ଚୋର ଉପର ମୁହାଁ ,ଆତଙ୍କିତ ଜନତା ।

Sep 10, 2026 - 06:08
 0  10
ଚୋର ଉପର ମୁହାଁ ,ଆତଙ୍କିତ ଜନତା ।

ଚୋର ଉପର ମୁହାଁ ,ଆତଙ୍କିତ ଜନତା ।

 ହିଞ୍ଜିଳିକାଟୁ, ୦୯/୦୯/୨୦୨୬ ( ରିପୋର୍ଟର - କୃଷ୍ଣଚନ୍ଦ୍ର ସାମନ୍ତରାୟ)  : ଦିନକୁ ଦିନ ଚୋରି ହେଉଥିବା କଥା ସ୍ଥାନୀୟ ଅଞ୍ଚଳରେ ଘଟୁଛି । କାହାର ଦୋକାନ ତାଡିବା ତ କାହାର ଘରୁ ବିଭିନ୍ନ ପ୍ରକାର ସାମଗ୍ରୀ ଏପରିକି ସ୍କୁଲ କଲେଜ କାର୍ଯ୍ଯାଳୟରୁ ଚୋରି ହେଉଛି । ସେହିଭଳି ମନ୍ଦିରରୁ ହୁଣ୍ଡିରୁ ଚୋରୀ ତ ସରକାରୀ କାର୍ଯ୍ୟାଳୟରୁ ସୋଲାର ପମ୍ପ ଚୋରି ଘଟଣା ଘଟୁଛି ।ଏପରି ଚୋର କଥା ପଡିଲେ କିମ୍ବା ଶୁଣିଲେ ଗ୍ରାମବାସୀଙ୍କ ମନରେ ଛନକା ପଶୁଛି ।ଯାହା ଫଳରେ ରାତିରେ ଶୋଇପାରୁଛନ୍ତି ନା ଭଲରେ ମୁଠାଏ ।ଖାଇପାରୁଛନ୍ତି ଗରିବ ଶ୍ରେଣୀର ଲୋକ ଏବଂ ମଧ୍ଯବିତ୍ତ ପରିବାର ।ଏଭଳି ଚୋରର ଉପର ମୁହାଁ ଦେଖି ଛୋଟିଆ ସରକାରୀ କର୍ମଚାରୀ ଏବଂ ସାଧାରଣଜନତା ଆତଙ୍କିତ ଅବସ୍ଥାରେ ରହିଛନ୍ତି ।ଏପରି ଘଟଣା ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକ ଅଞ୍ଚଳରେ ଘଟୁଛି ।ସୁଚନାପ୍ରକାରେ 

ଗତ ରାତିରେ ଶାସନ ଆମ୍ବଗାଁ ଗ୍ରାମରୁ ଛେଳି ଘରର କବାଟ ଭାଙ୍ଗି ଦୁର୍ବୃତ୍ତମାନେ ୩ଟି ମାଁ ଛେଳି ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି ।ଜୈନିକ ଛେଳି ମାଲିକ ରାତିରେ ଘରେ ଶୋଇଥିବା ବେଳେ ଚୋରମାନେ ଛେଳି ରଖାଯାଇଥିବା ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ। ପରେ ସେମାନେ ଛେଳିଗୁଡ଼ିକୁ ନେଇ ଫେରାର ହୋଇଯାଇଥିଲେ। ସକାଳେ ପରିବାର ଲୋକେ ଭଙ୍ଗା କବାଟ ଓ ଖାଲି ଛେଳି ଘର ଦେଖି ଚୋରି ସମ୍ପର୍କରେ ଜାଣିପାରିଥିଲେ।

ଚୋରି ହୋଇଥିବା ୩ଟି ଛେଳିର ଆନୁମାନିକ ମୂଲ୍ୟପ୍ରାୟ ୫୦ ହଜାର ଟଙ୍କାରୁ ଅଧିକ ବୋଲି ଛେଳି ମାଲିକଙ୍କ ସୂଚନା ରହିଛି । ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଛେଳି ମାଲିକଙ୍କ ସୂଚନାରୁ ପ୍ରକାଶ ।ଏନେଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ମଧ୍ୟ ଗ୍ରାମବାସୀମାନଙ୍କ ଠାରୁ ଶୁଣିବାରେ ମିଳୁଛି । ସେହିଭଳି ପ୍ରାୟ କିଛି ଦିନ ଧରି ହିଞ୍ଜିଳିକାଟୁ ଅଞ୍ଚଳରେ ଗୋଟିଏ କଳା ରଙ୍ଗର ଗାଡି ବିଭିନ୍ନ ଗ୍ରାମରେ ପଇଁତରା ମାରୁଛି ,ଛେଳି ମେଣ୍ଢା ଉପରକୁ ଗାଡି ଚଢାଇବା ଉଦ୍ୟମ ସହ ମାଲିକଙ୍କୁ କାଟୁ କୁ କେଉଁ ରାସ୍ତା ଶିକିରିକୁ କେଉଁ ରାସ୍ତା ଭଳି ବିଭିନ୍ନ ବିଭ୍ରାନ୍ତିକର ପ୍ରଶ୍ନ ପଚାରୁଛନ୍ତି ବୋଲି ମଧ୍ୟ ଗ୍ରାମରୁ ଶୁଣିବାରେ ମିଳୁଛି । ୩ଟି ଛେଳି ଚୋରି ହୋଇଥିବା ମାଲିକଙ୍କ ଛେଳି ଚାଷ କରି ତାଙ୍କ ପରିବାରର ଗୁଜରାଣ ମେଣ୍ଟାଇବା ସହିତ ଅତି ଗରିବ ଶ୍ରେଣୀର ଅଟନ୍ତି ।ଏଣୁ ତାଙ୍କୁ ନ୍ୟାୟ ମିଳୁ ସ୍ଥାନୀୟ ଲୋକଙ୍କ ନିବେଦନ କରିଛନ୍ତି । 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0