ପରମାନନ୍ଦପୁର ଗ୍ରାମର ରାଧାକୃଷ୍ଣ ମନ୍ଦିର ଆଗରୁ ସଫା ହେଲା ଦୁଇ ବର୍ଷର ଅଳିଆ ଆବର୍ଜନା ନିଜେ ଉଦ୍ୟମ କଲେ ଗ୍ରାମବାସୀ
ପରମାନନ୍ଦପୁର ଗ୍ରାମର ରାଧାକୃଷ୍ଣ ମନ୍ଦିର ଆଗରୁ ସଫା ହେଲା ଦୁଇ ବର୍ଷର ଅଳିଆ ଆବର୍ଜନା ନିଜେ ଉଦ୍ୟମ କଲେ ଗ୍ରାମବାସୀ ।
ଶେରଗଡ଼, ୧୫-୦୮-୨୦୨୬ (ଜାଗୃତି ଖବର) : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ବରମୁଣ୍ଡୁଳି ପଞ୍ଚାୟତର ପରମାନନ୍ଦପୁର ଗ୍ରାମରେ ଏକ ପ୍ରଶଂସନୀୟ ତଥା ସଚେତନତାପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମରେ ଥିବା ପ୍ରସିଦ୍ଧ ରାଧାକୃଷ୍ଣ ମନ୍ଦିର ସମ୍ମୁଖରେ ଦୀର୍ଘ ଦୁଇ ବର୍ଷ ହେବ ପଡ଼ିରହିଥିବା ଅଳିଆ ଆବର୍ଜନାକୁ ଶେଷରେ ଗ୍ରାମବାସୀମାନେ ନିଜେ ମିଶି ସଫା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମନ୍ଦିର ଆଗରେ ଦୀର୍ଘଦିନ ଧରି ଅଳିଆ ଆବର୍ଜନା ଜମା ହୋଇ ରହିବା ଦ୍ୱାରା ପରିବେଶ ଦୂଷିତ ହେବା ସହ ପୂଜାର୍ଚ୍ଚନା ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏ ନେଇ ଗ୍ରାମବାସୀମାନେ ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ପ୍ରଶାସନିକ ଅବହେଳା ଓ ନିଷ୍କ୍ରିୟତା ଯୋଗୁଁ କୌଣସି ପଦକ୍ଷେପ ନିଆନଯିବାରୁ ଶେଷରେ ଗ୍ରାମର ଲୋକେ ନିଜେ ଏକାଠି ହୋଇ ସଫେଇ ଅଭିଯାନ ଆରମ୍ଭ କରିବାକୁ ବାଧ୍ୟ ହୋଇଥିଲେ।
ଆଜି ସ୍ୱାଧୀନତା ଦିବସ ଅବସରରେ ଗ୍ରାମବାସୀଙ୍କ ଏହି ମିଳିତ ଉଦ୍ୟମ ଓ ଶ୍ରମଦାନକୁ ପୁରା ଅଞ୍ଚଳରେ ଭୂରି ଭୂରି ପ୍ରଶଂସା କରାଯାଉଛି।
ଗ୍ରାମବାସୀଙ୍କ ଏହି ସାମୂହିକ ଉଦ୍ୟମ ଓ ଶ୍ରମଦାନକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି। ଏହା ସହ ଧାର୍ମିକ ଓ ସାର୍ବଜନୀନ ସ୍ଥାନଗୁଡ଼ିକର ସ୍ୱଚ୍ଛତା ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଗଞ୍ଜାମ ଜିଲ୍ଲା ଶେରଗଡରୁ ରାଜକିଶୋର ସବାତଙ୍କ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0