ଓଡ଼ିଶା ବନ୍ଦକୁ ଧରାକୋଟରେ ସମର୍ଥନ: ଦାବି ନେଇ ରାସ୍ତାରେ ଅଖିଳ ଭାରତୀୟ କିସାନ ମଜଦୁର ସଂଗଠନ ।

Oct 9, 2026 - 09:11
 0  5
ଓଡ଼ିଶା ବନ୍ଦକୁ ଧରାକୋଟରେ ସମର୍ଥନ: ଦାବି ନେଇ ରାସ୍ତାରେ ଅଖିଳ ଭାରତୀୟ କିସାନ ମଜଦୁର ସଂଗଠନ ।

ଓଡ଼ିଶା ବନ୍ଦକୁ ଧରାକୋଟରେ ସମର୍ଥନ ଦାବି ନେଇ ରାସ୍ତାରେ ଅଖିଳ ଭାରତୀୟ କିସାନ ମଜଦୁର ସଂଗଠନ ।

ଗଞ୍ଜାମ, ଧରାକୋଟ (ରିପୋର୍ଟ– ଶଙ୍କର ପାଣିଗ୍ରାହୀ), ୦୮/୧୦/୨୦୨୬: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ବଳରାମପୁର ପଞ୍ଚାୟତର ଷଢଙ୍ଗୀପଲ୍ଲୀ ଛକଠାରେ ସି.ପି.ଆଇ.ଏମ୍.ଏଲ୍ (ଏନ୍.ଡି.) ଓ ଅଖିଳ ଭାରତ କିଷାନ ମଜଦୁର ସଭା ପକ୍ଷରୁ ଓଡ଼ିଶା ବନ୍ଦକୁ ସମର୍ଥନ ଜଣାଇ ବନ୍ଦ ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ଏହି ବନ୍ଦର ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ନିର୍ବାଚନ କମିଶନର ନିଯୁକ୍ତି ଆଇନରେ ସଂଶୋଧନ, ଏସ୍.ଆଇ.ଆର୍. ପ୍ରକ୍ରିୟାକୁ ବାତିଲ କରିବା, ରାଜ୍ୟରେ ବିକାଶ ନାମରେ ଖଣିଗୁଡ଼ିକୁ ବଡ଼ ବଡ଼ କମ୍ପାନୀ ହାତକୁ ଟେକିଦେବା ବନ୍ଦ କରିବା ଏବଂ ରାଜ୍ୟ ସ୍ୱାର୍ଥ ଓ ଆଦିବାସୀ ବିରୋଧୀ ଖଣି ଆଇନ (ଏମ୍.ଏମ୍.ଡି.ଆର୍. ଆଇନ, ୨୦୨୬)କୁ ବାତିଲ କରିବା ଆଦି ରହିଥିଲା।ବନ୍ଦ ପାଳନରେ ଜିଲ୍ଲା କମିଟି ପ୍ରତାପ ନାଇକ,ବ୍ଲକ ସଭାପତି ଝିଲିକା ମଣ୍ଡଳ, ଉପସଭାପତି ଯକ୍ଷ୍ୟ ଗମାଙ୍ଗ,ଉପବ୍ଲକ କମିଟିର ରବି ଗମାଙ୍ଗ,ସୁକୁରୁ ଗମାଙ୍ଗ, କେଶବ କାର୍ଜୀ,ଜିସୟ ଗମାଙ୍ଗ,ବାଲ୍ମୀକି ମାଲିକ,ସଜିତ ମଣ୍ଡଳ,ଅରୁଣ ଗମାଙ୍ଗ,ସତ୍ୟ ବଡ଼ରଇତ,ମୁଯେସ ଗମାଙ୍ଗ, ସୁକାନ୍ତ ମଣ୍ଡଳ ଓ ଲିଙ୍ଗା ଗମାଙ୍ଗଙ୍କ ସମେତ ବହୁ ସଂଖ୍ୟକ କର୍ମୀ ଉପସ୍ଥିତ ଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0