ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଆଶଙ୍କା କଳିଙ୍ଗା ଘାଟିରେ ୨ ଦିନ ଯାତାୟାତ ବନ୍ଦ ।
ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଆଶଙ୍କା କଳିଙ୍ଗା ଘାଟିରେ ୨ ଦିନ ଯାତାୟାତ ବନ୍ଦ ।
ଗଞ୍ଜାମ/ଫୁଲବାଣୀ (ଅଶୋକ କୁମାର ସାହୁ): ସମ୍ଭାବ୍ୟ ବାତ୍ୟା ଏବଂ ପ୍ରବଳ ବର୍ଷାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପ୍ରସିଦ୍ଧ କଳିଙ୍ଗା ଘାଟିରେ ଆସନ୍ତା ୨ ଦିନ ପାଇଁ ସମସ୍ତ ପ୍ରକାର ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ବନ୍ଦ ରହିବ ଘାଟି ରାସ୍ତା
ପ୍ରଶାସନିକ ସୂଚନା ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୨୩ (ବୁଧବାର) ଏବଂ ୨୪ (ଗୁରୁବାର) ଦୁଇ ଦିନ ଧରି କଳିଙ୍ଗା ଘାଟି ଦେଇ କୌଣସି ଯାନବାହନ କିମ୍ବା ଯାତ୍ରୀ ଯାତାୟାତ କରିପାରିବେ ନାହିଁ।
ଆସନ୍ତା ୨୩ ଓ ୨୪ ତାରିଖରେ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି।
ପ୍ରବଳ ବର୍ଷା ହେଲେ କଳିଙ୍ଗା ଘାଟିର ବିଭିନ୍ନ ଭୂସ୍ଖଳନ ପ୍ରବଣ ସ୍ଥାନଗୁଡ଼ିକରେ ପାହାଡ଼ ଉପରୁ ମାଟି ଅତଡ଼ା ଏବଂ ବଡ଼ ବଡ଼ ପଥର ଖସିବାର ପ୍ରବଳ ସମ୍ଭାବନା ରହିଛି।
ଘାଟି ରାସ୍ତାରେ ଯାତାୟାତ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ତେଣୁ ଲୋକଙ୍କ ଜୀବନଜୀବିକାର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରଶାସନ ଏହି କଟକଣା ଲଗାଇଛି।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0