ଅଚଳାବସ୍ଥା ଅବସ୍ଥାରେ ପୌରପରିଷଦର କୃଷକ ବଜାର । ସୁଧାର ଆଣିବେ କେବେ ?

Sep 3, 2026 - 18:12
 0  15
ଅଚଳାବସ୍ଥା ଅବସ୍ଥାରେ  ପୌରପରିଷଦର କୃଷକ ବଜାର । ସୁଧାର ଆଣିବେ କେବେ ?

ଅଚଳାବସ୍ଥା ଅବସ୍ଥାରେ ପୌରପରିଷଦର କୃଷକ ବଜାର । 

ସୁଧାର ଆଣିବେ କେବେ ?

ହିଞ୍ଜିଳିକାଟୁ,  ୦୩ /୦୯/୨୬ (ଜାଗୃତି ଖବର ) : କୃଷକ କଲ୍ୟାଣ ନିମନ୍ତେ ସରକାର ବହୁ ଯୋଜନା ଆରମ୍ଭ କରିଛନ୍ତି ।ଏଥିପାଇଁ ପୂର୍ବତନ ସରକାରଙ୍କ ଅମଳରେ ପୌରପରିଷଦ ପକ୍ଷରୁ ବହୁ ରାଜସ୍ବ ଖର୍ଚ୍ଚକରାଯାଇଛି ।କିନ୍ତୁ ଏହାର ସୁଫଳ ପ୍ରକୃତ ପକ୍ଷେ ପାଉନଥିବା ଜଳଜଳ ଆଖି ଆଗରେ ଦେଖାଦେଇଛି । ଏହି ଅଚଳାବସ୍ଥାରେ ରହିଥିବା ଦୃଶ୍ୟ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ପୌରପରିଷଦର ଅତି ନିକଟରେ ଥିବା କୃଷକ ବଜାର ଦେଖିବା ମିଳିଛି । ସୁଚନାମୁତାବକ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀର କୃଷକ ମାନଙ୍କ ନିମନ୍ତେ ହିଞ୍ଜିଳିର ପୌରପରିଷଦ ଅଞ୍ଚଳରେ କୃଷକ ବଜାର ନିର୍ମାଣ କରିଥିଲେ । ସେ ସାଧାରଣଜନତାଙ୍କ ସୁବିଧା ଓ ସୁଯୋଗ ନେଇ ବହୁ ଭରସା ପୁର୍ଣ୍ଣ ପ୍ରକଳ୍ପ କରିଛନ୍ତି ।ଯାହା ଫଳରେ ହିଞ୍ଜିଳି ଅଞ୍ଚଳର ସାଧାରଣଜନତା ତାଙ୍କର ଅବଦାନକୁ ଭୁଲି ନାହାନ୍ତି । ସେଥି ମଧ୍ୟରୁ କୃଷକ କଲ୍ୟାଣ ଏବଂ ଛୋଟିଆ ଚାଷୀଙ୍କ ପାଇଁ ଏହି କୃଷକ ବଜାର କରିଛନ୍ତି । କିନ୍ତୁ ତାହାର ଉନ୍ନତି ପାଇଁ ବହୁ ଅଟକଳ ପୌରପରିଷଦ ପକ୍ଷରୁ ଖର୍ଚ୍ଚ କରାଯାଇଛି ।କିନ୍ତୁ ପରିବର୍ତ୍ତନ ସରକାର ଅମଳରେ ପୁନରୁଦ୍ଧାର ନେଇ ଖର୍ଚ୍ଚ କରାଯାଇଛି ବୋଲି ବିଶେଷ ସୁତ୍ରରୁ ଖବରମିଳିଛି । ହେଲେ ଏହି କୃଷକ ବଜାର କୃଷକଙ୍କ ବ୍ୟବହାରରେ ଆସୁନଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି କିନ୍ତୁ ସ୍ଥାନୀୟ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା ଓ ଛାମୁଆ ନେତାଙ୍କ ସ୍ଥାୟୀ ସମାଧାନ କରିବାକୁ କୌଣସି ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ ବୋଲି ଇଚ୍ଛା କରୁନାହାନ୍ତି । ଯାହା ଫଳରେ କୃଷକ ମାନେ ରାସ୍ତା କଡରେ ପରିବା ବିକ୍ରି କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟ ପଟରୁ କୃଷକ ବଜାରର ସ୍ବତନ୍ତ୍ର ଜାଗା ଥାଇ ରାସ୍ତା କଡରେ ପରିବା ବିକ୍ରି କରିବାକୁ ସ୍ଥାନୀୟ ଜନସାଧାରଣ ଏବଂ ବୁଦ୍ଧିଜୀବୀ ମାନେ ନାପସନ୍ଦ କରିଛନ୍ତି । କୃଷକବଜାର ପାଇଁ ଖଣ୍ଡ ଖଣ୍ଡ କରି ଉନ୍ନତିକରଣ ନେଇ ରାଜସ୍ବ ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଚାଷୀ ମାନଙ୍କ ପାଇଁ କାର୍ଯ୍ୟକାରୀ କରିବା ବ୍ୟବସ୍ଥା ପୌରପରିଷଦର ଆନ୍ତରିକତା ନାହିଁ ଯାହାକୁ ନେଇ ରାସ୍ତାରେ ଟ୍ରାଫିକ ସମସ୍ୟା ସହିତ ସାଧାରଣଜନତାଙ୍କ ପଦଚଲା ରାସ୍ତା ବିପଦ ସୃଷ୍ଟି କରିଛି । ତେଣୁ ତୁରନ୍ତ ପୁର୍ବତନ ସରକାର ଅମଳରେ ଚାଷୀଙ୍କ ସୁବିଧା ସୁଯୋଗ ନେଇ ହୋଇଥିବା କୃଷକବଜାର ର ଅବସ୍ଥା ସୁଧାରିବା ପାଇଁ ହିଞ୍ଜିଳିକାଟୁ ପୌରପରିଷଦ ତୁରନ୍ତ ପଦକ୍ଷେପ ନେବାକୁ ଏବଂ କୃଷକମାନଙ୍କ ନିମନ୍ତେ କୃଷକବଜାର ଖୋଲିବା ସହ ଅଚଳାବସ୍ଥା ଅବସ୍ଥାରେ ଗତି କରୁଥିବା ହିଞ୍ଜିଳିକାଟୁ ପୌରପରିଷଦର କୃଷକ ବଜାର ସଚଳ ଅବସ୍ଥା ଆସିବା ପାଇଁ ସ୍ଥାନୀୟ ସାଧାରଣରେ ମତ ପ୍ରକାଶ ପାଇଛି ।

ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0