ପରମାନନ୍ଦପୁର ସିଦ୍ଧି ବିନାୟକ କ୍ଲବ୍ ପକ୍ଷରୁ ଗଜାନନଙ୍କପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦିପ ଦାନ ଉତ୍ସବ ଅନଷ୍ଠିତ।

Sep 17, 2026 - 22:28
 0  19
ପରମାନନ୍ଦପୁର ସିଦ୍ଧି ବିନାୟକ କ୍ଲବ୍ ପକ୍ଷରୁ ଗଜାନନଙ୍କପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦିପ ଦାନ ଉତ୍ସବ ଅନଷ୍ଠିତ।

ପରମାନନ୍ଦପୁର ସିଦ୍ଧି ବିନାୟକ କ୍ଲବ୍ ପକ୍ଷରୁ ଗଜାନନଙ୍କପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦିପ ଦାନ ଉତ୍ସବ ଅନଷ୍ଠିତ। 

ଶେରଗଡ଼, ୧୭/୦୯/୨୦୨୬ (ରିପୋର୍ଟ - ରାଜକିଶୋର ସାବତ) : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଅନ୍ତର୍ଗତ ବରାମୁଣ୍ଡଳୀ ପଞ୍ଚାୟତର ପରମାନନ୍ଦପୁର ଗ୍ରାମରେ ସ୍ଥାନୀୟ ସିଦ୍ଧି ବିନାୟକ କ୍ଲବ୍ ଆନୁକୂଲ୍ୟରେ ପବିତ୍ର ଗଣେଶ ପୂଜା ଅବସରରେ ବିଭିନ୍ନ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କୁନି କୁନି ପିଲା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା , ପରେ ସାମୂହିକ ଭାବେ ଦୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଭୁ ଶ୍ରୀ ଗଜାନନଙ୍କ ଆରାଧନା ମହୋତ୍ସବକୁ ଅଧିକ ଆଧ୍ୟାତ୍ମିକ କରିବା ଏବଂ ସମଗ୍ର ଅଞ୍ଚଳର ମଙ୍ଗଳ ସାଧନ ଉଦ୍ଦେଶ୍ୟରେ କ୍ଲବ୍ ପକ୍ଷରୁ ଏହି ସ୍ୱତନ୍ତ୍ର ପ୍ରଦୀପ ପ୍ରଜ୍ଜ୍ୱଳନର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ସମାଜସେବି ଶ୍ରୀ କାଳୁ ଚରଣ ସାହୁ ଯୋଗଦେଇ କାର୍ଯ୍ୟ ଆରମ୍ଭ କରିଥିଲେ । ସଭାପତି କେଦାର ନାଥ ପାଢ଼ୀ ଏବଂ ସମ୍ପାଦକ ଦୁର୍ଗାମାଧବ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂଜକ ପଣ୍ଡିତ ସୁବାଷ ଚନ୍ଦ୍ର ମିଶ୍ରଙ୍କ ଦ୍ୱାରା ବେଦ ମନ୍ତ୍ରୋଚ୍ଚାରଣ ପୂର୍ବକ ଭଗବାନ ବିଘ୍ନହର୍ତ୍ତାଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଏହି ଶ୍ରଦ୍ଧାମୟ ପରିବେଶରେ ସମଗ୍ର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଶଙ୍ଖ ଧ୍ୱନି ମଧ୍ୟରେ ଗ୍ରାମର ସୁଖସମୃଦ୍ଧି ପାଇଁ ମନସ୍କାମନା କରି ସାମୂହିକ ଭାବେ ଦୀପ ଦାନ କରିଥିଲେ।ସିଦ୍ଧି ବିନାୟକ କ୍ଲବ୍‌ର ସମସ୍ତ କର୍ମକର୍ତ୍ତା, ସଦସ୍ୟ ଏବଂ ସମସ୍ତ ଗ୍ରାମବାସୀଙ୍କ ଅକୁଣ୍ଠ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମଟି ଅତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା। ଶେଷରେ ପ୍ରଭୁଙ୍କ ମହାଆରତୀ କରାଯାଇ ଉପସ୍ଥିତ ସମସ୍ତ ଭକ୍ତଙ୍କୁ ପ୍ରସାଦ ସେବନ କରାଯାଇଥିଲା। କ୍ଲବ୍ ପକ୍ଷରୁ କରାଯାଇଥିବା ଏହି ଆଧ୍ୟାତ୍ମିକ ପ୍ରୟାସକୁ ସ୍ଥାନୀୟ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି।

What's Your Reaction?

Like Like 4
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0