ପ୍ରଥମ ଥର କରି ପୁରୁଷୋତ୍ତମପୁର ବ୍ଲକରେ ଓ ପି ଏସ ସି ପରୀକ୍ଷାରେସଫଳତା ପାଇଛନ୍ତିଆଲାଡୀଗାଁ ର ସନ୍ତୋଷିନୀ ପାତ୍ର ।

Jun 11, 2026 - 16:33
 0  6
ପ୍ରଥମ ଥର କରି ପୁରୁଷୋତ୍ତମପୁର ବ୍ଲକରେ ଓ ପି ଏସ ସି ପରୀକ୍ଷାରେସଫଳତା ପାଇଛନ୍ତିଆଲାଡୀଗାଁ ର ସନ୍ତୋଷିନୀ ପାତ୍ର ।

ପ୍ରଥମ ଥର କରି ପୁରୁଷୋତ୍ତମପୁର ବ୍ଲକରେ ଓ ପି ଏସ ସି ପରୀକ୍ଷାରେସଫଳତା ପାଇଛନ୍ତିଆଲାଡୀଗାଁ ର ସନ୍ତୋଷିନୀ ପାତ୍ର ।


ପୁରୁଷୋତ୍ତମପୁର, ୧୧-୦୬-୨୦୨୬ (ଜାଗୃତି ଖବର) : ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ କେ ଏନ ପୁର ପଞ୍ଚାୟତ ଅନ୍ତର୍ଗତ ଅଲାଡ଼ି ଗାଁର ଗରିବ ଝିଅ ସନ୍ତୋଷୀନି ପାତ୍ର ଓପିଏସସି ରେ ୧୬୭ ତମ ସ୍ଥାନ ପ୍ରାପ୍ତ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ  ଜଣାଇଛନ୍ତି ସରପଞ୍ଚ ପ୍ରତିନିଧି,ହାଇସ୍କୁଲ ଶିକ୍ଷକ ଓ ସମାଜ ସେଵୀ ଓ ଟିଉସନ ଶିକ୍ଷକ ଏନ ରାମଚନ୍ଦ୍ର ରେଡ଼ୀ  | 
ଏହା ପୁରୁଷୋତ୍ତମପୁର ମାଟି ପାଈଁ  ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ଅଟେ । ପ୍ରଥମ ଥର କରି ଜଣେ ଝିଅ ବ୍ଳକ ସ୍ତରରେ ଓପିଏସ ସି ପାଇଛନ୍ତି | ଦୃଢ ସଂକଳ୍ପ କଲେ ନାରୀମଧ୍ୟ ଯେକୌଣସି କାର୍ଯ୍ୟରେ ସୁନାମ ଅର୍ଜନ କରିପାରିବ ଏହା ସନ୍ତୋଷୀଙ୍କ ସଫଳତା ଦର୍ଶାଇ ଦେଉଛି। ବହୁ ବର୍ଷର ଅଧ୍ୟବସାୟ, ପରିଶ୍ରମ ଓ ଧୈର୍ଯ୍ୟର ଫଳସ୍ବରୂପ ଆଜି ସଫଳତା ମିଳିଛି |  ଜଣେ ଗରିବ ଆଦିବାସୀ ଘର ର ଝିଅ ସନ୍ତୋଷିନୀ  | ନିଜ ଗାଁ ସ୍କୁଲ ରୁ ହିଁ ତାଙ୍କ ପ୍ରତିଭା ର ପରିଚୟ  ବିକଶିତ ହୋଈ ପାରିଥିଲା ତୁଳସୀ ଦୁଇପତ୍ର ରୁ ବାସିଲା ପରି ଏବଂ ଏହାକୁ ଯାଣିପାରିଥିଲେ ହାଇସ୍କୁଲ 
