ଏନ୍ଏସି ପ୍ରତିନିଧିଙ୍କ ନୀରବତାକୁ ନେଇ ଜନ ଅସନ୍ତୋଷ ।
ଏନ୍ଏସି ପ୍ରତିନିଧିଙ୍କ ନୀରବତାକୁ ନେଇ ଜନ ଅସନ୍ତୋଷ ।
ଗଞ୍ଜାମ , ୦୧-୦୬-୨୦୨୬(ଜାଗୃତି ଖବର) : ଗଂଜାମ ଜିଲ୍ଲା ପୁରୁଷୋତ୍ତମ ପୁର,ଏନ୍ଏସି ଅଞ୍ଚଳର ସାଧାରଣ ଜନତାଙ୍କ ଦାବି, ଅଭିଯୋଗ ଓ ମୌଳିକ ଆବଶ୍ୟକତା ପରିଷଦ ବୈଠକରେ ଉଠୁନଥିବା ଅଭିଯୋଗ ହୋଇଛି। ରାସ୍ତାଘାଟ, ଡ୍ରେନ୍, ପାନୀୟ ଜଳ, ସାର୍ବଜନୀନ ଶୌଚାଳୟ ଓ ସଫେଇ ଭଳି ମୌଳିକ ସମସ୍ୟାକୁ ନେଇ ଲୋକେ ବାରମ୍ବାର ଗୁହାରି କରୁଥିଲେ ମଧ୍ୟ ନିର୍ବାଚିତ ଜନ ପ୍ରତିନିଧିମାନେ ନୀରବ ରହୁଥିବା ଚର୍ଚା ହେଉଛି।
ସରକାରୀ ଯୋଜନା ପହଞ୍ଚୁନି ଲୋକଙ୍କ ପାଖରେ:
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଜନକଲ୍ୟାଣକାରୀ ଯୋଜନା ଆସୁଛି। ହେଲେ ଏନ୍ଏସିର ଗରିବ, ବସ୍ତି ଓ ମଧ୍ୟବିତ୍ତ ପରିବାର ପାଖରେ ଏହା ପହଞ୍ଚାଇବାରେ ଜନ ପ୍ରତିନିଧିମାନେ ସହଯୋଗ କରୁନଥିବା ଲୋକେ ଅଭିଯୋଗ କରିଛନ୍ତି। ବାର୍ଦ୍ଧକ୍ୟ ଭତ୍ତା, ରାସନ୍ କାର୍ଡ, ଆବାସ ଯୋଜନା, ସ୍ୱଚ୍ଛ ଭାରତ ଟଏଲେଟ୍ ପାଇଁ ଲୋକେ ଅଫିସ୍ ଦୌଡ଼ି ଦୌଡ଼ି ହଇରାଣ।
*ଜନତାଙ୍କ ପ୍ରଶ୍ନ: ଚା ଖଟିରେ
ଭୋଟ୍ ବେଳେ ଘରକୁ ଘର ବୁଲୁଥିବା ପ୍ରତିନିଧି ଏବେ କୁଆଡେ ଗଲେ?
ପରିଷଦ ବୈଠକରେ ୱାର୍ଡର ନାଳ, ରାସ୍ତା, ଲାଇଟ୍ ସମସ୍ୟା ଉଠୁନି କାହିଁକି?
ସରକାରୀ ଫଣ୍ଡ୍ ଆସୁଛି, ହେଲେ କାମ ହେଉନି। ପଚାରିବ କିଏ?
ଜନ ପ୍ରତିନିଧି କ'ଣ କେବଳ ନାମକୁ ମାତ୍ର?
*ସାମାଜିକ ଗଣମାଧ୍ୟମରେ ଅସନ୍ତୋଷ:
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ପୋଷ୍ଟରେ ଲେଖାଯାଇଛି, "ଦାବି, ଅଭିଯୋଗ ଓ ଆବଶ୍ୟକତାକୁ ପରିଷଦରେ ଉଠାନ୍ତି କି ଜନ ପ୍ରତିନିଧୀ? ଉତ୍ତର ରଖିବେ କି?" ଲୋକେ ଏହାକୁ ସେୟାର୍ କରି ନିଜ ଅସନ୍ତୋଷ ଜାହିର କରୁଛନ୍ତି।
*ବାସ୍ତବତା:
ଅନେକ ୱାର୍ଡରେ ଗତ ୨ ବର୍ଷ ହେଲା ଡ୍ରେନ୍ ସଫା ହୋଇନି, ଷ୍ଟ୍ରିଟ୍ ଲାଇଟ୍ ବନ୍ଦ, ନୂଆ ରାସ୍ତା କାମ ଅଧାରେ ପଡିଛି। ବର୍ଷା ଦିନେ ରାସ୍ତାରେ ଆଣ୍ଠୁଏ ପାଣି। ହେଲେ ପରିଷଦ ବୈଠକର ଏଜେଣ୍ଡାରେ ଏସବୁ ସମସ୍ୟା ସ୍ଥାନ ପାଉନଥିବା ସୂଚନା ମିଳିଛି।
ନିର୍ବାଚନ ଜିତିବା ପରେ ଜନତାଙ୍କ କଥା ଭୁଲିଯାଉଥିବା ଜନ ପ୍ରତିନିଧିଙ୍କ ବିରୋଧରେ ଏବେ ଏନ୍ଏସି ଅଞ୍ଚଳରେ ଅସନ୍ତୋଷ ଦାନା ବାନ୍ଧୁଛି। ଆଗାମୀ ପରିଷଦ ବୈଠକରେ ପ୍ରତିନିଧିମାନେ କ'ଣ ଉତ୍ତର ରଖୁଛନ୍ତି, ତା ଉପରେ ସମସ୍ତଙ୍କ ନଜର।
ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0