ଶେରଗଡ଼ ଉଦୟ ପ୍ରତାପ ସ୍ନାତକ ମହାବିଦ୍ୟାଳୟର ପରୀକ୍ଷାଫଳ ପ୍ରକାଶ; କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛାର ସୁଅ l
ଶେରଗଡ଼ ଉଦୟ ପ୍ରତାପ ସ୍ନାତକ ମହାବିଦ୍ୟାଳୟର ପରୀକ୍ଷାଫଳ ପ୍ରକାଶ; କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛାର ସୁଅ।
ଶେରଗଡ , ୨୦-୦୫-୨୦୨୬ : ଶେରଗଡ଼ ସ୍ଥିତ ଉଦୟ ପ୍ରତାପ ସ୍ନାତକ ମହାବିଦ୍ୟାଳୟରୁ ଆସିଛି ଏକ ବଡ଼ ଖବର। ଚଳିତ ବର୍ଷ ପ୍ରକାଶିତ ପରୀକ୍ଷାଫଳରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି କଲେଜ ତଥା ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। କଳା, ବିଜ୍ଞାନ ଓ ବାଣିଜ୍ୟ—ଏହି ତିନୋଟି ଯାକ ବିଭାଗରେ ଛାତ୍ରଛାତ୍ରୀମାନେ ଚମତ୍କାର ପ୍ରଦର୍ଶନ କରି କୃତକାର୍ଯ୍ୟ ହୋଇଛନ୍ତି।
କଳା ବା ଆର୍ଟସ ବିଭାଗରେ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଗାୟତ୍ରୀ ପ୍ରଧାନ। ସେ ମୋଟ୍ ୫୫୦ ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି। ସେହିପରି ଦ୍ଵିତୀୟ ସ୍ଥାନରେ ଶୁଭମ ସାହୁ ୫୪୫ ନମ୍ବର ଏବଂ ତୃତୀୟ ସ୍ଥାନରେ ଶୈଳବାଳା ପାତ୍ର ୫୩୯ ନମ୍ବର ରଖି ମହାବିଦ୍ୟାଳୟର ନାମ ରଖିଛନ୍ତି।
ଅପରପକ୍ଷରେ ବିଜ୍ଞାନ ବା ସାଇନ୍ସ ବିଭାଗରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଜଲୱା ଦେଖିବାକୁ ମିଳିଛି। ଏହି ବିଭାଗରେ ୪୯୮ ନମ୍ବର ସହ ରାଜା ଗୌଡ଼ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ୪୮୬ ନମ୍ବର ସହ ସ୍ମୃତିରେଖା ସ୍ୱାଇଁ ଦ୍ଵିତୀୟ ଏବଂ ୪୬୭ ନମ୍ବର ରଖି ସୋନାଲି ଗୌଡ଼ ତୃତୀୟ ସ୍ଥାନ ହାସଲ କରିଛନ୍ତି।
ସେହିଭଳି ବାଣିଜ୍ୟ ବା କମର୍ସ ବିଭାଗରେ ପଦ୍ମନାଭ ରଥ ୪୩୭ ନମ୍ବର ପାଇ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି। ତାଙ୍କ ପଛକୁ ପଣ୍ଡା ଆଦିତ୍ୟ କବିରାଜ ୪୧୮ ନମ୍ବର ସହ ଦ୍ଵିତୀୟ ଏବଂ ମନୀଷା ଗୌଡ଼ ୩୮୮ ନମ୍ବର ରଖି ତୃତୀୟ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଏହି ତିନୋଟି ବିଭାଗର ଶୀର୍ଷ ସ୍ଥାନଧାରୀଙ୍କ ସମେତ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଭଲ ନମ୍ବର ରଖି ପାସ୍ କରିଛନ୍ତି। ପିଲାମାନଙ୍କର ଏହି ଭବ୍ୟ ସଫଳତା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନେ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ଶେରଗଡ ରୁ ଚକ୍ରଧର ସେଠୀଙ୍କ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
10
Dislike
0
Love
3
Funny
1
Angry
1
Sad
1
Wow
5