ସୋରଡ଼ା ବିଧାୟକଙ୍କ ନିଆରା ଗୁରୁ ପୂଜନ ୧୫୦୦ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା
ସୋରଡା ବିଧାୟକଙ୍କ ନିଆରା ଗୁରୁ ପୂଜନ; ୧୫୦୦ ଶିକ୍ଷକ ସମ୍ମାନିତ ।
ସୋରଡା, ୦୫-୦୯-୨୦୨୬ (ଜାଗୃତି ଖବର ) : ଦୀର୍ଘ ୧୯ବର୍ଷ ଧରି ଶିକ୍ଷକ ମାନଙ୍କୁ ସେମାନଙ୍କ ଅବଦାନ ପାଇଁ ସମ୍ମାନିତ କରି ଆସୁଥିବା ସୋରଡା ବିଧାୟକ ନୀଳମଣି ବିଷୋୟୀ ଚଳିତ ବର୍ଷ ମଧ୍ୟ ଗୁରୁଦିବସରେ ଗୁରୁ ପୂଜନ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି I
ଆଜି ବିଧାୟକ ବିଷୋୟୀଙ୍କ ପ୍ରଚେଷ୍ଟାରେ ଗାଙ୍ଗପୁରରେ ଥିବା ଶରତଚ଼ନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଗୁରୁପୂଜନ ଉତ୍ସବ I
ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଉଦ୍ଘାଟକ ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ଗୁରୁ ପୂଜନ କରିଥିଲେ I
ଉଭୟ ବେଲଗୁଣ୍ଠା ଏବଂ ସୋରଡା ବ୍ଳକ୍ ର ବହୁ ଅବସରପ୍ରାପ୍ତ ଓ ବର୍ତ୍ତମାନ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁଷ୍ପ, ଚନ୍ଦନ ,ଉପଢ଼ୌକନ, ମାନପତ୍ର ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ।
ଶିକ୍ଷକ ମାନଙ୍କ ପ୍ରଚେଷ୍ଟାରେ ହିଁ ଉତ୍ତମ ଓ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ । ଛାତ୍ରଛାତ୍ରୀଙ୍କୁ ନୈତିକ ଶିକ୍ଷା ଦେବା ସହିତ ଅଧିକରୁ ଅଧିକ ସଚେତନ କରାଇବା ପାଇଁ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ ବିଧାୟକ ଶ୍ରୀ ବିଷୋୟୀ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏସ୍ ହରିବାବୁ ଯୋଗ ଦେଇଥିବା ବେଳେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ଲୋପାମୁଦ୍ରା ରଥ ସୋରଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ପ୍ରଜ୍ଞା ପ୍ରିୟଦର୍ଶନୀ ବାରିକ , ସୋରଡ଼ା ତହସିଲଦାର ଗୋପାଳକୃଷ୍ଣ ରାଉତରାୟ , ବେଲଗୁଣ୍ଠା ତହସିଲ ଦାର କଳାକୃଷ୍ଣ ପ୍ରଧାନ, ସୋରଡ଼ା ଜିଲ୍ଲା ପରିଷଦ ସମେରେନ୍ଦ୍ର କୁମାର ସାହୁ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବିଜୟ କୁମାର ମଣ୍ଡଳ, ପିତାମ୍ବର ନାୟକ, ଶୁଶିଳା ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ I
କାର୍ଯ୍ୟକ୍ରମରେ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଉଭୟ ସୋରଡ଼ା ଏବଂ ବେଲଗୁଣ୍ଠା ବ୍ଳକ୍ ୧୫୦୦ ରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସମ୍ମାନପତ୍ର ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୁଷ୍ପ ଚନ୍ଦନ, ଏବଂ ଗୁରୁ ବାର୍ତ୍ତା ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା I
ତେବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ନିଆରା ଗୁରୁପୂଜନ କାର୍ଯ୍ୟକ୍ରମର ସ୍ୱତନ୍ତ୍ରତା ରହିଥିବା ସବୁଠି ଚ଼ର୍ଚ୍ଚାର ବିଷୟ ପାଲିଟିଛି ।
ବିରୋ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0