ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ରେ କୁସରାବ ବିଦ୍ୟାଳୟ ର ସଫଳତା ।

Aug 21, 2026 - 20:17
 0  9
ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ରେ କୁସରାବ ବିଦ୍ୟାଳୟ ର ସଫଳତା ।

ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ରେ କୁସରାବ ବିଦ୍ୟାଳୟ ର ସଫଳତା ।

ଧରାକୋଟ ୨୧ /୦୮/୨୦୨୬ ( ଜାଗୃତି ଖବର ) :- ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗୀ ମନୋଭାବ ସୃଷ୍ଟିକରି ଅଧ୍ୟୟନ ଦିଗରେ ଆଗକୁ ବଢ଼ିବା ପାଇଁ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଛି । ସେଥିମଧ୍ୟରୁ ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷାରେ ଧରାକୋଟ ବ୍ଲକର କୁସରାବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ପାତ୍ର,ଶିକ୍ଷକ ସଞ୍ଜୟ କୁମାର ଡାକୁଆ, ବିଚିତ୍ରାନନ୍ଦ ପଲେଇ, କଲ୍ୟାଣୀ ତ୍ରିପାଠୀ, ରାଜ କୁମାରୀ ନାୟକ ଓ ସି ଆର ସି ସି କିରଣବାଳା ନାୟକ ଙ୍କ ମାର୍ଗଦର୍ଶନ ରେ ୨୦୨୩/୨୪ ବର୍ଷରେ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ବିକାଶ ପ୍ରଧାନ,୨୦୨୪/୨୫ ବର୍ଷରେ ସୂରଜ ପ୍ରଧାନ, ଅମିତ ପ୍ରଧାନ ଓ ଶ୍ରୀମୟୀ ପାଢ଼ୀ ଏହି ମେଧା ବୃତ୍ତି ପାଇଁ ମନୋନୀତ ହୋଇଛନ୍ତି । ଏହି ଅବସରରେ ଅଭିଭାବକ ଓ ପରିଚାଳନା କମିଟି ତରଫରୁ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସାଧୁ ବାଦ ଜଣାଇଛନ୍ତି।

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0