ଭତା ଟଙ୍କା କୁ ନେଇ ତାତିଲେ ଲୋକେ ପଞ୍ଚାୟତରେ ପକାଇଲେ ତାଲା ।

Jun 18, 2026 - 23:33
Jun 18, 2026 - 23:44
 0  11
ଭତା ଟଙ୍କା କୁ ନେଇ ତାତିଲେ ଲୋକେ ପଞ୍ଚାୟତରେ ପକାଇଲେ ତାଲା ।

ଭତା ଟଙ୍କା କୁ ନେଇ ତାତିଲେ ଲୋକେ ପଞ୍ଚାୟତରେ ପକାଇଲେ ତାଲା

ଆସିକା, ୧୮-୦୬- ୨୦୨୬(ଜାଗୃତି ଖବର ) : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ନିମିନା ଗ୍ରାମପଞ୍ଚାତ ରେ ଆଜି ଭତା ପାଇବାରୁ ବଞ୍ଚିତ ହୋଇଥିବା ହିତାଧିକାରୀ ଏକାଠି ହୋଇ ପଞ୍ଚାୟତ ଅଫିସ ରେ ପକାଇଲେ ତାଲା ପକାଇଛନ୍ତି। ପଞ୍ଚାୟତ ରେ ଆଜି ହାତା ହାତି ଯେଉଁମାନେ ଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ରେ ଭତା ଟଙ୍କା ମିଳୁଥିଲା ସେମାନଙ୍କୁ ଗ୍ରାମ ସେବକ ଟଙ୍କା ଦେବାର ବ୍ୟବସ୍ଥା ଥିବା ବେଳେ ଭତା ଟଙ୍କା ପାଉନଥିବା ହିତାଧିକାରୀ ମାନେ ପଞ୍ଚାୟତ ଅଫିସ ରେ ତାଲା ପକାଇଛନ୍ତି।

ଫଳରେ କିଛି ଲୋକ,ଗ୍ରାମସେବ ଓ ସରପଞ୍ଚକ ପଞ୍ଚାୟତ ଅଫିସ ମଧ୍ୟରେ ରହିଛନ୍ତି। ସେମାନଙ୍କୁ ଲୋକେ ବାହାରକୁ ଯିବାକୁ ଦେଉ ନାହାନ୍ତି। କି ଯେଉଁମାନେ ପଞ୍ଚାୟତରେ ଟଙ୍କା ପାଉଥିଲେ ସେମାନଙ୍କୁ ବି ନ ଦେବା ପାଇଁ ଅଡ଼ି ବସିଛନ୍ତି। ଫଳରେ ଘଟଣା କୁ ନେଇ ଉତେଜନା ଲାଗି ରହିଛି। ଦୀର୍ଘ 4 ଘଣ୍ଟା ହେଲା ତାଲା ପଡିଥିବା ସମୟରେ କୌଣସି ଉପରିସ୍ଥ ଅଧିକାରୀ ପଞ୍ଚାୟତ ରେ ପହଁଚି ନାହାନ୍ତି। ସୂଚନା ପ୍ରକାରେ ପଞ୍ଚାୟତ ର ଦୀର୍ଘ 200 ରୁ ଉଦ୍ଧ ହିତାଧିକାରୀ ବ୍ୟାଙ୍କ ଜରିଆରେ ଭତା ପାଉଥିବା ବେଳେ 3 ମାସ ହେଲା ଟଙ୍କା ଆସିନୀ। ଏନେଇ ସେମାନେ ବାରମ୍ବାର ଅଭିଯୋଗ ପରେ କି କୌଣସି ସୁଫଳ ମିଳିନି। ତେଣୁ ଆଜି ପଞ୍ଚାୟତ ରୁ ଭତା ପାଉଥିବା ହିତାଧିକାରୀଙ୍କ ଟଙ୍କା ଦିଆ ଯିବାର ବ୍ୟବସ୍ଥା ଥିବା ସମୟରେ ପଞ୍ଚାୟତ କାର୍ଯ୍ୟଳୟ ବାହାରେ ତାଲା ମାରିଛନ୍ତି ଭତା ଟଙ୍କା ପାଇବାରୁ ବଂଚିତ ଥିବା ବୁଢା ବୁଢ଼ୀ। ଦୀର୍ଘ 4 ଘଣ୍ଟା ହେବ ଲାଗିଛି ଉତେଜନା। ଲୋକଙ୍କ ଜିଦ ସେମାନଙ୍କୁ ଟଙ୍କା ମିଳିଲେ ଆଜି ତାଲା ଖୋଲିବେ। ଅନ୍ୟ ପଟେ ସରକାର କେବଳ ତାଙ୍କୁ ଭଣ୍ଡାଉଛନ୍ତି ତେଣୁ ସେମାନଙ୍କ ଚଳିବା ଅସୁବିଧା ହେଉଛି। ତେଣୁ ଯଦି ଅନଲାଇନ ରେ ଟଙ୍କା ଦେବାର ଅସୁବିଧା ଅଛି ତେବେ ସେମାନଙ୍କୁ ପଞ୍ଚାୟତ ଅଫିସ ମାଧ୍ୟମରେ ଟଙ୍କା ଦିଅନ୍ତୁ ବୋଲି ଦାବି କରିଛନ୍ତି।

 ଗଞ୍ଜାମ ଜିଲ୍ଲାରୁ ବାପୁନି ସେଠୀଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0