ସନ୍ତୁଳିତ ପ୍ରଣାଳୀରେ ପରିବା ଚାଷ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ |
ସନ୍ତୁଳିତ ପ୍ରଣାଳୀରେ ପରିବା ଚାଷ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ |
ବ୍ଲକ କୃଷି ବିଭାଗ ଅଧିକାରୀ ଶୁଭ ଦର୍ଶିନୀ ବେହେରା ଙ୍କ ସଂଯୋଜନା ରେ ଚାଷ ସମଦ୍ଧିୟଏକ ବୈଠକ ବ୍ଲକ ଆତ୍ମାର ଅଧକ୍ଷ ଙ୍କ ଶ୍ରୀ ଅରୁଣ କୁମାର ପଣ୍ଡା ଙ୍କ ଅଧକ୍ଷତା ରେ ଆରମ୍ଭ କରା ଯାଇଥିଲା | ସନ୍ତୁଳିତ ପ୍ରଣାଳୀରେ ଚାଷ କରି କିପରି ଭଲ ଚାଷ ହୋଇପାରିବ ଏବଂ ଚାଷୀମାନେ କିପରି ଉପକୃତ ହୋଇ ପାରିବେ ତାଉପରେ କୃଷି ଅଧିକାରୀ ଏବଂ ଉଦ୍ୟାନ ବିଭାଗ ଅଧିକାରୀ ଙ୍କ ସହିତ ଆତ୍ମାର ଅଧକ୍ଷ ମତ ଦେଇଥିଲେ |
ଏହି ପ୍ରଶକ୍ଷିଣ ଶିବିର ରେ ଚାଷୀ ମାନଙ୍କ ଜୈବିକଓ ରାସାୟନିକ ପ୍ରଣାଳୀରେ ପନିପରିବା ଚାଷ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ହୋଇଯାଇଛି। ରାସାୟନିକ ଉପାୟରେ ମାଟିକୁ ସନ୍ତୁଳିତ କରି ଉନ୍ନତ ପ୍ରଣାଳିରେ ପନିପରିବା ଚାଷ କରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଆତ୍ମା ର ଏହି କାର୍ଯ୍ୟକ୍ରମ ରେ ଆତ୍ମ ଅଧକ୍ଷ ଅରୁଣ କୁମାର ପଣ୍ଡା, କୃଷି ଅଧୂକାରୀ ଶୁଭଦର୍ଶନୀ ବେହେରା, ପ୍ରଶିକ୍ଷକ ଭାବେ କୃଷ୍ଣଚନ୍ଦ୍ର ମହାନ୍ତି ଓ ସ୍ନିଗ୍ଧା ମିଶ୍ର ପ୍ରମୁଖ ଯୋଗଦେଇ ଚଳିତ ଖରିଫ ଋତୁରେ ପନିପରିବା ଚାଷ ପ୍ରଣାଳୀ ଓ ଉପ୍ତାଦନ ବୃଦ୍ଧି ନିମନ୍ତେ ବିହନ ବିଶୋଧନ ଠାରୁ ଆରମ୍ଭ କରି ଅଧୂକ ପନିପରିବା ଅମଳ ନିମନ୍ତେ ସନ୍ତୁଳିତ ପ୍ରଣାଳୀ ଉପରେ ବହୁ ଆବଶ୍ୟକୀୟ କୃଷି ଭିଭିକ ତଥ୍ୟାବଳୀ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୁରୁଷୋତ୍ତମପୁର ବ୍ଳକ ଓ ଏନ୍ଏସିର ଶତାଧ୍ଵକ ଅଗ୍ରଣୀ ଚାଷୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ସ୍ଥାନୀୟ କୃଷି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0