ପୁରୁଷୋତ୍ତମପୁର ରେ ତିନୋଟି ପର୍ଯ୍ୟାୟ ପୋଷଣ ଓ ପଢାଇବି ପ୍ରଶିକ୍ଷଣ ଶିବିର ସମାପନ |

Jun 11, 2026 - 16:24
 0  1
ପୁରୁଷୋତ୍ତମପୁର ରେ ତିନୋଟି ପର୍ଯ୍ୟାୟ ପୋଷଣ ଓ ପଢାଇବି ପ୍ରଶିକ୍ଷଣ ଶିବିର ସମାପନ |

ପୁରୁଷୋତ୍ତମପୁର ରେ ତିନୋଟି ପର୍ଯ୍ୟାୟ ପୋଷଣ ଓ ପଢାଇବି ପ୍ରଶିକ୍ଷଣ ଶିବିର ସମାପନ | 

ପୁରୁଷୋତ୍ତମପୁର, ୧୧-୦୬-୨୦୨୬ (ଜାଗୃତି ଖବର) : ପୁରୁଷୋତ୍ତମପୁର ବ୍ଲକରେ ତୃତୀୟ ପର୍ଯ୍ୟାୟ ପୋଷଣ ଓପଢାଇବି ପ୍ରଶିକ୍ଷଣ ଶିବିର ସଫଳତା ପୂର୍ବକ ଆୟୋଜିତ ହୋଇଯାଇଛି । ଏହିକାର୍ଯ୍ୟ କ୍ରମ ବ୍ଳକ ସିଡ଼ିପିଓ ଲଳିତା ମଲ୍ଲିକ ଙ୍କ ସଂଯୋଜନା ରେ ଟାଉନ ହଲ ଠାରେ  ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୋଟ ନଅ ଗୋଟି ସେକ୍ଟରର ତିନୋଟି ପର୍ଯ୍ୟାୟ ରେ ଅଙ୍ଗନବାଡି କର୍ମୀମାନେ  ଯୋଗଦେଇଥିଲେ ।
ସୂଚନା ଯୋଗ୍ୟ ଯେ,ପୁରୁ--
ଷୋତ୍ତମପୁର ବ୍ଳକର ୨୬ ଗୋଟି ଗ୍ରାମ ପଞ୍ଚାୟତ ସମେତ  ବିଜ୍ଞାପିତ ଅଞ୍ଚଳ ର ମୋଟ 14  ଗୋଟି ୱାର୍ଡକୁ ମିଶାଇ ସର୍ବମୋଟ 253  ଗୋଟି ଅଙ୍ଗନବାଡି କେନ୍ଦ୍ର ରହିଛି । ସେଥିମଧ୍ୟରୁ ପର୍ଯ୍ୟାୟ କ୍ରମେ ସମସ୍ତ ଅଙ୍ଗନବାଡି କର୍ମୀମାନେ  ଯୋଗଦେଇସାରିଥିଲେ । ସରକାରଙ୍କ ନିୟମ ଅନୁଯାୟୀ ୬ ବର୍ଷରୁ କମ୍ ଶିଶୁମାନଙ୍କୁ  ଆବଶ୍ୟକତା ଅନୁପାତରେ ସ୍ୱାସ୍ଥ୍ୟ ବର୍ଦ୍ଧକ ବିଭିନ୍ନ ପ୍ରକାର ପୌଷ୍ଟିକ ଖାଦ୍ୟ ସହିତ ‘ପୋଷଣ ଭି, ପଢାଇ ଭି’ ଅଭିଯାନ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ପ୍ରଶିକ୍ଷଣ ଦିଆଯାଇଥିଲା । ପିଲାମାନ
ଙ୍କୁ ଖେଳ ମାଧ୍ୟମରେ ଶିକ୍ଷା ଦିଆଯିବା ଏହି ପ୍ରଶକ୍ଷିଣ ରେ  ସିଡ଼ିପିଓ  ଉପସ୍ଥିତ ସମସ୍ତ କର୍ମୀମାନଙ୍କୁ ତାଲିମ ଗ୍ରହଣ କରିସାରିବା ପରେ ସରକାରଙ୍କ ଏହି ଅତି ମହତ୍ବାକା°କ୍ଷି ଯୋଜନା କିଭଳି ଭାବେ ସଫଳ ହେବେ  ସେଥିପ୍ରତି ବିଶେଷ ଭାବେ ଧ୍ୟାନ ଦେଇ ନିଷ୍ଠାର ସହିତ କର୍ତ୍ତବ୍ୟବୋଧ ପରାୟଣ ହୋଇ ନିଜ ନିଜର କ୍ଷେତ୍ରରେଶିଶୁ ମାନଙ୍କ ସର୍ବାଙ୍ଗୀନ ଉର୍ନ୍ନତି ରେ କାମ କରିବାକୁ ପରାମର୍ଶ ଦେଇ
ଥିଲେ । କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀମାନଙ୍କ ଦ୍ୱାରା ନିଜ ହାତରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟ, ଖେଳନା ଏବଂ ଶିକ୍ଷଣୀୟ ଉପକରଣ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ରେସମସ୍ତ ସୁପର ଭାଇଜର,  ବିଶି, ପୋଷଣ ଷ୍ଟାଫ, ମମତା ଯୋଜନା, ଷ୍ଟାଫ, ପିଏ ସମସ୍ତ ଙ୍କ ସହଯୋଗ ରେ  ସମାପନ ହୋଈ ଥିଲା  |

ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0