ସେରଗଡରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଶୁଭାରମ୍ଭ।
ଶେରଗଡରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଶୁଭାରମ୍ଭ।
ଶେରଗଡ, ୧୮-୦୬-୨୦୨୬(ଜାଗୃତି ଖବର ) : ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଗତ ୧୨ ତାରିଖ ଦିନ ହୋଇ ତୃତୀୟ ବର୍ଷରେ ପଦାର୍ପଣ କରିଛି। ଏହି ଦୁଇ ବର୍ଷ ମଧ୍ୟରେ ସମଗ୍ର ରାଜ୍ୟ ସମେତ ଶେରଗଡ ବ୍ଲକରେ ହୋଇଥିବା ବିଭିନ୍ନ ଲୋକାଭିମୁଖୀ ଜନ କଲ୍ୟାଣ ଯୋଜନା ଗୁଡ଼ିକର ସଫଳତାକୁ ନେଇ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଠାରେ ପ୍ରଶାସନ ପକ୍ଷରୁ ଆଜି ଅର୍ଥାତ୍ ୧୭ ତାରିଖ ବୁଧବାର ଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ସାତ ଦିବସୀୟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ବୁଧବାର ସକାଳ ୧୦ ଘଟିକା ସମୟରେ ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ତୃପ୍ତିମଇ ଜେନାଙ୍କ ଅଧ୍ୟକ୍ଷତାରେ ଶେରଗଡ଼ ବ୍ଲକ୍ ସମ୍ମିଳନୀ କକ୍ଷ ଠାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଦିଗମ୍ବର ନାହାକ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଆଲୋକ ବିଶ୍ୱାଳ , ଜ୍ୟୋତିରଞ୍ଜନ ମିଶ୍ର , ବ୍ଲକ ଭେଣ୍ଟନାରୀ ଅଫିସର ଦୃଗାପ୍ରସାଦ ହୋତା , ଆଇଆରଟିଏସ ଜ୍ଞାନ ରଞ୍ଜନ ଶତପଥୀ, ସିଡିପିଓ ମମତାଞ୍ଜଳି ପଣ୍ଡା , ଆଦିଙ୍କ ସମେତ ବହୁ ବୁଦ୍ଧିଜୀବି, ସମାଜକର୍ମୀ, ଏବଂ ଜନପ୍ରତିନିଧି ମାନେ ଯୋଗ ଦେଇ ସରକାରଙ୍କ ବିକାଶମୂଳକ ମୂଳକ ଯୋଜନା ଓ ଜନ କଲ୍ୟାଣ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ସମସ୍ତ ଅତିଥିମାନେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମଟିର ଶୁଭ ଉଦ୍ଘାଟନ କରିଥିଲେ। ଆଜିର ବୈଠକ ରେ ଜନଜାତି ଓ ପଛୁଆ ବର୍ଗର ଉନ୍ନତି, ଶିକ୍ଷା, ସ୍ୱାସ୍ଥ୍ୟ , ରୋଜଗାର ଓ ସାମାଜିକ ସୁରକ୍ଷା ଭଳି ଅନେକ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଉପସ୍ଥିତ ଅତିଥିମାନେ ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ଏଭଳି ଜନମୁଖୀ କାର୍ଯ୍ୟ ଜାରି ରଖିବାକୁ ଆଶା ବ୍ୟକ୍ତ କରିଥିଲେ। ସରକାରଙ୍କ ୨ ବର୍ଷର ବିଭିନ୍ନ କ୍ଷେତ୍ରରେ କଲ୍ୟାଣମୂଳକ ଯୋଜନା ଗୁଡ଼ିକର ରୁପେଲି ପରଦା ଏବଂ ବିଭିନ୍ନ ବିଭାଗର ଷ୍ଟଲ୍ ଦ୍ୱାରା ପ୍ରଦର୍ଶନ କରାଯିବା ସହିତ ସରକାରଙ୍କ ଉକ୍ତ ଯୋଜନା ଗୁଡ଼ିକ ଦ୍ୱାରା ସର୍ବସାଧାରଣ କିଭଳି ଭାବେ ଲାଭାନ୍ୱିତ, ସଠିକ୍ ବ୍ୟବହାର କରି ନିଜର ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବନ ହୋଇପାରିବେ ସେସବୁ ଉପରେ ଆଲୋକପାତ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ଅଧିକାରୀ, କର୍ମଚାରୀ, ଅଙ୍ଗନୱାଡ଼ି କର୍ମୀ, ଏସ୍.ଏଚ୍.ଜି ଗ୍ରୁପ୍ ଏବଂ ବହୁ ସଂଖ୍ୟାରେ ମହିଳାମାନେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା। ଶେଷରେ ଆଜି ପ୍ରଥମ ଦିବସରେ ଉପସ୍ଥିତ ଏବଂ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷ ଏବଂ ସହଯୋଗୀମାନଙ୍କୁ ବିଡ଼ିଓ ମହୋଦୟା ଆନ୍ତରିକ ଧନ୍ୟବାଦ ଅର୍ପଣ କରିବା ସହିତ ଯେଉଁ ମହତ୍ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ପ୍ରଥମ ଦିବସୀୟ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ସମସ୍ତଙ୍କ ସହଯୋଗରେ ସଫଳ ହେବ ବୋଲି ଆଶାପ୍ରକଟ କରିଛନ୍ତି।
ଗଞ୍ଜାମ ଜିଲ୍ଲା ଶେରଗଡ଼ ବାପୁନି ସେଠୀଙ୍କ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0