ଶୁକୃ ଶୃକ୍ରାଣୀଇଷ୍ଟଦେବୀ ମନ୍ଦିରର ପଦ୍ମଶୀଳା ଶିଳାନ୍ୟାସ ।

Jun 24, 2026 - 22:24
 0  53
ଶୁକୃ ଶୃକ୍ରାଣୀଇଷ୍ଟଦେବୀ  ମନ୍ଦିରର ପଦ୍ମଶୀଳା ଶିଳାନ୍ୟାସ  ।

ଶୁକୃ ଶୃକ୍ରାଣୀଇଷ୍ଟଦେବୀ ମନ୍ଦିରର ପଦ୍ମଶୀଳା ଶିଳାନ୍ୟାସ  ।

ହିଞ୍ଜିଳିକାଟୁ ୨୪/୦୬/୨୬(ଜାଗୃତି ଖବର) :  ମାଁ ଶୃକୁ ଶୁକ୍ରାଣୀ ଇଷ୍ଟଦେବୀଙ୍କ ନୂତନ ମନ୍ଦିର ନିର୍ମାଣ ନେଇ ଭୂମି ପୂଜାକାର୍ଯ୍ୟ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବୁରୁପଡା ଠାରେ ମନ୍ଦିର ନିର୍ମାଣ ନେଇ ହୋମଯଜ୍ଞ କରାଯାଇ ପଦ୍ମଶୀଳାକୁ ଶିଳାନ୍ୟାସ କରାଯାଇଛି । ପଣ୍ଡିତ ଭଗବାନ ପାଢ଼ୀ ,ପଣ୍ଡିତ ରଞ୍ଜନ କୁମାର ପାଢ଼ୀ ଶର୍ମା ,ପଣ୍ଡିତ ସନ୍ତୋଷ କୁମାର ପାଢ଼ୀ ହୋମଯଜ୍ଞ ପଦ୍ମଶୀଳା ପୂଜା କରିଥିଲେ । କର୍ତ୍ତା ରୁପେ ଅନିଳ ଭୋଳ ଏବଂ ଅଭିମନ୍ୟୁ ବିଶୋଇ ରହିଥିଲେ । ଆଗଧାଡିର ମୁଖ୍ୟ ବିନ୍ଧାଣି ରାମଚନ୍ଦ୍ର ବିଶ୍ବାଳ , ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା , କାଳୁ ଦଳାଇ , ଅନିଳ ଖଟେଇଙ୍କ ନେତୃତ୍ବରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଛି । ସେହିଭଳି ପ୍ରକାଶ ଚନ୍ଦ୍ର ଜେନା , ବାସୁଦେବ ସାହୁ ,ତ୍ରିଲୋଚନ ପ୍ରଧାନ ସତ୍ୟ ନାରାୟଣ ଦଳାଇ ,ସୁଦାମ ଖଟେଇ ପ୍ରମୁଖ ବୁରୁପଡା ଗ୍ରାମବାସୀ ପରିଚାଳନା କରିଥିଲେ । ମୁଖ୍ୟ ବିନ୍ଧାଣି ବିଶ୍ବାଳଙ୍କ ସୁଚନାନୁଯାୟୀ ଗଞ୍ଜାମ ଜିଲ୍ଲାର ୧୨୫ଖଣ୍ଡ ଗ୍ରାମ ଲୋକଙ୍କୁ ମନ୍ଦିର ଶିଳାନ୍ୟାସ ନେଇ ନିମନ୍ତ୍ରଣ କରାଯାଇଛି । ଏହି ପରିବାରର ଇଷ୍ଟଦେବୀଙ୍କ ସ୍ଥାୟୀ ମନ୍ଦିର ନଥିଲା । ଯେଉଁଠି ଥିଲା ତାହା ଅସ୍ଥାୟୀ ରୁପେ ରହି ମାଁଙ୍କ ନୀତି କାର୍ଯ୍ୟ ,ପୂଜାର୍ଚ୍ଚନା କରାଯିବା ସହିତ ମୁଣ୍ଡନ ,ଇଷାଣ ପ୍ରତିଷ୍ଠା ପରି ଅନେକ ଶୁଭକାର୍ଯ୍ଯ ନେଇ ଏହି ୧୨୫ଖଣ୍ଡ ଗ୍ରାମର ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ସେ ୨୦୦୪ ମସିହାରୁ ମନ୍ଦିର ନିର୍ମାଣ ପାଇଁ ପୂଜକ ଜାନୀଙ୍କୁ ମାଁର ସ୍ଥାୟୀ ମନ୍ଦିର ନିର୍ମାଣ ପାଇଁ ଅନୁରୋଧ ସହ ସମସ୍ତ ପ୍ରକାର ଆର୍ଥିକ ସ୍ଥିତିକୁ ସାହାଯ୍ୟ କରିଥିଲେ ।ଏପରିକି କମିଟି ଜରିଆରେ ସମସ୍ତ ନଥିପତ୍ର ସହିତ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ନେଇ ଚେଷ୍ଟା ଓ ସହଯୋଗ କରିଥିଲେ ମଧ୍ୟ ମନ୍ଦିର ନିର୍ମାଣ ଆରମ୍ଭ ହୋଇନଥିବା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ରାମଚନ୍ଦ୍ର ବିଶ୍ବାଳ ସୁଚନା ଦେଇଛନ୍ତି । ତେଣୁ ଆଜି ୧୨୫ଖଣ୍ଡ ଗ୍ରାମର ଶୁକୃ ଶୃକ୍ରାଣୀଇଷ୍ଟଦେବୀ ପରିବାରର ସଦସ୍ୟଙ୍କ ମିଳିତ ଉଦ୍ୟମରେ ବୁରୁପଡା ଗ୍ରାମର କାଳୁ ଦଳାଇ ଏବଂ ଅନିଳ ଖଟେଇଙ୍କ ନେତୃତ୍ବରେ ବୁରୁପଡା ଗ୍ରାମରେ ଶୃକ୍ରାଣୀଇଷ୍ଟଦେବୀଙ୍କ ମନ୍ଦିରର ପଦ୍ମଶୀଳାକୁ ଶିଳାନ୍ୟାସ ପୁରୋହିତ ଏବଂ କର୍ତ୍ତାଙ୍କ ଦ୍ବାରା କରାଯାଇଛି । ଏକ ବର୍ଷ ଭିତରେ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ କମିଟି ପକ୍ଷରୁ ରାମଚନ୍ଦ୍ର ବିଶ୍ବାଳଙ୍କ ସୁଚନା ରହିଛି ।

ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0