 ଶିକ୍ଷକ  ଅଶୋକ କୁମାର ତ୍ରିପାଠୀ , ସେ ଆଶା କରିଥିଲେ କି ଗରିବ ହୋଇମଧ୍ୟତାଙ୍କର ଏହି ବିକଶିତ ଜ୍ଞନ ଯୋଗୁଁ ସେନିଶ୍ଚିତ ଗୋଟେ ଭଲ ମଣିଷ ହୋଇ ପାରିବେ | ଆଜି ତାଙ୍କ ଆଶା ପୂର୍ଣ୍ଣ 
ହୋଇଛି  | ଏପଟେ  ତାଙ୍କ ବୋଉ ମଧ୍ୟ  ନିଜ ପରିବାର ପାଇଁ ବହୁ କଷ୍ଟ କରି ଗାଁ, ଗାଁ ବୁଲି ଷ୍ଟେସନାରୀ ସାମାନ ବିକି ତାଙ୍କୁ ଆର୍ଥିକ ସାହାଯ୍ୟ ଦେବାସହ ଘର ଚଳାଇ ଛନ୍ତି | ସନ୍ତୋଷୀ ମଧ୍ୟ ଜୀବନ
ରେବହୁ ସଂଘର୍ଷ ପରେ ଏକ ବେଙ୍କ ରେ ଦୀର୍ଘ ସାତବର୍ଷ ଚାକିରି କରି ସେ ଆଜି ଓଡିଶା ପ୍ରଶାସନିକ ପରୀକ୍ଷାରେ ଉତୀର୍ଣ୍ଣ ହୋଈ ଛନ୍ତି | ଯାହାକି ଆଜି ସଫଳ ହୋଇଛି | ପରିଶ୍ରମ ର ଫଳ ତାଙ୍କୁ ଆଜି ମିଳିଛି  | ସମସ୍ତ ମହିଳା ଙ୍କୁ ତାଙ୍କ ବୋଉଙ୍କ ବାର୍ତ୍ତା ଯେ ଚେଷ୍ଟା କଲେ ସବୁକିଛି  ସମ୍ଭବ ହୋଈ ପାରିବ  |ଏହି ଘରକୁ ସହଯୋଗ କରିବାରେ ପଛରେ ନାହାନ୍ତି ତାଙ୍କ ବଡ଼ ଭାଇ,ଗାଁ ରେ ଥିଲା ବେଳେ ଅଟୋଚଳାଇ  ସେମାଧ ଘର କୁ ସାହାଯ୍ୟ କରୁଥିଲା ବେଳେ ଏବେ ସେ ଜଣେ ସ୍ୱୟଂ ଶାଡିତ ସରକାରୀବିଜ୍ଞାନ କଲେଜହିଞ୍ଜିଳି କାଟୁ ରେ ଅଧ୍ୟାପକ  | ସମସ୍ତଙ୍କ ତ୍ୟାଗ ର ଫଳ ଯୋଗୁଁ ସନ୍ତୋଷିନୀ ଆଜି ଏହି ସଫଳତା ପାଇଛନ୍ତି |ସନ୍ତୋଷୀଙ୍କ ଇଚ୍ଛା ନିଶ୍ଚିତ ଭାବେ   ଯେହେତୁ ସେ ଗ୍ରାମାଞ୍ଚଳ ରୁ ବଡ଼ ହୋଇଛନ୍ତି  ସେ ଯେଉଁଠାରେ ଭାକିରୀ କରିବେ ସେହି ଗାଁର ପ୍ରାଥମିକ ମୌଳିକ ସୁବିଧା ଯାହା ବିଦ୍ୟୁତ, ପାନୀୟ ଜଳ ଯୋଗାଣ, ରାସ୍ତା ସ୍ୱାସ୍ଥ୍ୟ, ମହିଳା, ଶିଶୁ, ତଥା ପଞ୍ଚାୟତ ର ବିଭିନ୍ନ ସୁବିଧା  ହୋଈ ପାରିବ ତାଉପରେ ଦୃଷ୍ଟି ଦେବେ | ଏବଂ ସବୁସମୟ ରେ ଅସାଧୁ କାର୍ଯ୍ୟ ର ଘୋର ବିରୋଧ କରିବେ |

ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0