣାପଡ଼ିଥିଲା। ପ୍ରେସ କ୍ଲବ ସାନଖେମୁଣ୍ଡିର ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ଶନିବାର ଦିନ କ୍ଲବର ସଦସ୍ୟମାନେ ବିଭିନ୍ନ ଦୁର୍ଗମ ଓ ଅବହେଳିତ ଅଞ୍ଚଳକୁ ଯାଇ ସ୍ଥାନୀୟ ଲୋକଙ୍କ ସମସ୍ୟା ବୁଝିବା ସହ ନିଜ ସାମର୍ଥ୍ୟ ଅନୁସାରେ ସହାୟତା କରୁଛନ୍ତି। ଏହାସହ ସେହି ସମସ୍ୟାଗୁଡ଼ିକୁ ପ୍ରଶାସନ ଏବଂ ସରକାରଙ୍କ ଦୃଷ୍ଟିକୁ ଆଣିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି। କେ. ଜକର ଗ୍ରାମରେ ଚିହ୍ନଟ ହୋଇଥିବା ସମସ୍ତ ସମସ୍ୟାକୁ ପ୍ରେସ କ୍ଲବର ସଦସ୍ୟମାନେ ନିଜ ନିଜ ଗଣମାଧ୍ୟମ ମାଧ୍ୟମରେ ପ୍ରକାଶ କରିବା ସହ ସରକାର ଓ ପ୍ରଶାସନଙ୍କ ନିକଟରେ ପହଞ୍ଚାଇବାକୁ ସଂକଳ୍ପବଦ୍ଧ ଥିବା ଜଣାଇଛନ୍ତି। ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ପାଇଁ ଏହା ଏକ ଛୋଟିଆ କିନ୍ତୁ ସକାରାତ୍ମକ ପ୍ରୟାସ ବୋଲି କ୍ଲବ ପକ୍ଷରୁ କୁହାଯାଇଛି। ପ୍ରେସ କ୍ଲବ ସଭ୍ୟ ବିନାୟକ ଦାଶ ପଦ୍ମଲୋଚନ ପାଣିଗ୍ରାହୀ ନାରାୟଣ ସେଠି ଶିବରାମ ସ୍ୱାଇଁ ଅଶୋକ କୁମାର ସାହୁ ସପନ ଦାସ ରଘୁନାଥ ନାୟକ ପ୍ରମୁଖ ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ |
ସାନଖେମୁଣ୍ଡି ରୁ ଅଶୋକ କୁମାର ସାହୁ ଙ୍କ ରିପୋର୍ଟ ଜାଗୃତି ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0