ପଳାସପୁର ବୁଦ୍ଧେଶ୍ୱର ମନ୍ଦିରରେ ଶୀତଳ ଷଷ୍ଠି ଯାତ୍ରା ଆଡମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ

Jun 19, 2026 - 15:37
 0  9

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଳାସପୁର ଗ୍ରାମସ୍ଥିତ ବୁଦ୍ଧେଶ୍ୱର ମନ୍ଦିର ପରିସରରେ ପବିତ୍ର ଶୀତଳ ଷଷ୍ଠି ଯାତ୍ରା ବହୁ ଆଡମ୍ବର ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ଶ୍ରୀ ବୁଦ୍ଧେଶ୍ୱର ମହାଦେବଙ୍କ ସହ ମାତା ପାର୍ବତୀଙ୍କ ଶୁଭ ବିବାହ ଉତ୍ସବ ପାରମ୍ପରିକ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଥିଲା।

ଏହି ପବିତ୍ର ବିବାହ ଉତ୍ସବରେ ବରପିତା ଭାବେ ସନ୍ତୋଷ କୁମାର ମିଶ୍ର ଓ ତାଙ୍କ ଧର୍ମପତ୍ନୀ, ଏବଂ କନ୍ୟାପିତା ଭାବେ ବାଳକୃଷ୍ଣ ଚୌଧୁରୀ ଓ ତାଙ୍କ ଧର୍ମପତ୍ନୀ ଦାୟିତ୍ୱ ଗ୍ରହଣ କରିଥିଲେ।

ପୂଜାର୍ଚ୍ଚନା ଓ ବିବାହ କାର୍ଯ୍ୟକ୍ରମକୁ ମନ୍ଦିର ପୁରୋହିତ ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ପୁରୋହିତ ରଞ୍ଜନ ଶତପଥୀ ଓ ପୁରୋହିତ ମଣ୍ଡଳୀ ବେଦମନ୍ତ୍ର ଉଚ୍ଚାରଣ ସହ ବିଧିବତ୍ ବିବାହ ସମ୍ପନ୍ନ କରିଥିଲେ।

ଉତ୍ସବ ପରିଚାଳନାରେ ମନ୍ଦିର ପରିଚାଳନା କମିଟି ସଭାପତି ବସନ୍ତ କୁମାର ପାଢ଼ୀ, ଉପସଭାପତି ଏ. ମାଧବ ରେଡ୍ଡୀ, ସମ୍ପାଦକ ରଞ୍ଜନ ସାହୁ, ସହ ସମ୍ପାଦକ ଏ. ନରେନ୍ଦ୍ର ରେଡ୍ଡୀ, ଉପଦେଷ୍ଟା ଡ଼. କୈଳାଶ ଚନ୍ଦ୍ର ସ୍ୱାଇଁ, ସରପଞ୍ଚ ଜାଗିଲି ସେଠୀ,ଲକ୍ଷ୍ମୀନାରାୟଣ ଆଚାରୀ, ପରମ କୁମାର ନାୟକ, ଜଗନ୍ନାଥ ପାଣିଗ୍ରାହୀ, ଅଶୋକ କୁମାର ସାହୁ,ଏ. ସୁକୁଦେବ ରେଡ୍ଡୀ,ଏମ ହରିହର ପାତ୍ର,ସୀମାଞ୍ଚଳ ସାହୁ, ଶିବରାମ ବେହେରା ସହ ଅନ୍ୟାନ୍ୟ ସଦସ୍ୟମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ।

ପ୍ରସାଦ ରୋଷେଇ କାର୍ଯ୍ୟରେ ହରି ରଥ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହି ମହାନ ଧାର୍ମିକ କାର୍ଯ୍ୟରେ ମନ୍ଦିରର ସମସ୍ତ ପୂଜକ ଓ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ଦେଖିବାକୁ ମିଳିଥିଲା।

ଏହି ଶୁଭ ବିବାହ ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ପ୍ରସାଦ ସେବନ କରିବା ସହିତ ମହାଦେବ ଓ ମାତା ପାର୍ବତୀଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।

ସାନଖେମୁଣ୍ଡିରୁ ଅଶୋକ କୁମାର ସାହୁଙ୍କ ରିପୋର୍ଟ, ଜାଗୃ

ତି ଖବର।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0