କାହା ଛତ୍ରଛାୟା ତଳେ ବେଧଡ଼କ ବାଲି ଚାଲାଣ ? ବିପଦରେ କେ. ନୂଆଗାଁ ବାହୁଦା ପୋଲ ।
କାହା ଛତ୍ରଛାୟା ତଳେ ବେଧଡ଼କ ବାଲି ଚାଲାଣ ? ବିପଦରେ କେ. ନୂଆଗାଁ ବାହୁଦା ପୋଲ ।
ଚିକିଟି,31/5 ( ଜାଗୃତି ଖବର): ବାହୁଦା ନଦୀର ବାଲି ଜିଲ୍ଲା ସମେତ ପଡୋଶୀ ଆନ୍ଦ୍ରରେ ସୁନା ଦରରେ ବିକ୍ରି,
ଗଞ୍ଜାମ ଜ଼ିଲ୍ଲା ଚିକିଟି ବ୍ଲକ କେ. ନୂଆଗାଁ ଥାନା ନିକଟରେ ଥିବା ବାହୁଦା ସେତୁର ତଳମୁଣ୍ଡ ଅଳ୍ପ ଦୂର ରେ ସ୍ପଷ୍ଟ ଦିବା ଲୋକରେ
ବେଆଇନ ବାଲି ଉଠାଣ ହେଉଛି ବାରମ୍ବାର ଅଭିଯୋଗ ପରେ ରାଜସ୍ୱ ବିଭାଗ, ଖଣି ବିଭାଗ ମିଳିତ ଚଢ଼ାଉ କରିବା ସହ କେ ନୂଆଗାଁ ବାଲି ଖାଦାନ ସମେତ ଅନେକ ସ୍ଥାନରେ ୧୬୩ ଧାରା ଲାଗୁ କାରୀ ନାଲି ବାନା ମାରିଥିଲେ, ତେବେ ପ୍ରଶାସନ ନିଷେଧାଜ୍ଞା ସତ୍ୱେ ବାଲି ମାଫିଆ ମାନେ ବେଧଡକ ବାଲି ଉଠାଉଛନ୍ତି। ତେଣେ କାହା ଛତ୍ରଚା୍ୟା ତଳେ ରହି ମାଫିଆ ମାନେ ଏତେବଡ଼ ଦୁଃଶାହାସ କରୁଛନ୍ତି ତାହା ଏବେ ସବୁଠି ଚର୍ଚ୍ଚା। ଯାହାକୁ ସମସ୍ତ ଅଧିକାରୀ ଦେଖି ମଧ୍ୟ ଚୁପ ରହୁଛନ୍ତି l ଏହାର କାରଣ ଖୋଜିବାରେ ଜଣା ପଡିଛି ଯେ ପୂର୍ବରୁ ତହସିଲଦାର ଙ୍କ ହାତରେ ଖଣି ଖଦନର କ୍ଷମତା ଥିବା ବେଳେ ନଦୀ ରୁ ବେଆଇନ ଚୋରା ଚାଲାଣ ଉପରେ ଅଙ୍କୁଶ ଲାଗିବା ସହ ମାତ୍ରାଧିକ ରାଜସ୍ବ ଆଦାୟ ମଧ୍ୟ ହେଉଥିଲା l କିନ୍ତୁ ଏବେ ମାଇନିଂ ବିଭାଗକୁ ଏହି ଦାୟିତ୍ୱ ମିଳିଛି।
ଯାହା ଫଳରେ ଖଣି ବିଭାଗ
ଚୋରା ବାଲି ଚାଲାଣକାରୀଙ୍କ ଠାରୁ ଫାଇନ ଆଦାୟ ଦାୟିତ୍ୱ ଦିଆଯାଇଛି l ମାଇନିଂ ବିଭାଗ ର ଅଧିକାରୀ ମାନେ ବାଲି ମାଫିଆ ଙ୍କ ସହ ମଧୁ ଚନ୍ଦ୍ରିକା ସାଜି ନାମକୁ ମାତ୍ର ଚଢ଼ାଉ କରୁଛନ୍ତି, ଅଧିକାରୀ ମାନେ ଅଫିସରୁ ବାହାରିବା ମାତ୍ରେ ବାଲି ମାଫିଆଁ ମାନଙ୍କୁ ସୂଚନା ଆସିଯାଉଛି ଯାହା ଫଳରେ ମାଫିଆ ସୁରକ୍ଷିତ ଓ ଖଣି ବିଭାଗ ବାଲି ପଠା ଫଟୋ ଉଠାଇ ସବୁ ଠିକ୍ ଠାକ୍ ଚାଲିଥିବା ରିପୋର୍ଟ ପ୍ରସ୍ତୁତ କରି ଦେଉଛନ୍ତି ଓ ମାସିକ ମୋଟା ଅଙ୍କରେ ଡିଲ କରି ମାଲେମାଲ ହେଉଛନ୍ତି।