IPC, POSH, POCSO ଏବଂ ଆଣ୍ଟି-ରାଗିଂ ସମ୍ବନ୍ଧୀୟ ଅଧିକାର ଓ ଆଇନକୁ ବୁଝିବା”

Aug 10, 2026 - 07:57
 0  12
IPC, POSH, POCSO ଏବଂ ଆଣ୍ଟି-ରାଗିଂ ସମ୍ବନ୍ଧୀୟ ଅଧିକାର ଓ ଆଇନକୁ ବୁଝିବା”

IPC, POSH, POCSO ଏବଂ ଆଣ୍ଟି-ରାଗିଂ ସମ୍ବନ୍ଧୀୟ ଅଧିକାର ଓ ଆଇନକୁ ବୁଝିବା”

ତାରା ତାରିଣୀ ମହାବିଦ୍ୟାଳୟ, ପୁରୁଷୋତ୍ତମପୁର, ଗଞ୍ଜାମର ଶକ୍ତି ଶ୍ରୀ ସଶକ୍ତିକରଣ ସେଲ୍ ପକ୍ଷରୁ ୮ ଅଗଷ୍ଟ ୨୦୨୬ ତାରିଖରେ “IPC, POSH, POCSO ଏବଂ ଆଣ୍ଟି-ରାଗିଂ ସମ୍ବନ୍ଧୀୟ ଅଧିକାର ଓ ଆଇନକୁ ବୁଝିବା” ଶୀର୍ଷକରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାଶଙ୍କ ଯୋଜନା ଓ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା। ସୁଶ୍ରୀ ସଙ୍ଗୀତା ସେଠୀ, ORS ମୁଖ୍ୟ ବକ୍ତା ତଥା ସମ୍ବଳ ବ୍ୟକ୍ତି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଇନଗତ ଅଧିକାର, ଦାୟିତ୍ୱ, ଯୌନ ଉତ୍ପୀଡ଼ନ ପ୍ରତିରୋଧ, ଶିଶୁ ସୁରକ୍ଷା ଏବଂ ରାଗିଂ ନିରୋଧ ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ସଚେତନ କରିଥିଲେ।ସମସ୍ତ ଶକ୍ତିଶ୍ରୀ ସାଥୀ ଓ ଶ୍ରେଣୀ ପ୍ରତିନିଧି ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍‌ର ସଂଯୋଜିକା ଶ୍ରୀମତୀ ନମ୍ରତା ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ସହ-ସଂଯୋଜିକା ଶ୍ରୀମତୀ ସୁଜାତା କୁମାରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଡ. ପ୍ରଶାନ୍ତ ପଟ୍ଟନାୟକ, ଶ୍ରୀ ଅନିଲ କୁମାର ସାହୁ, ଶ୍ରୀ ସିଦ୍ଧାର୍ଥ ପଣ୍ଡା, ସୁଶ୍ରୀ ମୀନାକ୍ଷୀ ଦାଶ, ସୁଶ୍ରୀ ଶ|କମ୍ବରୀ ସାହୁ, ଶ୍ରୀ ପ୍ରସାଦ କୁମାର ବେହେରା, ଶ୍ରୀ ସୁଧୀର କୁମାର ଦାଶ, ଶ୍ରୀ ନୀଳାଞ୍ଚଳ ଦାଶ, ଶ୍ରୀ ଦୀପକ ବେହେରା, ଶ୍ରୀମତୀ ଋତାଞ୍ଜଳି ସାହୁ, ଶ୍ରୀ ହିମାଂଶୁ ପଣ୍ଡା, ଶ୍ରୀ ସୁଭାଷିଷ ପଣ୍ଡା, ସୁଶ୍ରୀ ସିବାନୀ ଶ୍ରୁତି ଦାଶ, ସୁଶ୍ରୀ ସିବାନୀ ଗୌଡ଼, ସୁଶ୍ରୀ ହେମଲତା ଭଟ୍ଟମିଶ୍ର ଏବଂ ସୁଶ୍ରୀ ତୁଳସୀ ବେହେରାଙ୍କ ମୂଲ୍ୟବାନ ସହଯୋଗ ରହିଥିଲା।କାର୍ଯ୍ୟକ୍ରମଟି ଏକ ନିରାପଦ, ସମ୍ମାନଜନକ ଓ ଆଇନ ସଚେତନ ମହାବିଦ୍ୟାଳୟ ପରିବେଶ ଗଠନ ପାଇଁ ସମସ୍ତଙ୍କ ପ୍ରତିବଦ୍ଧତା ସହ ସମାପ୍ତ ହୋଇଥିଲା। 

ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0