ଜଣେ ପ୍ରାଥମିକ ଶିକ୍ଷକ ଙ୍କ ଦାୟିତ୍ୱ ରେ କବିସୂର୍ଯ୍ୟନଗର ବିଇଓ ଅଫିସ।

Aug 13, 2026 - 20:15
 0  2
ଜଣେ ପ୍ରାଥମିକ ଶିକ୍ଷକ ଙ୍କ ଦାୟିତ୍ୱ ରେ କବିସୂର୍ଯ୍ୟନଗର ବିଇଓ ଅଫିସ।
ଜଣେ ପ୍ରାଥମିକ ଶିକ୍ଷକ ଙ୍କ ଦାୟିତ୍ୱ ରେ କବିସୂର୍ଯ୍ୟନଗର ବିଇଓ ଅଫିସ।

ଅବସରକୁ ମାସେ ବାକି : ବିଇଓ ଙ୍କୁ ଜିଲ୍ଲାପାଳ ବଦଳି।

ତିନି ଏବିଇଓ ଖାଲି, ବିଇଓଙ୍କ ବଦଳି ପରେ...

ଜଣେ ପ୍ରାଥମିକ ଶିକ୍ଷକ ଙ୍କ ଦାୟିତ୍ୱ ରେ କବିସୂର୍ଯ୍ୟନଗର ବିଇଓ ଅଫିସ।

କବିସୂର୍ଯ୍ୟନଗର ୧୩-୦୮-୨୦୨୬ (ଜାଗୃତି ଖବର) : ବିଚିତ୍ର ଶାସନ ବ୍ୟବସ୍ଥା.. ଅଦିନିଆ ବଦଳି କୁ ନେଇ ଆଲୋଡନ.. ତାହା ପୁଣି ଅବସର ନେବାକୁ ଆଉ ମାସେ ବାକି ଥିବା ବେଳେ ଅନ୍ୟ ଜିଲ୍ଲା କୁ ବଦଳି କରି ରାଜ୍ୟ ସରକାର ଙ୍କ ଗଣଶିକ୍ଷା ବିଭାଗ କିଭଳି ସରକାରୀ ମାର୍ଗ ଦର୍ଶିକା ର ଉଲଂଘନ କରିଛି ତାହା ପଦାରେ ପଡିଛି.. ଯାହା ସୂଚନା ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଇଓ ଙ୍କୁ ବଦଳି କରାଯାଇଛି। ରାଜ୍ୟ ଗଣଶିକ୍ଷା ବିଭାଗ ଚିଠି ନଂ SME-FE-OES-0221-2026/20784 ପ୍ରକାରେ ଅଗଷ୍ଟ 7 ତାରିଖ ରେ କବିସୂର୍ଯ୍ୟନଗର ରୁ ନୂଆପଡା ଜିଲ୍ଲା ସିନାପାଲି କୁ ବଦଳି କରାଯାଇଥିବା ହସ୍ତଗତ ହୋଇଛି। ଯାହା କୁହାଯାଇଛି ସେପ୍ଟେମ୍ବର 30 ରେ କବିସୂର୍ଯ୍ୟନଗର ବିଇଓ ଅଭିମନ୍ୟୁ ସାହୁ ଅବସର ନେବାକୁ ଥିବା ବେଳେ ଅଗଷ୍ଟ ମାସରେ ଅନ୍ୟ ଜିଲ୍ଲା କୁ ବଦଳି ଘଟଣା ଏହା ଏକ ରାଜନୈତିକ ଆକ୍ରୋଶ ହୋଇଥାଇପାରେ ବୋଲି ଆଲୋଚନା ହେଉଛି। କବିସୂର୍ଯ୍ୟନଗର ବ୍ଲକ କୁ ଦୁଇ ଦୁଇ ଜଣ ବିଧାୟକ ଙ୍କ କତୃତ୍ୱ ରହୁଥିବା ବେଳେ ବିଜେପି ସରକାର ରେ ନେତାଙ୍କ ଦୌରାତ୍ମ୍ୟ କବିସୂର୍ଯ୍ୟନଗର ବିଡିଓ ବଦଳି ଘଟଣା ରେ ସ୍ପଷ୍ଟ ଜଣାପଡୁଛି। ସରକାରୀ ଗାଇଡଲାଇନ ଅନୁସାରେ ଜଣେ ସରକାରୀ କର୍ମଚାରୀ ଙ୍କ ଅବସର ସମୟ ରେ ବଦଳି ନକରିବା ନିୟମ ଥିବା ବେଳେ ନିୟମ ଉଲଂଘନ କରି ଗଣଶିକ୍ଷା ବିଭାଗ କର୍ତ୍ତୃପକ୍ଷ କିଭଳି ବଦଳି ଆଦେଶ ଦେଲେ ତାହାକୁ ନେଇ ପ୍ରଶ୍ନ ଉଠୁଛି। ଅନ୍ୟ ପକ୍ଷରେ କୁହାଯାଉଛି ଯେ ରାଜନୈତିକ ଆକ୍ରୋଶ ରେ କିଛି ଶିକ୍ଷକ ଙ୍କ ବଦଳି ପାଇଁ ନେତାଙ୍କ ନିର୍ଦେଶ ପାଳନ କରିନଥିଲେ ଏବଂ ନିର୍ଦିଷ୍ଟ ଏକ ବିଦ୍ୟାଳୟ ରେ ପିଲାଙ୍କ ଖାଦ୍ୟ ହେରଫେର ଘଟଣା ରେ ବିଇଓ ଙ୍କ ହସ୍ତକ୍ଷେପ ଏବଂ ପରିଚାଳନା କମିଟି ପରିବର୍ତନ କରିବା, ପୋଷାକ ବଣ୍ଟନ ଦାୟିତ୍ୱ ନେତାଙ୍କ ବୋଲକରା ନହେବା ଏମିତି କିଛି ଘଟଣା କୁ ନେଇ ରାଜନୈତିକ ଆକ୍ରୋଶର ଶିକାର ହୋଇଥିବା ଆଲୋଚନା ହେଉଛି। ସେପଟେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକରୀ ଙ୍କ ଅଲିଖିତ ନିର୍ଦେଶ ଏବଂ ଚାପ କବିସୂର୍ଯ୍ୟନଗର ଶିକ୍ଷାବିଭାଗ ରେ ବିଶୃଙ୍ଖଳା ଲାଗିରହିଥିଲା.ଜୈନିକ ରାଜନେତାଙ୍କ ନିର୍ଦେଶ ରେ ଗଞ୍ଜାମ ଡିଇଓ ପରିଚାଳିତ ହେଉଥିବା ବେଳେ କବିସୂର୍ଯ୍ୟନଗର ବ୍ଲକ ର ଏକ ବିଦ୍ୟାଳୟ ରେ ବିଶୃଙ୍ଖଳା କାରି ପ୍ରଧାନ ଶିକ୍ଷକ ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଙ୍କୁ ପଦୋନ୍ନତି ଦିଆଯିବା ଘଟଣା ଚର୍ଚ୍ଚା ଚାଲିଛି.. ଏବେ ଅଧିକାରୀ ବିହୀନ ହୋଇପଡିଛି କବିସୂର୍ଯ୍ୟନଗର ବିଇଓ କାର୍ଯ୍ୟଳୟ। 3 ଜଣ ଏବିଇଓ ଜାଗା ରେ ଜଣେ ବି ନଥିବା ବେଳେ ବିଇଓ ଙ୍କ ବଦଳୀ ପରେ 3 ଜଣ ଏବିଇଓ ଏବଂ ବିଇଓ ଦାୟିତ୍ୱରେ ଅଛନ୍ତି ଜଣେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ। ସମ୍ପ୍ରତି ବ୍ଲକ ରେ ପ୍ରାୟ 12 ହଜାରରୁ ଉର୍ଧ୍ଵ ପିଲା 600 ରୁ ଉର୍ଦ୍ଧ ଶିକ୍ଷକ, ଶିକ୍ଷୟତ୍ରୀ ଏବେ ବିନା ବିଇଓ ରେ କାର୍ଯ୍ୟ କରୁଥିବା ଘଟଣା କୁ ନେଇ ସରକାର ଙ୍କ ଶିକ୍ଷା ମାରଣ ନୀତି କୁ ପଦାରେ ପକାଇଛି। ଲୋକଙ୍କ ସରକାର କହୁଥିବା ବିଜେପି ଏବେ ପିଲାଙ୍କ ଭବିଷ୍ୟତ ଖେଳୁଥିବା ବେଳେ କବିସୂର୍ଯ୍ୟନଗର ରେ କେବେ ନିଯୁକ୍ତି ହେବେ ବିଇଓ ସରକାର ଦୃଷ୍ଟି ଦେବାକୁ ଦାବୀ ହେଉଛି।

 ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0