ଶେରଗଡ଼ ଉଦୟ ପ୍ରତାପ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଶେଷ: BCJD ର ମିଥୁନ ସଭାପତି, ABVP ର ଗାୟତ୍ରୀ ସାଧାରଣ ସମ୍ପାଦିକା ।

Oct 16, 2026 - 07:05
 0  50

ଶେରଗଡ଼ , ୧୬/୧୦/୨୦୨୬ (ରିପୋର୍ଟର - ବାପୁନି ସେଠୀ): ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନର ମାହୋଲ ଜମିଥିବା ବେଳେ ଗଞ୍ଜାମ ଜିଲ୍ଲା ଶେରଗଡ଼ସ୍ଥିତ ଉଦୟ ପ୍ରତାପ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଶେଷ ହୋଇଛି। କଲେଜରେ ABVP ଓ BCJD ମଧ୍ୟରେ କଡ଼ା ଦ୍ୱିମୁଖୀ ଲଢ଼େଇ ଦେଖିବାକୁ ମିଳିଥିଲା।

ମହାବିଦ୍ୟାଳୟରେ ମୋଟ ୮୦୦ରୁ ଅଧିକ ମତଦାତା ଥିବା ବେଳେ ଆଜି ସ୍ଥାପିତ ୩ଟି ବୁଥ୍‌ରେ ମୋଟ ୬୬୪ ଜଣ ଛାତ୍ରଛାତ୍ରୀ ମତଦାନ କରିଥିଲେ।

ଫଳାଫଳ ଅନୁସାରେ, ସଭାପତି ପଦବୀରେ BCJD ର ମିଥୁନ ଗୌଡ଼ ୩୫୯ ଭୋଟ୍ ପାଇ ବିଜୟୀ ହୋଇଥିବା ବେଳେ ଉପ-ସଭାପତି ଭାବେ ଅମର ସ୍ୱାଇଁ ୪୦୨ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ସେହିପରି ସାଧାରଣ ସମ୍ପାଦିକା ଭାବେ ABVP ର ଗାୟତ୍ରୀ ପ୍ରଧାନ ୩୮୫ ଭୋଟ୍ ପାଇ ବିଜୟ ହାସଲ କରିଛନ୍ତି।

ବିଜୟ ପରେ କଲେଜ ସମ୍ମୁଖରେ ଦଳୀୟ କର୍ମୀ ଓ ସମର୍ଥକମାନେ ବାଣ ଫୁଟାଇ, ଫୁଲମାଲ ଓ ଉପଢୌକନ ଦେଇ ନବନିର୍ବାଚିତ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0