ମାଣିକ୍ୟପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଦମକଳ ବାହିନୀର ଉଦ୍ୟମରେ ଜଳ ନିଷ୍କାସନ ।
ମାଣିକ୍ୟପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଦମକଳ ବାହିନୀର ଉଦ୍ୟମରେ ଜଳ ନିଷ୍କାସନ ।
ଗଞ୍ଜାମ, ଧରାକୋଟ (ରିପୋର୍ଟ–ଶଙ୍କର ପାଣିଗ୍ରାହୀ) ୨୫/୦୯/୨୦୨୬: ଅର୍ଣ୍ଣବ ପ୍ରଭାବରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ମାଣିକ୍ୟପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଦୀର୍ଘ ସମୟ ଧରି ବର୍ଷାଜଳ ଜମି ରହିଥିଲା। ବର୍ଷା ଛାଡ଼ିବା ପରେ ମଧ୍ୟ ଜଳ ନିଷ୍କାସନ ନହେବାରୁ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅନୁପମା ମହାପାତ୍ର ଜଳ ନିଷ୍କାସନ ପାଇଁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ତେବେ କୌଣସି ସମାଧାନ ନମିଳିବାରୁ ସେ ଧରାକୋଟ ଦମକଳ ବାହିନୀ ସହ ଯୋଗାଯୋଗ କରିଥିଲେ।
ଖବର ପାଇ ଧରାକୋଟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପମ୍ପସେଟ୍ ସାହାଯ୍ୟରେ ପ୍ରାୟ ଦୁଇ ଘଣ୍ଟା ଧରି ପରିଶ୍ରମ କରି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ଜଳ ନିଷ୍କାସନ କରିଥିଲେ। ଏହି ଜଳ ନିଷ୍କାସନ କାର୍ଯ୍ୟକ୍ରମ ମୁଖ୍ୟ ଆରକ୍ଷୀ କୃଷ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ସମ୍ପନ୍ନ ହୋଇଥିଲା। ଏଥିରେ ଅମରେଶ କୁମାର ଡୋର, ସଞ୍ଜୟ ପ୍ରଧାନ, ସୁବ୍ରଜିତ ରଥ, ସଜନ କୁମାର ବେହେରା, କୃଷ୍ଣଚନ୍ଦ୍ର ପ୍ରଧାନ ଓ ଦୟା ବେହେରା ପ୍ରମୁଖ ଦମକଳ କର୍ମଚାରୀ ନିୟୋଜିତ ଥିଲେ। ଦମକଳ ବାହିନୀ ଓ ଡାକ୍ତର ଅନୁପମା ମହାପାତ୍ରଙ୍କ ସୂଚନା ଅନୁସାରେ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ନିର୍ମାଣାଧୀନ ଡ୍ରେନେଜ ବ୍ୟବସ୍ଥା ଓ ଆର୍.ଡି. ସଡ଼କ ସ୍ୱାସ୍ଥ୍ୟକେନ୍ଦ୍ର ପରିସରଠାରୁ ଉଚ୍ଚରେ ନିର୍ମାଣ ହୋଇଥିବାରୁ ସାଧାରଣ ବର୍ଷାରେ ମଧ୍ୟ ଏଠାରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି। ଏଭଳି ପରିସ୍ଥିତି ଲାଗି ରହିଲେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀ ଓ ସାଧାରଣ ଲୋକଙ୍କ ପାଇଁ ସଂକ୍ରାମକ ରୋଗ ସହ ଡେଙ୍ଗୁ ଭଳି ମଶାବାହିତ ରୋଗର ଆଶଙ୍କା ବଢ଼ିପାରେ। ତେଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ନିର୍ମାଣାଧୀନ ଡ୍ରେନେଜ ବ୍ୟବସ୍ଥାରେ ତ୍ରୁଟି ରହିଛି। ଏହାର ଉପଯୁକ୍ତ ଯାଞ୍ଚ କରାଯାଇ ଡ୍ରେନେଜ ବ୍ୟବସ୍ଥାର ସ୍ଥାୟୀ ସମାଧାନ କରାଯିବା ଦରକାର ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0