ଶେରଗଡ଼ ୟୁନିଅନ୍ ବ୍ୟାଙ୍କ୍ ଦ୍ୱାରା ‘ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା’ର ୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ ।

Aug 1, 2026 - 21:50
Aug 1, 2026 - 21:55
 0  73
ଶେରଗଡ଼ ୟୁନିଅନ୍ ବ୍ୟାଙ୍କ୍ ଦ୍ୱାରା ‘ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା’ର ୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ ।

ଶେରଗଡ଼ ୟୁନିଅନ୍ ବ୍ୟାଙ୍କ୍ ଦ୍ୱାରା ‘ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା’ର ୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ ।

ଶେରଗଡ଼ , ୦୧/୦୮/୨୦୨୬ (ଜାଗୃତି ଖବର) : ସରକାରଙ୍କ ଜନକଲ୍ୟାଣକାରୀ ବୀମା ଯୋଜନାର ସଫଳତା ଶେରଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି। ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ, ଶେରଗଡ଼ ଶାଖା ଦ୍ୱାରା ପରିଚାଳିତ ‘ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା’ (PMJJBY) ମାଧ୍ୟମରେ ଜଣେ ମୃତ ହିତାଧିକାରୀଙ୍କ ନୋମିନୀ ତଥା ପୁତ୍ର କାଳିପ୍ରସାଦ ଜେନାଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଚେକ୍ ହସ୍ତାନ୍ତର କରାଯାଇଛି।

ମନୁଷ୍ୟ ଜୀବନ ଅନିଶ୍ଚିତତାମୟ। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ସ୍ୱଳ୍ପ ରୋଜଗାର କରୁଥିବା ପରିବାରଗୁଡ଼ିକର ଆର୍ଥିକ ସୁରକ୍ଷା ପାଇଁ ବିଭିନ୍ନ ବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି କ୍ରମରେ ତାକରଡ଼ା ପଞ୍ଚାୟତ ଅନ୍ତର୍ଗତ ଭୁସୁଣ୍ଡା ଗ୍ରାମର ସ୍ୱର୍ଗତ ଲକ୍ଷ୍ମୀ ଜେନା ବାର୍ଷିକ ମାତ୍ର ୪୩୬ ଟଙ୍କା ପ୍ରିମିୟମ୍‌ ଜମା କରି ଏହି ଯୋଜନାରେ ସାମିଲ ହୋଇଥିଲେ। ତାଙ୍କର ଅକାଳ ବିୟୋଗ ପରେ, ବୀମା ପ୍ରାପ୍ୟର ପ୍ରକୃତ ହକ୍‌ଦାର ଭାବେ ତାଙ୍କ ପୁତ୍ର କାଳିପ୍ରସାଦଙ୍କୁ ଏହି ୨ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯାଇଛି।

ଏହି ଚେକ୍ ପ୍ରଦାନ କାର୍ଯ୍ୟକ୍ରମରେ ଶେରଗଡ଼ ୟୁନିଅନ୍ ବ୍ୟାଙ୍କ୍ ଶାଖା ପରିଚାଳକ ରମୁଣି ପ୍ରଧାନ, FLP ଦିଲ୍ଲୀପ ଦଳାଇ, ବ୍ୟାଙ୍କ୍ ମିତ୍ର ଅନିତା ସ୍ୱାଇଁ, BPM ସଦାଶିବ ସେଠୀ ଏବଂ CFL ଗାୟତ୍ରୀ ପାଢ଼ୀ ଉପସ୍ଥିତ ରହି ନୋମିନୀଙ୍କୁ ଚେକ୍ ହସ୍ତାନ୍ତର କରିଥିଲେ।

ଏଥିସହିତ ତାକରଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ବିନାୟକ ତ୍ରିପାଠୀ, ସ୍ଥାନୀୟ CRP, କୃଷି ମିତ୍ର, ପ୍ରାଣୀ ମିତ୍ର ଏବଂ ଗ୍ରାମର ବହୁ ମହିଳା ଉପସ୍ଥିତ ଥିଲେ। ସ୍ୱଳ୍ପ ସଞ୍ଚୟ ମାଧ୍ୟମରେ ବିପଦ ସମୟରେ ପରିବାରକୁ ମିଳୁଥିବା ଏହି ବଡ଼ ଆର୍ଥିକ ସାହାରା ସ୍ଥାନୀୟ ଅଞ୍ଚଳରେ ସଚେତନତା ସୃଷ୍ଟି କରିବା ସହ ସାଧାରଣରେ ବେଶ୍ ପ୍ରଶଂସିତ ହୋଇଛି।

ଗଞ୍ଜାମ ଜିଲ୍ଲାରୁ ବାପୁନି ସେଠୀଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0