ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ,ଗୁଣାତ୍ମକ ଉପରେ ତଦନ୍ତ ଦାବି ।

Aug 19, 2026 - 07:23
 0  13
ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ,ଗୁଣାତ୍ମକ ଉପରେ ତଦନ୍ତ ଦାବି ।

ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ,ଗୁଣାତ୍ମକ ଉପରେ ତଦନ୍ତ ଦାବି ।

ହିଞ୍ଜିଳିକାଟୁ, ୧୮/୦୮/୨୬ (ଜାଗୃତି ଖବର ) : ହିଞ୍ଜିଳି ଅଞ୍ଚଳରେ ଡବଲ ଇଞ୍ଜିନି ସରକାରଙ୍କ ବିକାଶର ଧାରା ଓଡିଶା ସାର ନାରା ଦେଉଥିବା କଥା ଗ୍ରାମବାସୀ ଶୁଣୁଥିବା ବେଳେ ବିକାଶ ଏବେ ଆଣ୍ଠେଇ ପଡି ମାଟିରେ ଲୋଟି ପଡିଲା । ଏପରି ଦୃଶ୍ୟ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଳକର ଶିକିରି ପଞ୍ଚାୟତର ନୁଆଁ ପୋଖରୀର ଦେଖିବା ମିଳିଛି । ଗ୍ରାମବାସୀଙ୍କ ସୁଚନାନୁଯାୟୀ ନୁଆଁ ପୋଖରୀର ପାଖରେ ଥିବା ସୁରକ୍ଷା କାନ୍ଥଟି ଧସିଗଲା ବହୁ ରାଜସ୍ବ ହାନୀ ଘଟିଲା । ଗୁଣାତ୍ମକ କାର୍ଯ୍ୟ ଉପରେ ଗ୍ରାମବାସୀ ତଦନ୍ତ ପାଇଁ ଦାବି କରୁଥିବା ଶୁଣିବାରେ ମିଳୁଛି । ସେମାନଙ୍କ କହିବା କଥା ମାତ୍ର କିଛି ଦିନ ତଳେ ଏହି ଗାର୍ଡଓ୍ବାଲ ତିଆରି କରାଯାଇଛି । ଏପରି ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ଯନ୍ତ୍ରୀ ତନ୍ତ୍ରୀ କୁଆଡ଼େ ତଦାରଖ କରିବା ପାଇଁ ଆନ୍ତରିକତା ନଥିବା କିମ୍ବା କାର୍ଯ୍ୟ କରିବା ସମୟରେ ଅନୁପସ୍ଥିତ ଥିବା ମଧ୍ୟ ଗ୍ରାମବାସୀଙ୍କ ଠାରୁ ଶୁଣିବାରେ ମିଳୁଛି । ଏହି ପୋଖରୀ ଉନ୍ନତି ନିମନ୍ତେ ବହୁ ରାଜସ୍ବ ଖର୍ଚ୍ଚ ହୋଇଛି କିନ୍ତୁ ସୁଫଳ ମିଳିପାରିନାହିଁ । ପୋଖରୀ ଖନନ କାର୍ଯ୍ୟ ଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟକରଣ ,ପାର୍କ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ପାଖରେ ଥିବା ସୁଚନା ଫଳକ କହେ । କିନ୍ତୁ ଆଜି ସେହି ସ୍ଥାନରେ ସୌନ୍ଦର୍ଯ୍ୟର ବିକାଶ ଆଣ୍ଠେଇ ପଡିଛି । ତେବେ ଏଥିରେ ବ୍ୟୟ ହୋଇଥିବା ଅଟକଳ କାହା ସ୍ବାର୍ଥ ନିମନ୍ତେ ନିମ୍ନ ମାନର ହୋଇଥିଲା ।ଯାହା ଫଳରେ ଅଳ୍ପ ଦିନରେ ଧସେଇ ଗଲା ।ଏଠାରେ ପ୍ରଶ୍ନ ଉଠେ କି ଯଦି ନିର୍ମାଣ କାର୍ଯ୍ୟ ଶେଷ କରାଯାଇ ପେମେଣ୍ଟ ହୋଇସାରିଛି ତେବେ ପୁନର୍ବାର ଏହି ଗାର୍ଡଓ୍ବାଲ କାର୍ଯ୍ୟ କରିବା ପାଇଁ ସରକାରୀ ଅର୍ଥରେ ନିର୍ମାଣ କରାଯିବ ନା ନିର୍ମାଣ କାର୍ଯ୍ୟ ଦାୟିତ୍ବରେ ଥିବା ଅଧିକାରୀ ଏହି ଧସେଇ ଯାଇଥିବା ଗାର୍ଡଓ୍ବାଲ ନିର୍ମାଣ କରିବା ପାଇଁ ଅର୍ଥ ଖର୍ଚ୍ଚ ବହନ କରିବେ ତାହା ଦେଖିବାକୁ ବାକି ରହିଲା ।କିନ୍ତୁ ଏପରି ନିମ୍ନ ମାନର କାର୍ଯ୍ୟ ନେଇ ବିଭାଗୀୟ ଅଧୂକାରୀ କି ପ୍ରକାର ପଦକ୍ଷେପ ନେଉଛନ୍ତି ? ଅବସ୍ଥା ଏପରି ହେଲା କାହିଁକି ? ଏଇ କ‘ଣ ବିକାଶର ଧାରା ଓଡ଼ିଶା ସାରାର କାର୍ଯ୍ୟକ୍ରମ ? ଇଏ କ’ଣ ୨ ବର୍ଷର ୨ ଗୁଣା ବିକାଶ ? ଆଗାମୀ ଦିନରେ ଯଦି ଏହି ଗାର୍ଡଓ୍ବାଲର ରାଜସ୍ବ କ୍ଷତି କିଏ ଭରଣ କରିବେ ନା ବିଭାଗୀୟ ଅଧିକାରୀଙ୍କୁ ଉଚ୍ଚ କର୍ତ୍ତୃପକ୍ଷ ଘଣ୍ଟ ଘୋଡେ଼ଇ ଘଟଣାର ଅନ୍ତ ଘଟାଇବେ କିମ୍ବା ଆନ୍ତରିକତା ପ୍ରକାଶ ନ ପାଏ, ତେବେ ଆଗକୁ ବଡ଼ ପଦକ୍ଷେପ ନେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । 

ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0