ପୁରୁଷୋତ୍ତମପୁରରେ ବ୍ଲକସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳିତ l

Aug 15, 2026 - 20:05
 0  4
ପୁରୁଷୋତ୍ତମପୁରରେ ବ୍ଲକସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳିତ l

ପୁରୁଷୋତ୍ତମପୁରରେ ବ୍ଲକସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳିତ l 

ପୁରୁଷୋତ୍ତମପୁର , ୧୫/୦୮ ( ଜାଗୃତି ଖବର ) : ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଥିବା ପି ଏ ମ ଶ୍ରୀ ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟରେ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ତଥା ଜଣାଶୁଣା ଶିକ୍ଷାବିତ ତଥା ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କମିଟି ର ଆବାହକ ଡ଼.ପ୍ରଫୁଲ କୁମାର ରଥଙ୍କ ପୌରୋହିତ୍ୟରେ ଏବଂ ସ୍ଥାନୀୟ ତହସିଲଦାର ତଥା ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ କମିଟିର ସଭାପତି ବିନୋଦ କୁମାର ବେହେରାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ୮୦ ତମ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସରେ ପୁରୁଷୋତ୍ତମପୁର ବ୍ଲକ ରେ ୩୪ ଗୋଟି ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ | ଏହି ଅବସରରେ ବିଦ୍ୟାଳୟ ରେ ଥିବା ପଞ୍ଚଶଖାଙ୍କୁ ପ୍ରଥମେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ପରିସର ମଧ୍ୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ରାଷ୍ଟ୍ର ଗାନ ସହିତ ସ୍ୱାଧୀନତା ସଂଗ୍ରାମୀ ଓ ଦେଶ ପାଇଁ ବଳିଦାନ ଦେଇଥିବା ମହାନ ବ୍ୟକ୍ତିତ୍ୱଙ୍କୁ ସ୍ମରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା,ମୁଖ୍ୟବକ୍ତା ଭାବେ ଏସ.ଡି.ପି.ଓ ସୁଜିତ କୁମାର ନାୟକ,ସମ୍ମାନିତ ଅତିଥି ଭାବେ ଥାନା ଭାରପ୍ରାପ୍ତ ଅଧିକାରୀ କୁଳମଣି ସେଠୀ,ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ଓକିଲ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଅବସର ପ୍ରାପ୍ତ ଶିକ୍ଷକ ଏ ରାଜୁଗୋପାଳ ରାଓ,ନରସିଂହ ଦାସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣିମା ସର୍ଦ୍ଦାର ଏବଂ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରାଙ୍କ ସମେତ ସମ୍ପାଦକ ଅରୁଣ କୁମାର ଗୌଡ଼ ଯୋଗ ଦେଇଥିଲେ |ପ୍ରଥମେ କମିଟି ର ଆବାହକ ଡ଼. ପ୍ରଫୁଲ୍ଲ କୁମାର ରଥ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିବା ବେଳେ ସମ୍ପାଦକିୟ ବିବରଣୀ ଦେଇଥିଲେ ଅରୁଣ କୁମାର ଗୌଡ଼ ଏହି କାର୍ଯ୍ୟକ୍ରମ ରେ ଏନଏସି ଏବଂ ବ୍ଲକ ର ବିଭିନ୍ନ ପଞ୍ଚାୟତର କୋଣ ଅନୁକୋଣରୁ ଆସିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ,ଶିକ୍ଷକ ଓ ସ୍ଥାନୀୟ ଜନସାଧାରଣଙ୍କ ପ୍ରବଳ ଭିଡ଼ ଜମିଥିଲା । ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ସହ ରାଷ୍ଟ୍ର ଗଠନରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ନେଇ ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ଏହି ସ୍ୱାଧୀନତା ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଭିନ୍ନ ଦେଶଭକ୍ତି ସଂଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରତିଭା ପ୍ରଦର୍ଶନ କରାଯାଇଥିଲା। ସମଗ୍ର ପରିବେଶ ଦେଶଭକ୍ତିର ଭାବନାରେ ବିମୋହିତ ହୋଇଥିଲା। ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l 

ପରିଶେଷରେ ସଂଘ ର ସଦସ୍ୟ ମାନଙ୍କ ଦ୍ୱାରା ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିସ୍କୁଟ ଓ କେକ ଓ ପାନୀୟ ବ୍ୟବସ୍ଥା କରାଯାଇଥିଲା l ଏହି ପୋଗ୍ରାମ କୁ ସମ୍ପୂର୍ଣ୍ଣ ସହଯୋଗ ର ହାତ ବଢ଼ାଇଥିଲେ, ସ୍ୱାଧୀନତା ଦିବସ ପାଳନ କମିଟିର ସମସ୍ତ ସଦସ୍ୟ,ସେବା ସାମ୍ବାଦିକ ସଂଘ,ସରସ୍ୱତୀ ଶିଶୁ ମନ୍ଦିର,ସନ ସାଇନ ଇଣ୍ଟର ନେଶନାଲ ସ୍କୁଲ ଭୁତସରସିଙ୍ଗି ହାଇସ୍କୁଲଙ୍କ ସମେତ ସହରର କିଛି ବୁଦ୍ଧିଯିବି ପରିଶେଷରେ ସମସ୍ତ ଛାତ୍ର ଛାତ୍ରୀ ଆନଦ ଉଲ୍ଲାସ ରେ ନିଜ ନିଜ ର ସାର୍ଟିଫିକେଟ ଟ୍ରଫି ନେଇ ନିଜ ନିଜ ଘରକୁ ଫେରିଥିଲେ |

ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0