ଶ୍ରାବଣ ପ୍ରଥମ ସୋମବାର ପାଇଁ ଆସିକା ଋଷିକୁଲ୍ୟା ମୁହାଣରେ କାଉଡିଆଙ୍କ ପ୍ରବଳ ଭିଡ଼ ବୋଲବମ୍ ଡାକରେ ଚଳଚଞ୍ଚଳ ଆସିକା ସହର।

Aug 3, 2026 - 19:34
 0  6

ଆସିକା (ରିପୋର୍ଟ:- ରାଜକିଶୋର ସାବତ) : ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ସମଗ୍ର ଆସିକା ଅଞ୍ଚଳ ଏବେ ଶିବମୟ ହୋଇଉଠିଛି। ମହାଦେବଙ୍କ ଆରାଧନା ପାଇଁ ଶିବ ଉପାସକ ଓ କାଉଡିଆମାନଙ୍କ ମଧ୍ୟରେ ଅଦ୍ଭୁତ ଉତ୍ସାହ ଦେଖିବାକୁ ମିଳିଛି। ଶ୍ରାବଣର ଏହି ପ୍ରଥମ ସୋମବାରରେ ଜଳଲାଗି କରିବା ପାଇଁ ଆସିକା ସ୍ଥିତ ପବିତ୍ର ଋଷିକୁଲ୍ୟା ନଦୀ ମୁହାଣ ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇପଡ଼ିଛି।ଗତକାଲି ବିଳମ୍ବିତ ରାତିରୁ ହିଁ ବିଭିନ୍ନ ପ୍ରାନ୍ତରୁ ହଜାର ହଜାର କାଉଡିଆ ପାରମ୍ପରିକ ଗେରୁଆ ବସ୍ତ୍ର ପରିଧାନ କରି ଋଷିକୁଲ୍ୟା ନଦୀପଠାରେ ଏକତ୍ରିତ ହୋଇଥିଲେ। ଶ୍ରଦ୍ଧାଳୁମାନେ ନଦୀରେ ପବିତ୍ର ବୁଡ଼ ପକାଇବା ସହ ନିଜ ନିଜ ବାହୁଙ୍ଗୀରେ ଜଳପୂର୍ଣ୍ଣ କରି ଶିବାଳୟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। କାଉଡିଆମାନଙ୍କର "ବୋଲବମ୍‌", "ହର ହର ମହାଦେବ" ଏବଂ "ଓଁ ନମଃ ଶିବାୟ" ଧ୍ୱନିରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହୋଇଉଠିଛି।ସ୍ଥାନୀୟ ପ୍ରସିଦ୍ଧ ଶିବ ମନ୍ଦିର ଗୁଡ଼ିକରେ ଜଳଲାଗି କରିବା ପାଇଁ ଋଷିକୁଲ୍ୟା ମୁହାଣରୁ ଜଳ ନେଇ କାଉଡିଆମାନେ ଖାଲି ପାଦରେ ମାଇଲ୍ ମାଇଲ୍ ବାଟ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। ଋଷିକୁଲ୍ୟା କୂଳରେ ସୃଷ୍ଟି ହୋଇଥିବା ଏହି ଆଧ୍ୟାତ୍ମିକ ପରିବେଶ ସ୍ଥାନୀୟ ଅଞ୍ଚଳରେ ଏକ ଭକ୍ତିପୂତ ମାହୋଲ ସୃଷ୍ଟି କରିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0