ସାନଖେମୁଣ୍ଡି ନୂତନ କୋର୍ଟ ପରିସରରେ ବନ ମହୋତ୍ସବ, ନ୍ୟାୟାଧିକାରୀଙ୍କ ଚାରା ରୋପଣ
ସାନଖେମୁଣ୍ଡି ନୂତନ କୋର୍ଟ ପରିସରରେ ବନ ମହୋତ୍ସବ, ନ୍ୟାୟାଧିକାରୀଙ୍କ ଚାରା ରୋପଣ
ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟର ନୂତନ କୋର୍ଟ ପରିସରରେ ବନ ମହୋତ୍ସବ ଅବସରରେ ଗୁରୁବାର ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମକୁ ବିଚାରପତି ଶରୋନ ବସ୍ତିଆ ଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ପରେ ସେ ଚାରା ରୋପଣ କରି ପରିବେଶ ସୁରକ୍ଷା ପାଇଁ ବୃକ୍ଷର ଗୁରୁତ୍ୱ ସମ୍ପର୍କରେ ଉପସ୍ଥିତ ସଭ୍ୟମାନଙ୍କୁ ସଚେତନ କରିଥିଲେ।
ନ୍ୟାୟାଧିକାରୀ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ପରିବେଶ ସନ୍ତୁଳନ ରକ୍ଷା ପାଇଁ ଚାରା ରୋପଣ ଅତ୍ୟନ୍ତ ଆବଶ୍ୟକ ଓ ପ୍ରତ୍ୟେକ ନାଗରିକଙ୍କୁ ଏଥିରେ ସାମିଲ ହେବା ଉଚିତ। ଏହାପରେ କୋର୍ଟ ପରିସରରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସରକାରୀ ଓକିଲ ସୁରେଶ ଚନ୍ଦ୍ର ସାହୁ ଓ ବିଜୟ କୁମାର ପ୍ରଧାନଙ୍କ ସହ ସାନଖେମୁଣ୍ଡି ଓକିଲ ସଂଘର ସମ୍ପାଦକ କିଶୋର ଚନ୍ଦ୍ର ଗୌଡ଼, ଆଇନଜୀବୀ ପ୍ରଶାନ୍ତ କୁମାର ଡାକୁଆ, ପାଟପୁର ଫରେଷ୍ଟର ସନ୍ତୋଷ କୁମାର ସାହୁ, ବନରକ୍ଷୀ ଜି. ଦିଲ୍ଲୀପ, ଯମୁନା ଜାନି, ସ୍କ୍ୱାଡ୍ ପି. ଉଦୟ ଚନ୍ଦ୍ର ଦୋରା, ଅସୁଲୁ ସ୍ୱାଇଁ ଓ ବିଚାର ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ସାନଖେମୁଣ୍ଡି ରୁ ଅଶୋକ କୁମାର ସାହୁ ଙ୍କ ରିପୋର୍ଟ ଜାଗୃତି ଖବର
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0