ଏନେଇ ଅଭିଯୋଗ ଶୁଣିବାକୁ ପଡିବ ଭାବି ସେ କାହାର ଵି ଫୋନ ରିସିଭ କରୁନାହାନ୍ତି l ଯଦ୍ୱାରା ବେଆଇନ ଭାବେ ବ୍ରିଜ ତଳୁ ବାଲି ଚାଲାଣ ହେଉଛି l ଯାହା ବ୍ରିଜ ପ୍ରତି ବିପଦ ସୃଷ୍ଟି କରିଛି। ଏଠି ପ୍ରଶ୍ନ ଉଠୁଛି ଯଦି ବ୍ରିଜ ଭବିଷ୍ୟତରେ ଧସିଯାଏ ଏବଂ ଚିକିଟି, ପାତ୍ରପୁର ଏବଂ ଦିଗପହଣ୍ଡି ବ୍ଲକ କୁ ଯୋଗାଯୋଗ ର ମୁଖ୍ୟ ରାସ୍ତା ଅବରୋଧ ହୁଏ ତାହେଲେ ଦାୟୀ କିଏ ବୋଲି ପ୍ରଶ୍ନ ଉଠିଛି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ଯନ୍ତ୍ରୀ କହିଛନ୍ତି ଯେ ବ୍ରିଜ ତଳ ମୁଣ୍ଡରୁ ୨୦୦ ମିଟର ପର୍ଯ୍ୟନ୍ତ ବାଲି ଉଠାଇବା ପାଇଁ ନିଷେଧ ନିୟମ ରହିଛି କିନ୍ତୁ ଏଠାରେ କାହା ବଳରେ ବାଲି ଉଠାଉଛନ୍ତି ତାହା ସମ୍ପୃକ୍ତ ବିଭାଗକୁ ହଁ ଜଣା। ସୂଚନା ଯୋଗ୍ୟ ଯେ ଟ୍ରାକ୍ଟର ମଲିକ ମାନେ ଦୈନିକ ପ୍ରାୟ ୫୦ ଟ୍ରିପ ବାଲି ଏଠାରୁ ଦୀର୍ଘ ବର୍ଷ ହେଲା ଚୋରେଇ ନେଉଛନ୍ତି, କିନ୍ତୁ ତାଙ୍କ ଉପରେ କିଛି କାର୍ଯ୍ୟନୁଷ୍ଠାନ ହିଁ ନାହିଁ। ଏଥିସହ ନିକଟସ୍ଥ ପ୍ରାୟ ୧୦ ରୁ ଅଧିକ ଟ୍ରାକ୍ଟର ବୈନିକ ଏହି ବ୍ରିଜ ତଳୁ ବାଲି ଚୋରା ଚାଲାଣ କରୁଥିବା ସ୍ଥାନୀୟ ଲୋକେ କହିଥିବା ବେଳେ ଭୟରେ କେହି ପ୍ରତିବାଦ କରିପାରୁ ନାହାନ୍ତି। ଦେଖାଯାଉ ଖଣି ବିଭାଗ, ରାଜସ୍ୱ ବିଭାଗ ଓ ପୁଲିସ ଏହି ଘାଟରୁ ବେଆଇନ ବାଲି ଚାଲାଣ ବନ୍ଦ କରିଛନ୍ତି ନା ଏହି ବିଜୁ ସେତୁକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି ଆଗାମୀ ସମୟ କହିବ।
ଚିକିଟିରୁ କୃଷ୍ଣଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0