ଗାଁକୁ ଚାଲ' ଅଭିଯାନରେ ସାନଖେମୁଣ୍ଡି ବ୍ଲକ ପ୍ରଶାସନ; ଦଶଘରୀୟ ଓ ବାଟକନଗରକୁ ଆଦର୍ଶ ଗ୍ରାମ ଗଢ଼ିବାକୁ ପଦକ୍ଷେପ

Jul 7, 2026 - 22:28
 0  94
ଗାଁକୁ ଚାଲ' ଅଭିଯାନରେ ସାନଖେମୁଣ୍ଡି ବ୍ଲକ ପ୍ରଶାସନ; ଦଶଘରୀୟ ଓ ବାଟକନଗରକୁ ଆଦର୍ଶ ଗ୍ରାମ ଗଢ଼ିବାକୁ ପଦକ୍ଷେପ

ଗାଁକୁ ଚାଲ' ଅଭିଯାନରେ ସାନଖେମୁଣ୍ଡି ବ୍ଲକ ପ୍ରଶାସନ; ଦଶଘରୀୟ ଓ ବାଟକନଗରକୁ ଆଦର୍ଶ ଗ୍ରାମ ଗଢ଼ିବାକୁ ପଦକ୍ଷେପ

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ 'ଗାଁକୁ ଚାଲ' ଅଭିଯାନ ଅନ୍ତର୍ଗତ ପଦ୍ମପୁର ଗ୍ରାମପଞ୍ଚାୟତର ଦଶଘରୀୟ ଓ ବାଟକନଗର ଗ୍ରାମରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି।

ପ୍ରାୟ ଏକ ମାସ ପୂର୍ବରୁ ସାନଖେମୁଣ୍ଡି ବ୍ଲକର ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ଦୁଇଟି ଗ୍ରାମ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସେହି ସମୟରେ ଗ୍ରାମବାସୀ ଯାତାୟାତ ରାସ୍ତା ଓ ବାସଗୃହ ସମସ୍ୟାକୁ ମୁଖ୍ୟ ଦାବି ଭାବେ ଉପସ୍ଥାପନ କରିଥିଲେ।

ଏହାପରେ ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମର ସାମଗ୍ରିକ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି। ଦଶଘରୀୟ ଓ ବାଟକନଗରକୁ ଆଦର୍ଶ ଗ୍ରାମରେ ପରିଣତ କରିବା ସହ ସମଗ୍ର ଗ୍ରାମକୁ ଅନ୍ତ୍ୟୋଦୟ ଆବାସ କଲୋନୀ ଭାବେ ବିକଶିତ କରିବା ଲକ୍ଷ୍ୟରେ ନୂତନ ବାସଗୃହ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ସେହିପରି ରାସ୍ତା, ପାନୀୟ ଜଳ, ବିଦ୍ୟୁତ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ବିକାଶ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ଏହି କାର୍ଯ୍ୟକ୍ରମରେ ବିଜେପି ଗଞ୍ଜାମ ଜିଲ୍ଲା ଉପସଭାପତି ଶ୍ରୀ ଗୋପାଳ କୃଷ୍ଣ ମଲ୍ଲିକ, ତ୍ରିନାଥ ନାୟକ, ଲିଟୁ ପ୍ରଧାନ, ପ୍ରମୋଦ ଗୌଡ଼, ମୁନା ଗୌଡ଼, ବାବୁ ଗୌଡ଼, ବିକ୍ରମ ଗୌଡ଼, ରାଧା ଗୌଡ଼,ମୋଚିରାମ ପ୍ରଧାନ, ଜୟଶନ ଜେନା, ମୋଚି ରାମ ପ୍ରଧାନ ଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଏହିଭଳି କାର୍ଯ୍ୟକ୍ରମ କୁ ଗ୍ରାମ ବାସୀ ବ୍ଲକ ପ୍ରଶାସନ ସହିତ ରାଜ୍ୟ ସରକାର କୁ ଧନ୍ୟବାଦ ପ୍ରଦାନ କରିଛନ୍ତି |

ସାନଖେମୁଣ୍ଡି ରୁ ଅଶୋକ କୁମାର ସାହୁ ଙ୍କ ରିପୋର୍ଟ ଜାଗୃତି ଖବର 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0