ପୁରୁଷୋତ୍ତମପୁର ବ୍ଲକରେ ଉଲ୍ଲାସ"ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପରୀକ୍ଷା( ଏଫ. ଏଲ. ଏନ. ଏ. ଟି) ପରୀକ୍ଷା ଶୃଙ୍ଖଳାର ସହ ସମ୍ପନ୍ନ, ୧୦୩୯୭ ଶିକ୍ଷାର୍ଥୀ ସାମିଲ*|

Sep 22, 2026 - 06:31
 0  5
ପୁରୁଷୋତ୍ତମପୁର ବ୍ଲକରେ ଉଲ୍ଲାସ"ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପରୀକ୍ଷା( ଏଫ. ଏଲ. ଏନ. ଏ. ଟି) ପରୀକ୍ଷା ଶୃଙ୍ଖଳାର ସହ ସମ୍ପନ୍ନ, ୧୦୩୯୭ ଶିକ୍ଷାର୍ଥୀ ସାମିଲ*|

ପୁରୁଷୋତ୍ତମପୁର ବ୍ଲକରେ ଉଲ୍ଲାସ"ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପରୀକ୍ଷା( ଏଫ. ଏଲ. ଏନ. ଏ. ଟି) ପରୀକ୍ଷା ଶୃଙ୍ଖଳାର ସହ ସମ୍ପନ୍ନ, ୧୦୩୯୭ ଶିକ୍ଷାର୍ଥୀ ସାମିଲ | 

ପୁରୁଷୋତ୍ତମପୁର,୨୦/୦୯/୨୦୨୬ (ଜାଗୃତି ଖବର) :  ପୁରୁଷୋତ୍ତମପୁର ବ୍ଲକରେ ଉଲ୍ଲାସ (ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ - (ଏନ. ଆଇ ଏଲ. ପି ) ଅନ୍ତର୍ଗତ "ମୌଳିକ ସାକ୍ଷାରତା ଓସଂଖ୍ୟା ଜ୍ଞାନ ପରୀକ୍ଷା ' ଆଜି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ବ୍ଲକର ୧୩ ଟି କ୍ଲଷ୍ଟରର ମୋଟ ୧୦୩୯୭ ଜଣ ଚିହ୍ନଟ ଶିକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ବ୍ଲକ ରେ ଷୋଳଘର କ୍ଲଷ୍ଟର ରେ ସର୍ବାଧିକ 1277 ଶିକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।

ଏହି ପରୀକ୍ଷା ବ୍ଲକ ଏ ବି ଈ ଓ ତଥା ବ୍ଲକ ଉଲ୍ଲାସ ନୋଡାଲ ଅଫିସର ଶ୍ରୀ ଭକ୍ତ ବତ୍ସଳ ଜାନିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ଏ ଡ଼ି ଈ ଓ ତଥା ଜିଲ୍ଲା ଉଲ୍ଲାସ ନୋଡାଲ ଅଫିସର ଶ୍ରୀମତୀ ପ୍ରଭାତୀ ମହାପାତ୍ରଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା।

ବ୍ଲକ୍ ଉଲ୍ଲାସ ସାଧନ କର୍ମୀ ଶ୍ରୀ ସୁରେଶ ମହାପାତ୍ର ଓ S. ଲକ୍ଷ୍ମୀ ନାରାୟଣ ପାତ୍ର, ଷୋଳଘର କ୍ଲଷ୍ଟର ସି ଆ ରସିସି ଶ୍ରୀ ପ୍ରତାପ ଚନ୍ଦ୍ର ପଣ୍ଡା, ବାଣନଈ ସି ଆ ର ସିସି ଶ୍ରୀ ନକୁଳ ସେଠୀ, ଆଛୁଲି କ୍ଲଷ୍ଟର ସି ଆ ର ସିସି ଶ୍ରୀ ମନୋଜ କୁମାର ପଣ୍ଡା, ଝଡବାଇ କ୍ଲଷ୍ଟର ସି ଆ ର ସିସି ଶ୍ରୀ ପ୍ରଦୀପ କୁମାର ବେହେରାଙ୍କ ସମେତ ସମସ୍ତ ସି ଆର ସି ସି,ଭି ଟି ଓ ଶିକ୍ଷକମାନେ ସହଯୋଗ କରିଥିଲେ।

ଶେଷରେ ବ୍ଲକ ଉଲ୍ଲାସ ନୋଡାଲ ଅଫିସର ଭାବେ ଶ୍ରୀ ଭକ୍ତ ବତ୍ସଳ ଜାନି କହିଛନ୍ତି 

ନିରକ୍ଷର ମାନଙ୍କୁ ସ୍ୱାକ୍ଷର କରିବା ଓ ଦେଶର ପ୍ରଗତିରେ ସାମିଲ ହେବା ନେଇ ଯେଉଁ ମହାନ ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ସେହି ମହାନ କାର୍ଯ୍ୟରେ ସମସ୍ତେ ସାମିଲ ହୋଇ ସଫଳ କରିଥିବାରୁ ସମସ୍ତଙ୍କୁ ବ୍ଲକ ଉଲ୍ଲାସ ନୋଡାଲ ଅଫିସର ଭାବେ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି ବୋଲି କହିଥିଲେ | ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0