ପୁରୁଷୋତ୍ତମପୁର ପାଇଁ ଗର୍ବ ଓ ଗୌରବ ଆଣିଲେ ଟାଏକୋଣ୍ଡୋ ବିଜେତା ଆଇଶା ବେହେରା l

Jun 21, 2026 - 22:59
 0  11
ପୁରୁଷୋତ୍ତମପୁର ପାଇଁ ଗର୍ବ ଓ ଗୌରବ ଆଣିଲେ ଟାଏକୋଣ୍ଡୋ ବିଜେତା ଆଇଶା ବେହେରା l
ପୁରୁଷୋତ୍ତମପୁର ପାଇଁ ଗର୍ବ ଓ ଗୌରବ ଆଣିଲେ ଟାଏକୋଣ୍ଡୋ ବିଜେତା ଆଇଶା ବେହେରା l

ପୁରୁଷୋତ୍ତମପୁର ପାଇଁ ଗର୍ବ ଓ ଗୌରବ ଆଣିଲେ ଟାଏକୋଣ୍ଡୋ ବିଜେତା ଆଇଶା ବେହେରା l 

ପୁରୁଷୋତ୍ତମପୁର-୨୧/୦୬/୨୦୨୬ (ଜାଗୃତି ଖବର) : ଗଞ୍ଜାମ ଜିଲ୍ଲା ର ପୁରୁଷୋତ୍ତମପୁର ଟାଏକୋଣ୍ଡା ଏକାଡେମି ର ପ୍ରତିଭାବାନ ଛାତ୍ରୀ ଆଇଶା ବେହେରା ଟାଏକୋଣ୍ଡୋ ପ୍ରତିଯୋଗିତାରେ ସଫଳତା ହାସଲ କରି ପୁରୁଷୋତ୍ତମପୁର ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏହି ପ୍ରତିଯୋଗିତା କଟକ ର ଜବାହରଲାଲ ନେହୁରୁ ଷ୍ଟାଡିୟମ ରେ ଗତ ୧୬ ତାରିଖ ରୁ ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା l ଏଥିରେ ମୋଟ ସବୁ ଭିଭାଗରୁ ପ୍ରାୟ ୬୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l କିନ୍ତୁ ୧୩ ବର୍ଷର କୁନି ଝିଅଟି ସମସ୍ତଙ୍କୁ ଚକମା ଦେଇ ନିଜର କଠିନ ପରିଶ୍ରମ, ନିଷ୍ଠା ଓ ଦୃଢ଼ ମନୋବଳ ବଳରେ ଆଇଶା IN U-33 kG କ୍ଯୁ୍ରୁଗୀ ରେ ସ୍ଵର୍ଣ ଓ ପୋମଶା ରେ ରୌପ୍ୟ ପଦକ ପାଇବାରେ କୃତିତ୍ୱ ହାସଲ କରିପାରିଛନ୍ତି।

ଆଇଶା ଙ୍କ ଏହି ସଫଳତା ପରେ ତାଙ୍କ ବାପା ଭଗବାନ ବେହେରା (ସତ୍ୟବାନ )ଓ ମା ଲଷ୍ମୀ ବେହେରା ଏବଂ କ୍ରୀଡା ପ୍ରଶିକ୍ଷକ ଇ.ଲଳିତ କୁମାର ଏତଦ ବ୍ୟତୀତ ତାଙ୍କ ପରିବାର ସଦସ୍ୟ, ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କର ଏହି ଉପଲବ୍ଧି ଅନ୍ୟ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

ସ୍ଥାନୀୟ ବୁଦ୍ଧିଜୀବୀ ଓ କ୍ରୀଡ଼ାପ୍ରେମୀମାନେ ଆୟେଶାଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆହୁରି ସଫଳତା ଅର୍ଜନ କରି ଅଞ୍ଚଳ ଓ ରାଜ୍ୟର ନାମ ଉଜ୍ଜ୍ୱଳ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି l 

ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0