ଧନନ୍ତର ପିଏମ୍ ଶ୍ରୀ ନାଥେଶ୍ୱର ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ 'ସୁରଭି' -୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ।

Oct 17, 2026 - 12:39
Oct 17, 2026 - 12:41
 0  20
ଧନନ୍ତର  ପିଏମ୍ ଶ୍ରୀ ନାଥେଶ୍ୱର  ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ 'ସୁରଭି' -୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଧନନ୍ତର  ପିଏମ୍ ଶ୍ରୀ ନାଥେଶ୍ୱର  ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ 'ସୁରଭି' -୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଶେରଗଡ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି-୨୦୨୬ ଅନୁଷ୍ଠିତ ।

ଶେରଗଡ , ୧୬/୧୦/୨୦୨୬(ରିପୋର୍ଟର - ବାପୁନି ସେଠୀ) : ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି' କାର୍ଯ୍ୟକ୍ରମ ଧନନ୍ତର ନାଥେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। 

ଏହି ଉଦ୍‌ଘାଟନୀ ଉତ୍ସବରେ ଶେରଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଇନ୍ଦ୍ରମଣି ସ୍ୱାଇଁ ଏବଂ ଆଲୋକ କୁମାର ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ ଏଥିରେ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ନିରଞ୍ଜନ ଜେନା, ଅବସରପ୍ରାପ୍ତ ବି.ଇ.ଓ. ଉପେନ୍ଦ୍ର କୁମାର ପାଢ଼ୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରଧାନଶିକ୍ଷକମାନେ ଯୋଗଦାନ କରି ମଞ୍ଚାଶୋଭା କରିଥିଲେ। ଉପେନ୍ଦ୍ର କୁମାର ପାଢ଼ୀ ଏହି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। 

ମୋଟ ୧୩ଗୋଟି ପ୍ରତିଯୋଗିତାରୁ ୨୮ଜଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରୁ ୭ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟବକ୍ତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜୟପରାଜୟର ଭାବନା ନରଖି ପ୍ରତିଯୋଗିତାରେ ପାରଦର୍ଶିତା ହାସଲ ପାଇଁ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ଶେଷରେ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ ସି.ଆର.ସି.ସି.ଙ୍କ ମିଳିତ ସହଯୋଗରେ ଏହି ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହକାରେ ସମ୍ପନ୍ନ ହୋଇଥିଲା। ବରିଷ୍ଠ ଶିକ୍ଷକ ଶିଶିର କୁମାର ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଧାନଶିକ୍ଷକ ସମସ୍ତ ଅତିଥି ଓ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0